ସୁପରଷ୍ଟାର୍ ମହେଶ ବାବୁଙ୍କ ଝିଅ କରାଇଲେ ଫୋଟଶୁଟ୍ ! ଦେଖିଲେ ହଟିବ ନାହିଁ ନଜର…

ସୁପରଷ୍ଟାର୍ ମହେଶ ବାବୁଙ୍କ ଝିଅ କରାଇଲେ ଫୋଟଶୁଟ୍ ! ଦେଖିଲେ ହଟିବ ନାହିଁ ନଜର…

ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ ମହେଶ ବାବୁ ଅଧିକ ଟଙ୍କା ନେଉଥିବା କଳାକାରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ମହେଶ ବାବୁ ନିଜ କ୍ୟାରିଅରରେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ସେ ନିଜ ଚଳଚ୍ଚିତ୍ର ସହ ନିଜ ପରିବାରକୁ ମଧ୍ୟ ବରାବର ସମୟ ଦେଇଥାନ୍ତି । ମହେଶ ବାବୁ ନିଜ ପରବାରକୁ ନେଇ ମଧ୍ୟ ଅନେକ ଚର୍ଚ୍ଚିତ ରହିଥାନ୍ତି । ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର ବଲିଉଡ ଚଳଚ୍ଚିତ୍ରର ହିଟ୍ ଅଭିନେତ୍ରୀ ଅଟନ୍ତି । ମହେଶ ଏବଂ ନମ୍ରତାଙ୍କର ପିଲାମାନେ ମଧ୍ୟ ଅନେକ ଚର୍ଚ୍ଚାରେ ରହିଥାନ୍ତି । ଏହି ସମୟ ମଧ୍ୟରେ ଏମାନଙ୍କର ଝିଅ ସିତାରା ଘଟାମନେନୀ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଆସି ଯାଇଛନ୍ତି ।

ବାସ୍ତବରେ, ନିକଟରେ ମହେଶ ବାବୁଙ୍କ ଝିଅ ସିତାରା ନିଜର ଏକ ଫୋଟଶୁଟ୍ କରାଇଛନ୍ତି, ଯାହା ସୋସିଆଲ୍ ମିଡିଆ ଅନେକ ଚର୍ଚ୍ଚାରେ ରହିଛି ।

ଏହି ଫୋଟରେ ୮ ବର୍ଷର କୁନି ସିତାରା କୌଣସି ରାଜକୁମାରୀ ଭଳି ଦେଖା ଯାଉଛନ୍ତି ।

ସିତାରା ଘଟାମନେନୀ ଗୋଲାପୀ ରଙ୍ଗର ଫ୍ରିଲ୍ ଫ୍ରକ୍ ପିନ୍ଧିଛନ୍ତି, ଏହି ଲୁକରେ ସେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛନ୍ତି ।

ଏହି ଫୋଟରେ ସିତାରା କେବଳ ସୁନ୍ଦର ନୁହେଁ ବରଂ ଅତ୍ୟନ୍ତ ଆତ୍ମବିଶ୍ଵାସୀ ଦେଖା ଯାଉଛନ୍ତି ।

ଫୋଟରେ ତାଙ୍କ ଚାହାଣୀ ଠାରୁ ଆରମ୍ଭ କରି ତାଙ୍କ ଷ୍ଟାଇଲ୍ ସବୁ ଅତ୍ୟନ୍ତ ଗଜବ ଦେଖାଯାଉଛି ।

କହିରଖୁଛୁ ଯେ, ସିତାରା ସୁନ୍ଦର ସହିତ ଅତ୍ୟନ୍ତ ଜ୍ଞାନୀ ମଧ୍ୟ ଅଟନ୍ତି । ତାଙ୍କୁ ନୃତ୍ୟ କରିବା ମଧ୍ୟ ଆସୁଛି । ତାଙ୍କ ନୃତ୍ୟ ଭିଡିଓକୁ ମାତା ନମ୍ରତା ପ୍ରାୟତଃ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ସେୟାର୍ କରିଥାନ୍ତି ।

ସିତାରାଙ୍କୁ ମଧ୍ୟ ନିଜ ପିତା ମାତାଙ୍କ ଭଳି କଳାକାର ହେବାର କ୍ରେଜ୍ ରହିଛି ।

ସିତାରାଙ୍କର ଏହି ସୁନ୍ଦର ଫୋଟ ଗୁଡିକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର୍ କରାଯାଇଛି, ଯାହାକୁ ପ୍ରଶଂସକମାନେ ଅତ୍ୟନ୍ତ ପସନ୍ଦ କରୁଛନ୍ତି ଏବଂ ବହୁ ମାତ୍ରାରେ ସିତାରାଙ୍କର ସୌନ୍ଦର୍ଯ୍ୟତା ଏବଂ କ୍ୟୁଟନେସର ପ୍ରଶଂସା କରୁଛନ୍ତି ।

କହିରଖୁଛୁ ଯେ, ସିତାରା ଗତବର୍ଷ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । କିଛି ସମୟ ମଧ୍ୟରେ ଦେଖୁ ଦେଖୁ ସିତାରାଙ୍କର ହଜାର ହଜାର ପ୍ରଶଂସକ ହୋଇଯାଇଛନ୍ତି । ସିତାରାଙ୍କୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଫୋଲୋ କରୁଛନ୍ତି ।

ସିତାରାଙ୍କର ଏହି ଆଇଡିରେ ପ୍ରାୟତଃ ପିତାମାତା ତାଙ୍କ ନୃତ୍ୟ ଭିଡିଓ ଏବଂ କ୍ୟୁଟ୍ ଫୋଟ ସେୟାର୍ କରିଥାନ୍ତି ।

Leave a Reply

Your email address will not be published. Required fields are marked *