ସ୍ଵାଧୀନତା ପରେ ପ୍ରଥମ ଥର ଜଣେ ମହିଳାଙ୍କୁ ଦିଆଯିବ ଫାଶୀ…! ଅପୋରଧ ଶୁଣିବା ପରେ ରୁମ ଟାଙ୍କୁରି ଉଠିବ !

ସ୍ଵାଧୀନତା ପରେ ପ୍ରଥମ ଥର ଜଣେ ମହିଳାଙ୍କୁ ଦିଆଯିବ ଫାଶୀ…! ଅପୋରଧ ଶୁଣିବା ପରେ ରୁମ ଟାଙ୍କୁରି ଉଠିବ !

ଭାରତକୁ ସ୍ୱାଧୀନତା ମିଳିବା ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଅପରାଧିକ କାର୍ଯ୍ୟ ପାଇଁ ଫାଶୀ ଦିଆଯିବ । ଏଥି ନିମନ୍ତେ ମଥୁରା ଜେଲରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ମଥୁରା ସ୍ଥିତ ଉତ୍ତରପ୍ରଦେଶ ଏକମାତ୍ର ଫାଶୀ ଗୃହରେ ଅମରୋହ ନିବାସୀ ଶବନମଙ୍କୁ ଫାଶୀ ଦିଆଯିବ । ଆପଣଙ୍କ ଜଣାଇବା ପାଇଁ କହିରଖୁଛୁ ଯେ, ନିର୍ଭୟା ଅପରାଧୀମାନଙ୍କୁ ଫାଶୀରେ ଝୁଲାଇଥିବା ହ୍ୟାଙ୍ଗମ୍ୟାନ ପୱନ ଫାଶୀ ଘରକୁ ଦୁଇଥର ଯାଞ୍ଚ କରିଛନ୍ତି । ତଥାପି, ଫାଶୀ ଦେବାର ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳାଙ୍କ ଅପରାଧ କଣ :

ଆପଣଙ୍କ କହିରଖୁଛୁ ଯେ, ଏହି ମାମଲା ୨୦୦୮ ମସିହାର ଅଟେ; ଯେତେବେଳେ ଆମରୋହର ନିବାସୀ ଶବନମ ନାମକ ଜଣେ ମହିଳା ଏପ୍ରିଲ ମାସରେ ତାଙ୍କ ପ୍ରେମିକଙ୍କ ସହିତ ମିଶି ସାତଜଣ ପରିବାର ସଦସ୍ୟଙ୍କୁ କୁରାଢ଼ି ଦ୍ୱାରା ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାପରେ ତାଙ୍କୁ ଜେଲ୍ ମଧ୍ୟ ହୋଇ ଯାଇଥିଲା ଏବଂ ଏହାପରେ ଅଦାଲତ ଶବନମଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଦଣ୍ଡାଦେଶ ପରେ ଶବନମ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ କ୍ଷମା ଆବେଦନ କରିଥିବା ସତ୍ତ୍ୱେ ମଧ୍ୟ ଶବନମଙ୍କୁ ସବୁଆଡୁ ନିରାଶ ହେବାକୁ ପଡ଼ିଥିଲା ।

ସ୍ଵାଧୀନ ଭାରତରେ ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇ ନାହିଁ :

ଏହି ମାମଲାରେ ଶବନମଙ୍କ ଜଘନ୍ୟ ଅପରାଧ ଦେଖି ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତେ ମହିଳାଙ୍କ ମୃତ୍ୟୁଦଣ୍ଡକୁ ସମର୍ଥନ କରିଛନ୍ତି ଏବଂ ଶବନମଙ୍କ କ୍ଷମା ଆବେଦନକୁ ଖାରଜ କରି ଦିଆଦେଇଛନ୍ତି । ଏହି କାରଣ ହେତୁ ସ୍ୱାଧୀନ ଭାରତ ବର୍ଷ ଇତିହାସରେ ଶବନମ ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କୁ ଫାଶୀ ଦଣ୍ଡ ଦିଆଯିବ ।

ଆପଣଙ୍କୁ କହିରଖୁଛୁ ଯେ, ୧୫୦ ବର୍ଷ ପୂର୍ବେ ମଥୁରା ଜେଲରେ ମହିଳାଙ୍କ ନିମନ୍ତେ ଏକ ଫାଶୀ ଘର ନିର୍ମାଣ କରାଯାଇଥିଲା । କିନ୍ତୁ ସ୍ୱାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇ ନାହିଁ ।

ବକ୍ସରରୁ ଆସିବ ଫାଶୀ ଦଉଡି :

ଶବନମଙ୍କୁ ଫାଶୀରେ ଝୁଲାଇବା ପାଇଁ ବିହାରର ବୁକ୍ସରରୁ ଏକ ଦଉଡି ଅଣାଯାଉଛି, ଯାହାଦ୍ୱାରା କୌଣସି ବାଧା ସୃଷ୍ଟି ହେବ ନାହିଁ । ଜେଲ ଅଧୀକ୍ଷକଙ୍କ କହିବାନୁସାରେ ହ୍ୟାଙ୍ଗମ୍ୟାନ ପବନ ଫାଶୀ ଗୃହକୁ ଦୁଇଥର ଯାଞ୍ଚ କରିଛନ୍ତି । ସେ ସ୍ପ୍ଲିଣ୍ଟ-ପରସ୍ତରେ ହ୍ରାସ ଘଟିଥିବାର ଦେଖିଲେ, ଯାହାକୁ ସଂଶୋଧିତ କରାଯାଉଛି । ଯଦି ଶେଷ ମୁହୂର୍ତ୍ତରେ କୌଣସି ପ୍ରତିବନ୍ଧକ ନ ଆସେ ତେବେ ଶବନମ ପ୍ରଥମ ମହିଳା ହେବେ ଯାହାଙ୍କୁ ସ୍ୱାଧୀନତା ପରେ ଫାଶୀ ଦିଆଯିବ ।

ମଥୁରା ଜେଲର ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଫାଶୀର ତାରିଖ ସ୍ଥିର କରାଯାଇ ନାହିଁ ଏବଂ କୌଣସି ଆଦେଶ ମଧ୍ୟ ଆସି ନାହିଁ କିନ୍ତୁ ଜେଲ୍ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମୃତ୍ୟୁ ୱାରେଣ୍ଟ ଜାରି ହେବା ମାତ୍ରେ ହିଁ ଶବନଙ୍କୁ ଫାଶୀ ଦିଆଯିବ ।

Leave a Reply

Your email address will not be published. Required fields are marked *