SBI ଗ୍ରାହକମାନେ ଏହି ଖବର ନିଶ୍ଚିତ ଭାବରେ ପଢନ୍ତୁ ! ନଚେତ୍ ଏକ ମିନିଟରେ ହୋଇଯିବ ଆକାଉଣ୍ଟ ଖାଲି…

SBI ଗ୍ରାହକମାନେ ଏହି ଖବର ନିଶ୍ଚିତ ଭାବରେ ପଢନ୍ତୁ ! ନଚେତ୍ ଏକ ମିନିଟରେ ହୋଇଯିବ ଆକାଉଣ୍ଟ ଖାଲି…

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କ ପାଇଁ ସଚେତନତା ଜାରି କରିଛନ୍ତି ଏବଂ ଗ୍ରାହକ ମାନଙ୍କୁ ତୁରନ୍ତ ଋଣ ଏପ୍ସ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ୪୦ କୋଟି ଗ୍ରାହକକୁ ତୁରନ୍ତ ଋଣ ଏପ୍ସ ପ୍ରତି ସଚେତନ କରି କହିଛନ୍ତି ଯେ ସେ ଭୁଲରେ ମଧ୍ୟ ଏପରି ଏପ୍ସ ଗୁଡ଼ିକୁ ଡାଉନଲୋଡ୍ କରନ୍ତୁ ନାହିଁ । ଏହି ଏପ୍ସ ଗୁଡ଼ିକୁ ଡାଉନଲୋଡ୍ କରିବା ଫଳରେ ତାଙ୍କୁ ଭାରି କ୍ଷୟକ୍ଷତି ହୋଇପାରେ । ଏସବିଆଇ ନିଜ ଟ୍ୱିଟର ହେଣ୍ଡେଲରେ ଗ୍ରାହକଙ୍କୁ ସଚେତନ କରି ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ସେ ଏପରି କୌଣସି ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ ଯାହା ଅବାଞ୍ଛିତ ଥିବ ଓ ଏଥିସହିତ ଏପରି ଏପ୍ସ ଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ ଯାହା ତୁରନ୍ତ ଋଣ ଦେବା ଦାବି କରୁଥିବ । ଏସବିଆଇ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଯଦି ଏପରି ଲିଙ୍କକୁ କ୍ଲିକ୍ କରନ୍ତି ତେବେ ଆକାଉଣ୍ଟ ଖାଲି ହେବାକୁ ସମୟ ଲାଗିବ ନାହିଁ ।

ଏସବିଆଇ କହିଛନ୍ତି ଯେ ଗ୍ରାହକଙ୍କୁ ମେସେଜ୍ ପଠାଯାଉଛି । ଯେଉଁଥିରୁ କୁହାଯାଉଛି ଯେ ତାଙ୍କୁ କେବଳ ପାଞ୍ଚ ମିନିଟରେ ଦୁଇ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରେ । ଋଣ ନେବା ପାଇଁ ତାଙ୍କୁ ମାତ୍ର ଲିଙ୍କ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏହି ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ଏହି ଲୋକମାନେ ଆକାଉଣ୍ଟ ଖାଲି କରିନିଅନ୍ତି । ଏସବିଆଇ ସ୍ପଷ୍ଟ ଭାବରେ ଗ୍ରାହକଙ୍କୁ କହିଛନ୍ତି ଯେ ସେ ନିଜ ବିଷୟରେ କୌଣସି ସୂଚନା ଏପରି କୌଣସି ଲିଙ୍କ ଉପରେ ଦିଅନ୍ତୁ ନାହିଁ ଯାହା ନିଜକୁ ଏସବିଆଇ କିମ୍ବା ଅନ୍ୟ କୌଣସି ବ୍ୟାଙ୍କ ଭାବେ ଦର୍ଶାଇଥାଏ ।

ନିଜ ବୟାନରେ ଏସବିଆଇ ଆଗକୁ କହିଛନ୍ତି ଯେ ଏପରି କୌଣସି ତୁରନ୍ତ ଋଣ ଏପ୍ସ ଯାହା ଆପଣଙ୍କ ବିନା କୌଣସି କାଗଜପତ୍ରର କେବଳ ଦୁଇ ମିନିଟରେ ଋଣ ଦେବା ବିଷୟରେ କଥା ହୁଅନ୍ତି । ତାଙ୍କ ଠାରୁ ସାବଧାନ ରୁହନ୍ତୁ । ଏହି ଲୋକ ବହୁତ ଭାରୀ ବ୍ୟାଜ୍ ଦେବାକୁ ପଡେ । ପଇସା ଭରିବା ପାଇଁ ଅନେକଗୁଡ଼ିଏ ଲୋକ ଆଉ କିଛି ସ୍ଥାନରୁ ଋଣ ନେଇଯାନ୍ତି ଏବଂ ଏପରି ଭାବରେ ସୁଧରେ ବୁଡ଼ିଯାନ୍ତି । ବେଳେବେଳେ ଲୋକଙ୍କ ନିକଟରେ ଧମକ୍ ଦେବା ପାଇଁ ମଧ୍ୟ କଲ୍ ଆସେ ।

ଏସବିଆଇ ଗ୍ରାହକଙ୍କୁ ସ୍ପଷ୍ଟ କହିଛନ୍ତି ଯେ ସେ ବ୍ୟାଙ୍କର ଦାବି କରୁଥିବା ଏପରି କୌଣସି କଲରକୁ କୌଣସି ଡିଟେଲ୍ ସେୟାର୍ କରନ୍ତୁ ନାହିଁ ଯାହା ଉପରେ ସେ ବ୍ୟାଙ୍କ ଆକାଉଣ୍ଟ, ଅଟୋପି ଭଳି ସୂଚନା ପଚାରାଯାଇଛି । ଏସବିଆଇ ସତର୍କତା ଉପାୟ ସେୟାର୍ କରି କହିଛନ୍ତି ଯେ ଯେଉଁ ଅଫର୍ ରହିଛି ତା ପାଇଁ ନିୟମ ଓ ସର୍ତ୍ତ ଗୁଡ଼ିକ କଣ ଅଟେ । ଏହା ନିଶ୍ଚିତ ଭାବେ ପଢନ୍ତୁ । ଯେକୌଣସି ସନ୍ଦିଗ୍ଧ ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ ଏବଂ କୌଣସି ଏପ୍ସ ଡାଉନଲୋଡ୍ କରନ୍ତୁ ।

ଆରବିଆଇ ଜାରି କଲେ ଚେତାବନୀ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବ୍ୟତୀତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ଲୋକଙ୍କୁ ସାବଧାନ ରହିବା ପାଇଁ କହିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁସାରେ ରାଜ୍ୟ ସରକାରଙ୍କ ସହିତ ରେଜିଷ୍ଟର୍ ମଧ୍ୟ ସୁଧର ଦର୍ଶାଇ ଦେଇପାରେ । କିନ୍ତୁ ଯେକୌଣସି ଭାବେ ଅନାଧିକୃତ ଡ଼ିଜିଟାଲ୍ ପ୍ଲେଟଫର୍ମକୁ ଆସି ଛଳନା ଠକାମିର ଶିକାର ହେବାରୁ ସୁରକ୍ଷିତ ରୁହନ୍ତୁ । ଆଇବିଆଇ ଅନୁସାରେ ଏହି ପ୍ଲେଟଫର୍ମରେ ଯେଉଁ ସୁଧକୁ ଦର୍ଶାଯାଏ ତାହାର ସୁଧଦର ବହୁତ ଅଧିକ ଅଟେ । ଏଥିପାଇଁ ଏଥିରୁ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *