ଭାରତ ଅତୀତର ଗାଥାବଳି ଓ ସଂସ୍କୃତିକୁ ନେଇ ସାହ ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଦେଶର ପରମ୍ପରା ଏହି ଦେଶର ଅଭିମାନ ଅଟେ । କିନ୍ତୁ ପରିବର୍ତ୍ତିତ ସମୟ ସହିତ ଆମେ ନିଜକୁ ଏତେ ବଦଳି ଦେଇଛୁ ଯେ ନିଜ ପରମ୍ପରାକୁ ଆପଣେଇବା ଏବଂ ପ୍ରଦର୍ଶନ କରିବା ଅବସର ଦେଲୁ ନାହିଁ । ଆମେଆମର ସଭ୍ୟତାକୁ ଛାଡ଼ିଦେଇ ପଶ୍ଚିମ ସଭ୍ୟତାକୁ ଆପଣେଇବା ଭଲ ବୋଲି ଭାବିଲୁ ଯେବେକି ପଶ୍ଚିମ ଅଞ୍ଚଳର ଲୋକମାନେ ଆମ ସଭ୍ୟତାକୁ କେବେହେଲେ ଆପଣାନ୍ତି ନାହିଁ । ଆମେ ଆମ ଦେଶରେ ନିଜ ପରମ୍ପରାକୁ ଭୁଲି କିମ୍ବା କୌଣସି ନା କୌଣସି ଉପାୟରେ ତାହାକୁ ଥଟ୍ଟା କରିଥାଉ ।
ଆଜି ଆମେ ଆପଣଙ୍କୁ ଆମଦେଶର ଏପରି କିଛି ସଭ୍ୟତା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଅଧିକାଂଶ ସମୟରେ ଲୋକେ ମାନନ୍ତି ନାହିଁ ଏବଂ ବୋଧହୁଏ ଏହି କାରଣରୁ ଲୋକଙ୍କୁ କେବେ ନା କେବେ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଯେଉଁ ମନୁଷ୍ୟ ଜାଣି ଶୁଣି ଏହି ପରମ୍ପରାକୁ ପାଳନ କରେ ନାହିଁ ସେ କେବେହେଲେ ଦାରିଦ୍ର୍ୟତାରୁ ମୁକ୍ତ ହୋଇପାରେ ନାହିଁ । ଶାସ୍ତ୍ର ଅନୁସାରେ ଏହିସବୁ ପରମ୍ପରାକୁ ମନୁଷ୍ୟ ମାନଙ୍କ ପାଇଁ ପୂରଣ କରିବା ଜରୁରୀ ହୋଇଥାଏ । ନହେଲେ ସେହି ମନୁଷ୍ୟ ଜୀବନର ଅନ୍ତିମ ପର୍ଯ୍ୟନ୍ତ ଦାରିଦ୍ର୍ୟତାରୁ ମୁକ୍ତ ହୋଇପାରେ ନାହିଁ ।
ଏଥିପାଇଁ ଏହିସବୁ କଥାକୁ ଧ୍ୟାନ ରଖନ୍ତୁ :-
୧. ଗୁରୁବାରକୁ ସଞ୍ଚୟ କରିବା
ପୁରାଣ ଅନୁସାରେ ଗୁରୁବାର ଦିନକୁ ବୃହସ୍ପତି ଦିନ ବୋଲି କୁହାଯାଏ । ଯାହାକି ଦେବତାଙ୍କ ଗୁରୁ ଅଟନ୍ତି । କୁହାଯାଏ ଯେ ଯେଉଁ ମନୁଷ୍ୟ ଏହି ଦିନ ନିଜ କେଶ କାଟନ୍ତି ସେହି ମନୁଷ୍ୟଙ୍କୁ ଭଗବାନ ଜୀବନଯାକ କେବେ ସାହାଯ୍ୟ କରନ୍ତି ନାହିଁ । ଏବଂ ଏଥିପାଇଁ ଦାରିଦ୍ର୍ୟ ଦୂର ହୁଏ ନାହିଁ । ତେଣୁ ପୁରାଣରେ ଏହାକୁ ବାରଣ କରାଯାଇଛି ଏବଂ ମନୁଷ୍ୟକୁ ଗୁରୁବାର ଦିନ ନିଜ କେଶକୁ ନକଟିବା ଉଚିତ୍ ।
୨. ନଖ କାଟିବା
ଆପଣ ଅଧିକାଂଶ ସମୟରେ ଦେଖିଥିବେ ଯେ ଏପରି କିଛି ଲୋକ ମଧ୍ୟ ଥାଆନ୍ତି ଯେଉଁମାନେ କି ନିଜ ଦାନ୍ତରୁ ନଖ ଚୋବାଇଥାଆନ୍ତି । ଏବଂ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ ରାତିରେ ନଖ କାଟିବାକୁ ପସନ୍ଦ କରନ୍ତି କିନ୍ତୁ ଶାସ୍ତ୍ର ଅନୁସାରେ ରାତ୍ରି ସମୟରେ ନଖ କାଟିବାକୁ ଅଶୁଭ ବୋଲି ଧରାଯାଏ । ଯେଉଁ ମନୁଷ୍ୟ ରାତ୍ରିରେ ନଖ କାଟିଥାନ୍ତି ତା ଘରେ କେବେହେଲେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୩. ତୁଳସୀକୁ ସ୍ପର୍ଶ କରିବା
ପୁରାଣ ଅନୁସାରେ ତୁଳସୀ ଗଛକୁ ଖୁବ୍ ପବିତ୍ରମନେ କରାଯାଏ । ଏଥିପାଇଁ ଏହି ବୃକ୍ଷକୁ ମା’ର ଉପାଧି ଦିଆଯାଇଛି । ହିନ୍ଦୁ ଧର୍ମରେ ସମସ୍ତ ଘର ଭିତରେ ତୁଳସୀ ଗଛ ଓ ତାହାର ପୂଜାର୍ଚ୍ଚନା କରିବା ସାଧାରଣ କଥା ଅଟେ । କିନ୍ତୁ ଶାସ୍ତ୍ର ଅନୁସାରେ କୁହାଯାଏ ଯେ ସନ୍ଧ୍ୟା ସମୟରେ କୌଣସି ମନୁଷ୍ୟକୁ ତୁଳସୀ ଗଛ ଛୁଇଁବା ଉଚିତ ନୁହେଁ ଏବଂ ଏପରି କରିବା ବହୁତ ବଡ଼ ମହାପାପ ହୋଇଥାଏ । ଏଥିପାଇଁ ଯେକୌଣସି ଅବସ୍ଥାରେ ରାତି ସମୟରେ ଓ ରବିବାର ଦିନ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ ।
୪. ସନ୍ଧ୍ୟା ସମୟରେ ଝାଡ଼ୁ ଲଗେଇବା
ଆପଣ ନିଜ ପୂର୍ବପୁରୁଷ କିମ୍ବା ଗୁରୁଜନ ମାନଙ୍କ ଠାରୁ ଶୁଣିଥିବେ ଯେ ସେହି ଲୋକମାନେ ରାତି ସମୟରେ ଘର ଭିତରେ ଝାଡ଼ୁର ପ୍ରୟୋଗକୁ ବାରଣ କରିଥାନ୍ତି ଓ ଏହାର ଉଲ୍ଲେଖ ପୁରାଣରେ ମଧ୍ୟ ରହିଛି । ପୁରାଣ ଅନୁସାରେ ଯେଉଁ ଘର ଭିତରେ ସନ୍ଧ୍ୟା ସମୟରେ ଝାଡ଼ୁ ଲଗାଇବା କାର୍ଯ୍ୟ କରାଯାଏ ସେହି ଘରେ ଦାରିଦ୍ର୍ୟତାର ବାସ ହୋଇଥାଏ ଏବଂ ଏପରି ଘରେ କେବେମଧ୍ୟ ଧନ ପ୍ରାପ୍ତି ହୋଇନଥାଏ । ଯଦି ସମ୍ଭବ ତେବେ ସର୍ବଦା ସନ୍ଧ୍ୟା ସମୟ ଆଗରୁ ଝାଡ଼ୁ କରି ନିଅନ୍ତୁ ।
୫. ସ୍ତ୍ରୀଙ୍କ ଅପମାନ
ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ସ୍ତ୍ରୀ କୁ ଦେବୀ ସ୍ୱରୂପ ବୋଲି କୁହାଯାଏ । ଜଣେ ସ୍ତ୍ରୀ ମାତୃ ସ୍ୱରୂପା ହୋଇଥାନ୍ତି ଏବଂ ସେହି ସ୍ତ୍ରୀ କୁ ଅପମାନ କରିବା କିମ୍ବା ତାସହିତ କୌଣସି ପ୍ରକାର ମାଡ଼ପିଟ କରିବା ଘୋର ପାପ ହୋଇଥାଏ । ତୁମର ନିଜ ସ୍ତ୍ରୀ କିମ୍ବା ଝିଅ ହୋଇଥାନ୍ତୁ କିମ୍ବା ଅନ୍ୟ କାହାର ସ୍ତ୍ରୀ ହୋଇଥାନ୍ତୁ ଯେଉଁ ପୁରୁଷ ଏପରି କରନ୍ତି ତାଙ୍କ ଘରେ ସର୍ବଦା ଦାରିଦ୍ର୍ୟତା ରହେ ।