ଏକ ବର୍ଷର ହେଲେ ଶିଳ୍ପା ଶେଟ୍ଟୀଙ୍କ ଝିଅ ! ଝିଅ ସମୀଷାକୁ ନେଇ ପରିବାର ସହ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ…

ଏକ ବର୍ଷର ହେଲେ ଶିଳ୍ପା ଶେଟ୍ଟୀଙ୍କ ଝିଅ ! ଝିଅ ସମୀଷାକୁ ନେଇ ପରିବାର ସହ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ…

୧୫ ଫେବୃଆରୀ ୨୦୨୦ ସେହି ଦିନ ଥିଲା, ଯେତେବେଳେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରକୁ ଆସିଥିଲା ତାଙ୍କ କୁନି ପରୀ ସମୀଷା ଶେଟ୍ଟୀ । ଗତବର୍ଷ ଶିଳ୍ପା ଶେଟ୍ଟୀ ସରୋଗେସି ମାଧ୍ୟମରେ ମା’ ହୋଇଥିଲେ । ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ନିଜ ଝିଅର ପ୍ରଥମ ଜନ୍ମଦିନ ଧୂମଧାମର ସହ ପାଳନ କରିଛନ୍ତି । କହିରଖୁଛୁ ଯେ, ଏହି ସ୍ୱତନ୍ତ୍ର ଅବସରରେ ଶିଳ୍ପା ଶେଟ୍ଟୀ ନିଜ ଝିଅଙ୍କୁ ନେଇ ସମ୍ପୂର୍ଣ୍ଣ ପରିବାର ସହ ସିଦ୍ଧିବିନାୟକ ମନ୍ଦିରର ଦର୍ଶନ ମଧ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ଅନେକ ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଅଛି ।

ହଳଦିଆ ରଙ୍ଗର ସୁଟ୍ ପିନ୍ଧି ଶିଳ୍ପା ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଥିଲେ । ଝିଅ ସମୀଷାକୁ ସେ କୋଳରେ ଧରିଥିବାର ଦେଖା ଯାଇଥିଲେ । ତାଙ୍କ ଝିଅ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲା । ଏକ ବର୍ଷୀୟ ସମୀଷା ବହୁତ କ୍ୟୁଟ୍ ଦେଖାଯାଉଛି । ଶିଳ୍ପାଙ୍କ ସହ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପୁଅ ଭିୟାନ୍ ମଧ୍ୟ ମନ୍ଦିରରେ ପହଞ୍ଚିଥିଲେ । ଏଥିସହିତ ଶିଳ୍ପାଙ୍କର ମା’ ମଧ୍ୟ ନାତୁଣୀର ପ୍ରଥମ ଜନ୍ମଦିନରେ ବହୁତ ଖୁସି ଦେଖା ଯାଉଥିଲେ । ସମ୍ପୂର୍ଣ୍ଣ ପରିବାର ପୂଜା ପରେ ମନ୍ଦିର ସମ୍ମୁଖରେ ଟୀକା ଲଗାଉଥିବାର ଦେଖା ଯାଇଛନ୍ତି ।

ଝିଅ ସମୀଷାର ଜନ୍ମପରେ ତାଙ୍କ ପରିବାର ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଯାଇଛି । ନିଜ ଝିଅର ପ୍ରଥମ ଜନ୍ମଦିନରେ ଶିଳ୍ପା ଶେଟ୍ଟୀ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଶିଳ୍ପା ଏକ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ୍ ମିଡିଆରେ ବର୍ତ୍ତମାନ ସମୟରେ ସମସ୍ତଙ୍କର ହୃଦୟ ଜିତୁଅଛି । ଏହି ଭିଡ଼ିଓରେ କୁନି ସମୀଷା ମାଟି ଉପରେ ଗୁରୁଣ୍ଡୁ ଥିବାର ଦେଖା ଯାଇଛନ୍ତି ।

ଏହି କ୍ୟୁଟ୍ ଭିଡ଼ିଓକୁ ସେୟାର୍ କରି ଶିଳ୍ପା ଲେଖିଛନ୍ତି ଯେ, ମମ୍ମୀ ! ଏହି ଶବ୍ଦ ତୁମେ ମୋତେ ସେତେବେଳେ କହିଛ, ଯେତେବେଳେ ତୁମେ ଏକ ବର୍ଷର ହୋଇଯାଇଛ । ମୋତେ ଲାଗୁଛି ମୋ ପାଇଁ ଏହା ଜୀବନର ସବୁଠାରୁ ସୁନ୍ଦର ଉପହାର ଅଟେ । ତୁମର ପ୍ରଥମ ଦାନ୍ତ ବାହାରିବା ଠାରୁ ଆରମ୍ଭ କରି ପ୍ରଥମ ଶବ୍ଦ, ପ୍ରଥମ ହସ, ଏବଂ ପ୍ରଥମ ଗୁରୁଣ୍ଡିବା ମୋର ସବୁ ମନେ ଅଛି । ମୋ ପାଇଁ ସବୁକିଛି ସ୍ୱତନ୍ତ୍ର ଅଟେ । ପ୍ରତ୍ୟେକ ଦିନ ପାଳନ କରିବାର କାରଣ ଅଛି । ମୋ ପରୀକୁ ପ୍ରଥମ ଜନ୍ମଦିନର ଅନେକ ଶୁଭେଚ୍ଛା ଶୁଭକାମନା ଅଟେ । ଅତିକ୍ରମ କରିଯାଇଥିବା ବର୍ଷର ପ୍ରତ୍ୟେକ ଦିନ ଆମ ପାଇଁ ପ୍ରେମ, ଖୁସି ଏବଂ ଉଜ୍ଜ୍ୱଳତା ନେଇ ଆସିଛି । ଆମ ଜୀବନ ଉଜ୍ଜ୍ୱଳ ହୋଇଯାଇଛି । ଆମେ ସମସ୍ତେ ତୁମକୁ ବହୁତ ଭଲ ପାଉଛୁ । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ତୁମକୁ ଅନେକ ଖୁସି ମିଳୁ ଏବଂ ଆଶୀର୍ବାଦ ମିଳୁ ।

ଶିଳ୍ପା ଶେଟ୍ଟୀଙ୍କ ଦ୍ଵାରା ସେୟାର୍ କରାଯାଇଥିବା ଏହି ଭିଡ଼ିଓରେ ତାଙ୍କ ଝିଅର ଅନେକ ପୁରୁଣା ଫୋଟ ଅଛି, ଯେଉଁଥିରେ ସମୀଷାଙ୍କର ପିଲାଳିଆମୀ ସ୍ପଷ୍ଟ ଭାବରେ ଦେଖାଯାଉଛି । ମା’ ଏବଂ ଝିଅଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏହି ସୁନ୍ଦର ଭିଡ଼ିଓରେ ପ୍ରଶଂସକମାନେ ମଧ୍ୟ ଅନେକ ଭଲପାଇବା ଦେଖାଉଛନ୍ତି । ଏଥିସହିତ ପିତା ରାଜ କୁନ୍ଦ୍ରା ମଧ୍ୟ ସମୀଷାଙ୍କର ଜନ୍ମଦିନରେ ନିଜ ଝିଅ ଉପରେ ଭଲପାଇବା ଦେଖାଉଛନ୍ତି ।

ରାଜ କୁନ୍ଦ୍ରା ଝିଅର ଏକ ଭିଡିଓ ସେୟାର୍ କରିଛନ୍ତି, ଯେଉଁଥିରେ ସେ ବାଲକୋନୀରେ ଝୁଲା ଝୁଲୁଛନ୍ତି । ଝିଅର ଏହି କ୍ୟୁଟ୍ ଭିଡ଼ିଓକୁ ସେୟାର୍ କରି ରାଜ କୁନ୍ଦ୍ରା ଲେଖିଛନ୍ତି ଯେ, ସମୀଷା ମାମା ଗାର୍ଲ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପଞ୍ଜାବନ ଅଟେ । ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ମୋ କୁନି ପରୀ, ତୁମର ଆଗମନ ଦ୍ୱାରା ଆମ ପରିବାର ସମ୍ପୂର୍ଣ୍ଣ ହୋଇଯାଇଛି ।

ମାଉସୀ ସମିତା ଶେଟ୍ଟୀ ମଧ୍ୟ ସମୀଷାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ସମିତା ଦୁଇଟି ଫୋଟ ସେୟାର୍ କରିଛନ୍ତି, ଯେଉଁଥିରେ ସମୀଷା ତାଙ୍କ କୋଳରେ ରହିଥିବାର ଦେଖାଯାଇଛି । ସମିତା ଲେଖିଛନ୍ତି ଯେ, କୁନି ପରୀ ତୁମେ ଆମ ଜୀବନକୁ ଖୁସିରେ ପରିପୂର୍ଣ୍ଣ କରିଦେଇଛ ।

Leave a Reply

Your email address will not be published. Required fields are marked *