ଥରଟିଏ ଆପଣେଇ ଦେଖନ୍ତୁ ! କେବେ ମଧ୍ୟ କାହାର ଋଣୀ ହେବେ ନାହିଁ ଆସନ୍ତୁ ଜାଣିବା ଶାସ୍ତ୍ରରେ ଲେଖାଥିବା ଏହି ଉପାୟ ବିଷୟରେ…

ଥରଟିଏ ଆପଣେଇ ଦେଖନ୍ତୁ ! କେବେ ମଧ୍ୟ କାହାର ଋଣୀ ହେବେ ନାହିଁ ଆସନ୍ତୁ ଜାଣିବା ଶାସ୍ତ୍ରରେ ଲେଖାଥିବା ଏହି ଉପାୟ ବିଷୟରେ…

ଆଜି କାଲି ସମସ୍ତ ଜୀବନ ଚାପଗ୍ରସ୍ତ ଅଟେ । ପୂର୍ବରୁ ମଣିଷ ଜୀବନର ଆବଶ୍ୟକତା କେବଳ ଦୁଇ ଓଳି ଖାଦ୍ୟ ମଧ୍ୟରେ ସୀମିତ ଥିଲା । ଆଜି ଏହାର ପରିସର ବହୁତ ବିସ୍ତାର ହୋଇସାରିଛି । ଆଜିର ମଣିଷକୁ ରାଜକୀୟ ଖାଦ୍ୟ, ବିଳାସପୂର୍ଣ ଘର, କାର୍ ଏବଂ ଉପଭୋଗର ସମସ୍ତ ଜିନିଷ ଆବଶ୍ୟକ ।

ଏହି ସବୁ ସୁଖ ସୁବିଧା ପାଇଁ ଜଣେ ବ୍ୟକ୍ତି ନିଜର ଅର୍ଜିତ ସାମଗ୍ରୀକୁ ବନ୍ଧକ ରଖିଥାଏ । ବେଳେବେଳେ ସେ ନିଜ ସୀମା ବାହାରେ ଋଣ ନେବାକୁ ମଧ୍ୟ ଦ୍ୱିଧା କରେ ନାହିଁ । ଏହି ଋଣଦେଇଥାଏ ମଣିଷକୁ ଅସୀମ ମାନସିକ ଚାପ । ଋଣ ପରିଶୋଧ କରୁ କରୁ ସମୟରେ ବ୍ୟକ୍ତିର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଏ ।

ଯଦି ଆପଣ ମଧ୍ୟ ସମସ୍ତ ପ୍ରୟାସ କରିବା ପରେ ବି ଋଣର ଭାରରୁ ମୁକ୍ତି ପାଇ ପାରୁନାହାନ୍ତି, ତେବେ ଥରେ ଏହି ଉପାୟ ଅପଣନ୍ତୁ । ଲାଲ୍ କିତାବ ଏବଂ ଜ୍ୟୋତିଷ ଶାସ୍ତ୍ରର କିଛି ପ୍ରତିକାର ଆପଣେଇ ଆପଣ ଖୁବ୍ ଶୀଘ୍ର ଋଣରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି ପ୍ରତିକାରଗୁଡିକ…

ଯେକୌଣସି ମାସର ଶୁକ୍ଲ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ତୁମର ନିକଟସ୍ଥ ଶିବ ମନ୍ଦିରକୁ ଯାଇ କ୍ଷୀର ଏବଂ ପାଣିରେ ଶିବଲିଙ୍ଗକୁ ଅଭିଷେକ କର ଏବଂ ମସୁର ଡାଲି ଅର୍ପଣ କରନ୍ତୁ । ତାପରେ ମନ୍ଦିରରେ ବସି ଅତି କମରେ ୧୦୮ଥର ତୃଣମୁକ୍ତେଶ୍ୱର ମନ୍ତ୍ର ଜପ କରନ୍ତୁ । ଆପଣ ଶୀଘ୍ର ଋଣରୁ ମୁକ୍ତି ପାଇପାରିବେ ।

ମନ୍ତ୍ରଟି ହେଉଛି ଓଁ ତୃଣମୁକ୍ତେଶ୍ୱର ମହାଦେବାୟ ନମଃ

ରଣରୁ ମୁକ୍ତି ପାଇବା ପାଇଁ ଆପଣ ପୂର୍ଣ୍ଣିମା ଦିନ ହଳଦିଆ ପୋଷାକ, ଚଣା ଡାଲି, ହଳଦିଆ ଫଳ ଏବଂ ହଳଦିଆ ମିଠା ଯେକୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ଏହା ଆପଣଙ୍କୁ ରଣରୁ ମୁକ୍ତି ଦେବ ।

ସଙ୍କଟ ମୋଚନ ହନୁମାନ୍ ମଧ୍ୟ ଆପଣଙ୍କୁ ଋଣରୁ ମୁକ୍ତି ଦେବେ । ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ତେଲ ଏବଂ ହଳଦିଆ ରଙ୍ଗର ଟିକା ଲଗାଇ ସେହି ସମୟରେ ହନୁମାନ ଚଲିସା ପାଠ କରନ୍ତୁ । ଏହା କରିବା ଦ୍ୱାରା ଋଣ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଣିଷଠାରୁ ଦୂରେଇ ଯାଏ ଏବଂ ମନକୁ ଶାନ୍ତି ମିଳେ । ଏହା ସହିତ ଆପଣ ରାତିରେ ଶୋଇବା ପୂର୍ବରୁ କର୍ପୁରକୁ ଘିଅରେ ବୁଡାଇ ଏହାକୁ ଶୋଇବା ଘରେ ଜଳାନ୍ତୁ । ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ଋଣରୁ ମଧ୍ୟ ମୁକ୍ତି ମିଳେ ।

ଏହା ଛଡା ସୋରିଷ ତେଲର ଦୀପ ଜଳାନ୍ତୁ । ଏହା ଘରର ପରିବେଶକୁ ଶୁଦ୍ଧ କରିଥାଏ । ଏହା ମଣିଷର କାମ କରିବା ଇଚ୍ଛାକୁ ବଢ଼ାଇଥାଏ ଏବଂ ଧୀରେ ଧୀରେ ଆପଣଙ୍କର ସମସ୍ତ ଋଣଦୂର ହୋଇଯାଏ । ଏହା ବ୍ୟତୀତ ମାଙ୍କଡମାନଙ୍କୁ ଗୁଡ଼ ଚଣା ଗାଇକୁ ରୁଟି, ମାଛଙ୍କୁ ଅଟା ଗଲି ଏବଂ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ମଧ୍ୟ ରୁଣରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *