ବିଦୁର ନୀତି :- ଏହି ଚାରିଜଣ ଲୋକଙ୍କ ହାତରେ ରହିନଥାଏ ଟଙ୍କା ! ତେଣୁ ତାଙ୍କୁ ନିଜ ସମ୍ପତ୍ତି ଦେବାରେ ଆଦୌ ଭୁଲ୍ କରନ୍ତୁ ନାହିଁ…

ବିଦୁର ନୀତି :- ଏହି ଚାରିଜଣ ଲୋକଙ୍କ ହାତରେ ରହିନଥାଏ ଟଙ୍କା ! ତେଣୁ ତାଙ୍କୁ ନିଜ ସମ୍ପତ୍ତି ଦେବାରେ ଆଦୌ ଭୁଲ୍ କରନ୍ତୁ ନାହିଁ…

ପଇସା ଏକ ଏପରି ଜିନିଷ ଯାହା ଯଦି ଅଳ୍ପ ମାତ୍ରାରେ ମିଳିଲେ ବି ଯଦି ଆପଣ ତାହାର ଉଚିତ ଉପଯୋଗ କରନ୍ତି ତେବେ ଭଲ ଲାଭ ପ୍ରାପ୍ତ ହୋଇଥାଏ । ପୁଣି ଯଦି ପଇସାର ଠିକ୍ ଉପଯୋଗ ନକରାଯାଏ ତେବେ ଧନୀ ବ୍ୟକ୍ତି ମଧ୍ୟ କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ବି ସଡ଼କ କୁ ଆସିଯାଏ । ଏହି ସମ୍ବନ୍ଧରେ ମହାତ୍ମା ବିଦୁରଙ୍କ ଦ୍ଵାରା କୁହାଯାଥିବା ନୀତିରେ ଦେଖିବାକୁ ମିଳିଥାଏ ।

ମହାତ୍ମା ବିଦୁର ନିଜ ନୀତିରେ ୪ ଜଣ ଏପରି ଲୋକଙ୍କ ସମ୍ବନ୍ଧରେ କହିଛନ୍ତି ଯାହାଙ୍କ ହାତରେ ଯଦି ପଇସା ଦିଆଯାଏ ତେବେ ତାହା ଅଳ୍ପ କ୍ଷଣରେ ନଷ୍ଟ ହୋଇଯାଏ । ଅର୍ଥାତ ଏହି ଚାରି ଜଣ ଲୋକଙ୍କ ପାଖରେ ପଇସା କେବେ ରହି ନଥାଏ । ଏମାନେ ତାହାକୁ ଖର୍ଚ୍ଚ କିମ୍ବା ନଷ୍ଟ କରି ଦିଅନ୍ତି ।

ୟେଚର୍ଥଃ ସ୍ତ୍ରୀଶୁ ସମାୟୁକ୍ତାଃ ପ୍ରମତପତିତେଷୁ ଚ ।
ୟେ ଚାନାର୍ଥେ ସମାସକ୍ତାଃ ସର୍ବେ ତେ ସଂଶୟ ଗତାଃ ।।

ସ୍ତ୍ରୀ :-

ବିଦୁର ନୀତି ମୁତବିକ ସ୍ତ୍ରୀ ହାତରେ କେବେବି ପଇସା ଦେବା ଉଚିତ୍ ନୁହେଁ । ଯଦି ସ୍ତ୍ରୀ କୁ କୌଣସି ଜିନିଷର ଆବଶ୍ୟକତା ରହିଛି ତେବେ ତାହାକୁ ପୁରୁଷ କିଣି ଦେବା ଉଚିତ୍ । ସ୍ତ୍ରୀମାନେ ଅଧିକ ଖର୍ଚ୍ଚ କରୁଥିବାରୁ ସେମାନଙ୍କ ହାତରେ ଟଙ୍କା ରହେ ନାହିଁ ।

ଅଳସୁଆ ବ୍ୟକ୍ତି :-

ବିଦୁର ନୀତି କହିଥାଏ ଯେ ଅଳସୁଆ ବ୍ୟକ୍ତିକୁ ମଧ୍ୟ କେବେବି ପଇସା ଦେବା ଉଚିତ୍ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଧନ ସମ୍ପତ୍ତି ନଷ୍ଟ ହୋଇପାରେ । ଅଳସୁଆ ବ୍ୟକ୍ତିକୁ ପରିଶ୍ରମର ରୋଜଗାର କରାଯାଇଥିବା ପଇସାର ମହତ୍ତ୍ୱ ଜଣା ନଥାଏ । ତେଣୁ ସେମାନେ ପଇସା ନଷ୍ଟ କରିଥାନ୍ତି ।

ପାପୀ ବ୍ୟକ୍ତି :-

ବିଦୁର ନୀତି ଅନୁସାରେ ପାପୀ କିମ୍ବା ଭୁଲ୍ କାମ କରୁଥିବା ବ୍ୟକ୍ତି ହାତରେ ପଇସା ଦେବା ଆଦୌ ଉଚିତ୍ ନୁହେଁ । ସେ ଏହି ପଇସାର ସବୁବେଳେ ଭୁଲ୍ ଉପଯୋଗ କରିଥାଏ । ଏପରି ଲୋକଙ୍କ ପାଖରେ ସବୁବେଳେ ପଇସା ଭୁଲ୍ କାମରେ ଖର୍ଚ୍ଚ ହୋଇଯାଏ । ଏଥିପାଇଁ ଯଦି ଆପଣ ଧନ ବର୍ବାଦ ହେବାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ପାପୀ ଲୋକଙ୍କୁ ପଇସା ଦିଅନ୍ତୁ ନାହିଁ ।

ଅଧର୍ମୀ ବ୍ୟକ୍ତି :-

ବିଦୁର ନୀତି କହିଥାଏ ଯେ ଅଧର୍ମୀ ପୁରୁଷ ହାତରେ ଧନ ଦେବାର ଭୁଲ୍ ଆଦୌ କରିବା ଉଚିତ୍ ନୁହେଁ । ଏହାର କାରଣ ଏହିକି ଯେ ନିଜ କର୍ମରୁ ନୀଚ୍ଚବ୍ୟକ୍ତି ସବୁ ପଇସା କୁ ଖରାପ କାମରେ ଖର୍ଚ୍ଚ କରିଥାଏ । ଏପରି ବ୍ୟକ୍ତିଙ୍କୁ ଟଙ୍କା ଦେବା ଠାରୁ ଭଲ ଆପଣ ତାହାକୁ ନାଳ କୁ ଫିଙ୍ଗି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *