ବାସ୍ତୁ ଶାସ୍ତ୍ରରେ କିଛି ଏପରି ଉପାୟ ବିଷୟରେ କୁହାଯାଇଛି, ଯାହା ସାହାଯ୍ୟରେ ଆର୍ଥିକ ସ୍ଥିତିକୁ ଦୃଢ଼ କରାଯାଇପାରିବ ଏବଂ ଧନ ସମ୍ବନ୍ଧୀୟ ଜଡ଼ିତ ସମସ୍ତ ଅସୁବିଧାରେ ମୁକ୍ତି ମିଳିପାରିବ । ଏହି ଉପାୟକୁ କରିବା ଫଳରେ ସମସ୍ତଙ୍କ ଭାଗ୍ୟ ଖୋଲିଯାଏ । ଏଥିପାଇଁ ଧନ ସମ୍ବନ୍ଧୀୟ ଯେକୌଣସି ଅସୁବିଧା ହେଲେ ଆପଣ ନିମ୍ନରେ ବର୍ଣ୍ଣିତ ଏହି ଉପାୟକୁ କରି ନିଅନ୍ତୁ । ଏହାକୁ କରିବା ଫଳରେ ଆପଣଙ୍କୁ ମାଁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।
ମୁଖ୍ୟ ଦ୍ୱାରରେ କରନ୍ତୁ ସ୍ଵାସ୍ତିକ ଚିହ୍ନ
ପ୍ରତିଦିନ ସକାଳେ ପୂଜା କରିବା ପରେ ନିଜ ମୁଖ୍ୟ କବାଟ ନିକଟରେ ଏକ ଦୀପ ଜାଳନ୍ତୁ ଏବଂ ଗୋଟିଏ ସ୍ଵାସ୍ତିକ ଚିହ୍ନ ମଧ୍ୟ ଆଙ୍କନ୍ତୁ । ଏହି ଚିହ୍ନ ଆଙ୍କିବା ପରେ କବାଟରେ ଫୁଲ ଓ ଚାଉଳ ମଧ୍ୟ ଅର୍ପଣ କରନ୍ତୁ । ବାସ୍ତବରେ ସ୍ବାସ୍ତିକକୁ ବହୁତ ଶୁଭତାର ପ୍ରତୀକ ବୋଲି ଧରାଯାଏ ଏବଂ ପ୍ରତିଦିନ ଏହାକୁ ଆଙ୍କିବା ଫଳରେ ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି ।
ଲଗାନ୍ତୁ ଏହି ଦୁଇଟି ବୃକ୍ଷ
ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଏହି ଉପାୟକୁ କରନ୍ତୁ । ଏହି ଉପାୟକୁ ଅନୁଯାୟୀ ନିଜ ଘର ଅଗଣାରେ ତୁଳସୀ ଓ କଦଳୀ ବୃକ୍ଷ ଲଗାନ୍ତୁ । ଏପରି କରିବା ଫଳରେ ଗୃହର ବାସ୍ତୁଦୋଷ ଦୂର ହୋଇଯାଏ । ଘରର ମୁଖ୍ୟ ଦ୍ୱାରର ଡ଼ାହାଣ ପଟେ ତୁଳସୀ ଗଛ ଓ ଘରର ବାମ ପଟେ କଦଳୀ ଗଛ ଲଗାନ୍ତୁ । ପ୍ରତିଦିନ ଏହାକୁ ପୂଜାର୍ଚ୍ଚନା କରନ୍ତୁ ଏବଂ ଏକ ଦୀପ ସନ୍ଧ୍ୟା ସମୟରେ ଜାଳନ୍ତୁ । ଏହି ଉପାୟ କରିବା ଫଳରେ ଧନ ଲାଭ ହେବ ଓ ଘରର ବାସ୍ତୁଦୋଷ ମଧ୍ୟ ଶେଷ ହୋଇଯିବ ।
ଏପରି ବସ୍ତୁ କରିଦିଅନ୍ତୁ ଘରୁ ବାହାର
ଘରେ ଭାଙ୍ଗି ଯାଇଥିବା ଜିନିଷପତ୍ରକୁ ରଖନ୍ତୁ ନାହିଁ । ଘରେ ଭଙ୍ଗାରୁଜା ଓ ଖରାପ ଜିନିଷ ରଖିବା ଫଳରେ ବାସ୍ତୁଦୋଷ ଦୂର ହୋଇଯାଏ ଏବଂ ଯେକୌଣସି କାର୍ଯ୍ୟରେ ସଫଳତା ହାସଲ ହୁଏ ନାହିଁ ।
ରଖନ୍ତୁ ନାହିଁ ଶୁଖିଲା ତୁଳସୀ ଗଛ
ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ ଏବଂ ଏହି ବୃକ୍ଷର ପୂଜାର୍ଚ୍ଚନା କରିବା ଫଳରେ ସମସ୍ତ ଦୁଃଖ ଶେଷ ହୋଇଯାଏ । କିନ୍ତୁ ଆପଣ ଏହା ଧ୍ୟାନ ରଖନ୍ତୁ ଯେ କେବେମଧ୍ୟ ଘରେ ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହିଁ । ଯଦି ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ପବିତ୍ର ନଦୀ ଜଳ କିମ୍ବା ଜଳରେ ପ୍ରବାହିତ କରିଦିଅନ୍ତୁ ଏବଂ ତା ବଦଳରେ ଏକ ନୂତନ ତୁଳସୀ ଗଛ ଲଗାନ୍ତୁ ।
ଘରକୁ ଅନ୍ଧାର ହେବାକୁ ଦିଅନ୍ତି ନାହିଁ
ନିଜଘରେ ସର୍ବଦା ଏକ ବଲବ୍ ଜଳାଇ ରଖନ୍ତୁ । କେବେମଧ୍ୟ ଅଗ୍ନିକୋଣ କିମ୍ବା ଦକ୍ଷିଣ ପୂର୍ବ ଦିଶାରେ ଅନ୍ଧକାର ହେବାକୁ ଦିଅନ୍ତି ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିଗରେ ରୋଷେଇ ଘର ତିଆରି କରିବା ଶୁଭ ହୋଇଥାଏ ଏବଂ ଏହି ଦିଗରେ କେବେମଧ୍ୟ ଅନ୍ଧକାର କରି ରଖନ୍ତୁ ନାହିଁ ।
ପୂଜା ଘରକୁ ରଖନ୍ତୁ ପରିଷ୍କାର
ନିଜ ପୂଜା ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ ଏବଂ ମଇଳା ହେବାକୁ ଦିଅନ୍ତୁ ନାହିଁ । ପୂଜା ଘରେ ପାଞ୍ଚରୁ ଅଧିକ ଭଗବାନ ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ ଏବଂ ଯଦି କୌଣସି ମୂର୍ତ୍ତି ଖଣ୍ଡିତ ହୋଇଯାଏ ତେବେ ତାହାକୁ ଜଳରେ ପ୍ରବାହିତ କରିଦିଅନ୍ତୁ କିମ୍ବା ଅଶ୍ୱତଥ ବୃକ୍ଷ ମୂଳରେ ରଖିଦିଅନ୍ତୁ ।