ସ୍ତ୍ରୀ ଲୋକମାନେ କେବେହେଲେ ରାତ୍ରି ସମୟରେ କରନ୍ତୁ ନାହିଁ ଏହି କାମ ! ନହେଲେ ହୋଇଯିବ ଅଶୁଭ…

ସ୍ତ୍ରୀ ଲୋକମାନେ କେବେହେଲେ ରାତ୍ରି ସମୟରେ କରନ୍ତୁ ନାହିଁ ଏହି କାମ ! ନହେଲେ ହୋଇଯିବ ଅଶୁଭ…

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଖୁବ୍ ପବିତ୍ର ବୋଲି କୁହାଯାଏ । ଏପରି କୁହାଯାଏ ଯେ ମହିଳାଙ୍କ ଦ୍ୱାରା କରାଯାଉଥିବା ସୁକର୍ମ ଓ କୁକର୍ମର ଫଳ ତୁରନ୍ତ ପ୍ରାପ୍ତ ହୋଇଥାଏ । ଜଣେ ମହିଳା ଯେକୌଣସି ଗୃହକୁ ସ୍ଵର୍ଗରେ ପରିଣତ କରିଦିଏ, ଯେକୌଣସି ଘରକୁ ସଠିକ୍ ରୂପେ ଚଳାଇବା ପାଇଁ ମହିଳାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରେ । କିନ୍ତୁ ଯଦି ମହିଳା ଚାହେଁ ତେବେ ଯେକୌଣସି ଗୃହକୁ ଧ୍ୱଂସ ମଧ୍ୟ କରି ଦେଇପାରେ । ଜଣେ ମହିଳା ଘରକୁ ଖୁସି ନେଇ ଆସେ ଏବଂ ଏକ ମହିଳା ଦୁଃଖର କାରଣ ମଧ୍ୟ ହୋଇଥାଏ । ଏଥିପାଇଁ ଯଦି ଆପଣ ଘରକୁ ସମୃଦ୍ଧ କରି ରଖିବା ପାଇଁ ଚାହଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ୪ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଭୁଲରେ ମଧ୍ୟ ରାତି ସମୟରେ କରନ୍ତୁ ନାହିଁ । ଯଦି ଆପଣ ଏହି କାର୍ଯ୍ୟ କରନ୍ତି ତେବେ ଏହାର ଖରାପ ପରିଣାମ ଭୋଗିବାକୁ ପଡିପାରେ ।

ଆସନ୍ତୁ ଜାଣିବା ମହିଳାଙ୍କୁ କେଉଁ ଚାରୋଟି କାମ ରାତିରେ ନକରିବା ଉଚିତ୍

କ୍ଷୀର କିମ୍ବା ଦହି ଦାନ କରିବା

ମହିଳାମାନେ ବିଶେଷ ଭାବେ ଏହା ଧ୍ୟାନ ରଖନ୍ତୁଯେ କେବେମଧ୍ୟ ରାତି ସମୟରେ ନିଜ ଘରୁ କ୍ଷୀର କିମ୍ବା ଦହି ଦାନ କରନ୍ତୁ ନାହିଁ କାରଣ ଏପରି କୁହାଯାଏ ଯେ ଏପରି କରିବା ଫଳରେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଏଥିପାଇଁ ଯଦି ଆପଣ ଘରର ସୁଖ ଶାନ୍ତିକୁ ବଜାୟ ରଖିବା ପାଇଁ ଚାହଁନ୍ତି ତେବେ ଏହି କାର୍ଯ୍ୟ ଆଦୌ କରନ୍ତୁ ନାହିଁ ।

ଅଇଁଠା ବାସନ

ରାତ୍ରି ସମୟରେ ଯେତେବେଳେ ପରିବାରର ସମସ୍ତ ସଦସ୍ୟ ଭୋଜନ କରିନିଅନ୍ତି ସେତେବେଳେ ମହିଳାଙ୍କୁ ଏହା ଚେଷ୍ଟା କରିବା ଉଚିତ୍ ଯେ ରାତି ସମୟରେ କେବେମଧ୍ୟ ରୋଷେଇ ଘରେ ଅଇଁଠା ବାସନକୁସନ ରଖିବା ଉଚିତ ନୁହେଁ କିମ୍ବା ପଡ଼ି ରହିଥିବା ଅଇଁଠା ବାସନ କୁସନ ଗୁଡ଼ିକୁ ସଫା କରି ରଖିଦେବା ଉଚିତ ଯଦି ଆପଣ ଏପରି କରିବେ ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଯାହା ଫଳରେ ଆପଣଙ୍କ ଗୃହରେ ସୁଖ ସମୃଦ୍ଧି ବଜାୟ ରହିବ ।

କେଶ ଖୋଲା ରଖି ଶୋଇବା

ମହିଳାଙ୍କୁ ଏହାର ବିଶେଷ ଧ୍ୟାନ ରଖିବା ଉଚିତ ଯେ ଆପଣ ରାତିରେ ଶୋଇବା ସମୟରେ ନିଜ କେଶକୁ ଖୋଲା ରଖି ଶୁଅନ୍ତୁ ନାହିଁ, କାରଣ ଏପରି କୁହାଯାଏ ଯେ କେଶ ଖୋଲା ରଖି ଶୋଇବା ଫଳରେ ଘରେ ନକରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ ।

ଅଧିକ ମାତ୍ରାରେ ରାତ୍ରି ଭୋଜନ କରିବା

ରାତ୍ରିରେ ଶୋଇବା ପୂର୍ବରୁ ପାଖାପାଖି ୨ ଘଣ୍ଟା ଆଗରୁ ଭୋଜନ କରିନେବା ଉଚିତ୍ । ଶୋଇବା ଠିକ୍ ପୂର୍ବରୁ କେବେମଧ୍ୟ ଭୋଜନ କରନ୍ତୁ ନାହିଁ । ଏହି କଥାଟି କେବଳ ମହିଳା ମାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ଉପରେ ଲାଗୁ ହୁଏ । କିଏ ମଧ୍ୟ ରାତ୍ରିରେ ଅଧିକ ଭୋଜନ କରି ଶୋଇବା ଉଚିତ ନୁହେଁ କାରଣ ରାତ୍ରିରେ ଖାଇଥିବା ଭୋଜନ ଆପଣଙ୍କୁ ନିଦକୁ ଖୁବ୍ ପ୍ରଭାବିତ କରିଥାଏ । ଏବଂ ଯଦି ଆପଣ ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଇଥାନ୍ତି ତେବେ ଏଥିରୁ ଆପଣଙ୍କ ନିଦ ପ୍ରଭାବିତ ହୋଇଥାଏ ଓ ଆପଣଙ୍କ ଭୋଜନ ଠିକ୍ ରୂପେ ପାଚନ ହୋଇପାରେ ନାହିଁ । ଯାହା ଫଳରେ ଆପଣଙ୍କୁ ପେଟ ସମ୍ବନ୍ଧୀୟ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।

ଉପରୋକ୍ତ ଯେଉଁସବୁ କାର୍ଯ୍ୟ ଆମେଆପଣଙ୍କୁ କହିଛୁ ଯଦି ଆପଣ ଏହି ସମସ୍ତ କଥାକୁ ଧ୍ୟାନ ରଖନ୍ତି ତେବେ ଆପଣଙ୍କୁ କେବେମଧ୍ୟ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଓ ଆପଣଙ୍କ ଘର ପରିବାରରେ ସର୍ବଦା ଖୁସି ରହିବ, ଏଥିସହିତ ଆପଣଙ୍କ ଘରେ ମାଁ ଲକ୍ଷ୍ମୀ ବାସ କରିବେ ।

Leave a Reply

Your email address will not be published. Required fields are marked *