୧୧ ଘଣ୍ଟା ଧରି ମାଈ ହାତୀ କ୍ରମାଗତ ଭାବରେ ଖୋଳୁଥିଲା ମାଟି ! ଯେତେବେଳେ ସତ୍ୟ ସାମ୍ନାକୁ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ…

୧୧ ଘଣ୍ଟା ଧରି ମାଈ ହାତୀ କ୍ରମାଗତ ଭାବରେ ଖୋଳୁଥିଲା ମାଟି ! ଯେତେବେଳେ ସତ୍ୟ ସାମ୍ନାକୁ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ…

ଆମେ ପ୍ରାୟତଃ ଏଭଳି ଅନେକ କଥା ଦେଖିଥିବା କିମ୍ବା ଶୁଣିଥିବା ଯେଉଁଠି ମାର ମମତା ନିଜ ପିଲାର ଜୀବନ ବଞ୍ଚାଇଥିବ । କିନ୍ତୁ ଆମେ ବହୁତ କମ୍ ଜୀବଜନ୍ତୁଙ୍କର ମା’ଙ୍କୁ ସେମାନଙ୍କର ଯତ୍ନ ନେଉଥିବାର ଦେଖିଥିବା । କିନ୍ତୁ ଏହି ବାକ୍ୟକୁ ଜାଣିବା ପରେ ଆପଣ ମାନି ନେବେ ଯେ ସେ କେବଳ ମା’ ହୋଇଥାନ୍ତି, ସେ ମଣିଷର ହୁଅନ୍ତୁ କିମ୍ବା ଜୀବଜନ୍ତୁଙ୍କର ହୁଅନ୍ତୁ । ସେ ମା’ ହୋଇଥାନ୍ତି, ଯିଏ ନିଜ ପିଲାକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ମା ନିଜ ପିଲା ପାଇଁ ସମସ୍ତ ସମସ୍ୟା ସହ ଲଢ଼ି ଯାଇଥାନ୍ତି ।

ସୋସିଆଲ୍ ମିଡ଼ିଆ ଏବଂ ଇଣ୍ଟରନେଟରେ ଗତ କିଛି ଦିନ ଧରି ଏକ ଷ୍ଟୋରୀ ସେୟାର୍ କରାଯାଉଛି । ଫୋଟ ଦ୍ୱାରା ସେୟାର୍ କରାଯାଉଥିବା ଏହି କାହାଣୀ ଏକ ମାଈ ହାତୀର ଅଟେ । ଫୋଟ ଦ୍ୱାରା ଏହା ଦେଖାଯାଇପାରିବ ଯେ ଗୋଟିଏ ମାଈ ହାତୀ ଗାତରୁ ମାଟି ଖୋଳୁଛି । ସମ୍ପୂର୍ଣ୍ଣ ଘଟଣାକୁ ଜାଣି ଆପଣ ନିଶ୍ଚିତ ଭାବରେ ଏହା କହିବେ ଯେ ମାର ମମତା ସବୁକିଛି କରିପାରିବ, ଯାହାଦ୍ୱାରା ସେ ନିଜ ପିଲାକୁ ରକ୍ଷା କରିପାରିବ । ନିଜ ପିଲା ପାଇଁ ସବୁ ମା’ ଚିନ୍ତା କରିଥାନ୍ତି, ସେ ମଣିଷର ହେଉ କିମ୍ବା ଜୀବଜନ୍ତୁଙ୍କର ।

ଯେତେବେଳେ ଗାତରେ ଖସିପଡ଼ିଲା ହାତୀର ପିଲା:-

ବାସ୍ତବରେ ଏହା ଏକ ଏଭଳି ମାଈ ହାତୀର କାହାଣୀ ଅଟେ, ଯିଏକି ଗଭୀର ଗାତରେ ଖସି ପଡିଥିବା ନିଜ ପିଲାକୁ ରକ୍ଷା କରିବାପାଇଁ କ୍ରମାଗତ ଭାବରେ ମାଟି ଖୋଳୁଥିଲା । କେହି ଜାଣିନଥିଲେ ଯେ ହାତୀ ଛୁଆ ଗାତରେ କିପରି ପଡିଲା । କୁହାଯାଉଛି ଯେ, ଏହା ହାତୀ ଗତ କିଛି ଦିନ ପୂର୍ବରୁ ନିଜ ପିଲା ସହ ଜଙ୍ଗଲ ଅତିକ୍ରମ କରୁଥିଲା, ସେହି ସମୟରେ ତା’ର ପିଲା ସେଠାରେ ଥିବା ଏକ ଗଭୀର ଗାତରେ ଖସି ପଡିଲା । ଗାତ ବହୁତ ଗଭୀର ଥିଲା ଏବଂ ହାତୀର ପିଲାର ଉଚ୍ଚତା ବହୁତ କମ୍ ଥିଲା, ଏହି କାରଣରୁ ସେ ସେହି ଗାତକୁ ଅତିକ୍ରମ କରିବାକୁ ଅସମର୍ଥ ଥିଲା ।

ମାଈ ହାତୀ କଲା ଜବରଦସ୍ତ ଚେଷ୍ଟା:-

ଏଥିସହିତ ମାଈ ହାତୀ ନିଜର ଛୋଟ ପିଲାକୁ ବାହାର କରିବାପାଇଁ ଅତ୍ୟନ୍ତ ସଂଘର୍ଷ କରିଥିଲା । କୁହାଯାଉଛି ଯେ, ସେ କ୍ରମାଗତ ଭାବରେ ବିନା ଅଟକି ୧୧ ଘଣ୍ଟା ପର୍ଯ୍ୟନ୍ତ ଗାତ ଖୋଳିଥିଲା । ଚିନ୍ତାରେ ମାଈ ହାତୀ ନିଜ ପିଲା ଉପରେ ଆହୁରି ମାଟି ପକାଇ ଦେଉଥିଲା । ସେ ସକାଳ ପର୍ଯ୍ୟନ୍ତ ମାଟି ଖୋଲିବା ଜାରି ରଖିଥିଲା । କିନ୍ତୁ ସେ ତା’ର ପିଲାକୁ ବାହାରକୁ ବାହାର କରିପାରିନଥିଲା । ସେ ଥକି ଗଲା ଏବଂ କାନ୍ଦିବାକୁ ଲାଗିଲା ।

ଗ୍ରାମ ବାସୀ କଲେ ସାହାଯ୍ୟ:-

ତେବେ ଅତ୍ୟନ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ମାଈ ହାତୀ କିଛି କରିପାରିଲା ନାହିଁ ଓ ଶେଷରେ ଥକି ଯାଇ କାନ୍ଦିବାକୁ ଲାଗିଲା । କାନ୍ଦିବାକୁ ସ୍ୱର ଜୋର୍ ହେବା କାରଣରୁ ଗ୍ରାମ ବାସୀମାନଙ୍କ ପର୍ଯ୍ୟନ୍ତ ତା’ର କ୍ରନ୍ଦନ ସ୍ୱର ପହଞ୍ଚିଗଲା । ହାତୀର କାନ୍ଦିବା ସ୍ୱର ଶୁଣି ଆଖପାଖର ଲୋକମାନେ ସେଠାରେ ପହଞ୍ଚିଥିଲେ । ପ୍ରଥମେ ସେମାନେ ବୁଝି ପାରିନଥିଲେ ଯେ ହାତୀ କାହିଁକି କାନ୍ଦୁଛି । ଗ୍ରାମବାସୀମାନେ ଚିନ୍ତିତ ହାତୀର ସାହାଯ୍ୟ କରିଥିଲେ । ସେମାନେ ତାକୁ କଦଳୀ ଦେଇ ତା’ର ଦୃଷ୍ଟି ହଟାଇଥିଲେ । ଯେତେବେଳେ କଦଳୀ ଖାଇବାପାଇଁ ସେ ସେଠାରୁ ଚାଲି ଯାଇଥିଲେ, ସେତେବେଳେ ସେମାନେ ପିଲାକୁ ବାହାରକୁ ବାହାର କରିଦେଲେ । ପରେ ସେ ମାଈ ହାତୀ ନିଜ ପିଲା ସହ ମିଶି ତାକୁ ଜଙ୍ଗଲ ଆଡ଼କୁ ନେଇଗଲା ।

Leave a Reply

Your email address will not be published. Required fields are marked *