କର୍ମଚାରୀ ମାନଙ୍କୁ ବଡ଼ ଉପହାର ଦେବା ପ୍ରସ୍ତୁତିରେ ସରକାର ! ସପ୍ତାହରେ କେବଳ ୪ ଦିନ କାମ, ୩ ଦିନ ଆରାମ…

କର୍ମଚାରୀ ମାନଙ୍କୁ ବଡ଼ ଉପହାର ଦେବା ପ୍ରସ୍ତୁତିରେ ସରକାର ! ସପ୍ତାହରେ କେବଳ ୪ ଦିନ କାମ, ୩ ଦିନ ଆରାମ…

କେନ୍ଦ୍ରୀୟ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ନୂତନ ଶ୍ରମିକ କୋଡ୍ ଉପରେ କାମ କରୁଛି । ଶ୍ରମିକ କୋଡ଼ରେ କମ୍ପାନୀ ଗୁଡିକ କାର୍ଯ୍ୟ ଦିନର ସଂଖ୍ୟା ହ୍ରାସ କରି ସପ୍ତାହରେ ୪ ଦିନ କରିବା ଏବଂ ଷ୍ଟେଟ୍ ଇନସୋରେନ୍ସ ମାଧ୍ୟମରେ କର୍ମଚାରୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ଦେବା ଭଳି ସୁବିଧାରେ ଛାଡ଼ ମିଳିପାରେ ।

ନୂତନ ଶ୍ରମିକ କୋଡ୍ ହିସାବରେ କମ୍ପାନୀ ଗୁଡିକ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରାଇପାରିବ ନାହିଁ । ଶ୍ରମ ଏବଂ ରୋଜଗାର ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ, କମ୍ପାନୀ ଗୁଡିକୁ ୩ ଦିନର ପ୍ରଦତ୍ତ ଛୁଟି ଏବଂ ପ୍ରତିଦିନ ୧୨ ଘଣ୍ଟା କାମ କରିବାର ନିୟମ ପ୍ରସ୍ତୁତ କରିବାରେ ଛାଡ଼ ମିଳିବ, କିନ୍ତୁ ଏଥିପାଇଁ କର୍ମଚାରୀ ମାନଙ୍କର ସହମତୀ ଆବଶ୍ୟକ ହେବ ।

ଚନ୍ଦ୍ର କହିଛନ୍ତି ଯେ, ଆମେ ନିୟମକୁ ଆପଣେଇବା ପାଇଁ କର୍ମଚାରୀ କିମ୍ବା କମ୍ପାନୀ ଗୁଡିକ ଉପରେ ଚାପ ପକାଉନାହୁଁ । ଏଭଳି କରିବାର ଆମର ଉଦେଶ୍ୟ ପରିବର୍ତ୍ତିତ ସମୟରେ ଏବଂ ଆବଶ୍ୟକ ଅନୁଯାୟୀ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଅଟେ । ଆମେ ପରିବର୍ତ୍ତନ ଆଣିବାର ଚେଷ୍ଟା କରୁଛୁ । ଏହି ନିୟମ ଅନୁଯାୟୀ, କାର୍ଯ୍ୟ ଦିନରେ ଆବଶ୍ୟକ ଅନୁସାରେ ପରିବର୍ତ୍ତନ କରିବାର ସୁବିଧା ଦିଆଯାଇଛି ।

ସେ କହିଛନ୍ତି ଯେ, ଶ୍ରମିକ କୋଡ୍ ଅନୁଯାୟୀ ଏହି ନୂତନ ନିୟମ ଗୁଡିକର ଡ୍ରାଫ୍ଟ ଶେଷ ପର୍ଯ୍ୟାୟରେ ରହିଛି, କିଛି ରାଜ୍ୟ ନିଜ ନିୟମ ପ୍ରସ୍ତୁତ କରିବାର ପ୍ରକ୍ରିୟାରେ ଅଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟ ଏହି ସପ୍ତାହରେ ନୂତନ ଶ୍ରମିକ ନିୟମର ଡ୍ରାଫ୍ଟ ଉପସ୍ଥାପନ କରିପାରନ୍ତି ।

ଏହି ସମୟରେ ଭାରତ ସରକାର କୌଣସି କାମକାର୍ଯ୍ୟ ସପ୍ତାହର ୬ ଦିନରେ ୪୮ ଘଣ୍ଟାର କାମ କରିବାର ସୁବିଧା ଦେଇଛନ୍ତି, ଯେଉଁଥିରେ ପ୍ରତିଦିନ ୮ ଘଣ୍ଟାର କାମ ନିଆଯାଇପାରେ । ଯଦି କୌଣସି କମ୍ପାନୀ ଏଥିରେ କିଛି ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସରକାରଙ୍କ ଠାରୁ ଅନୁମୋଦନ ନେବାକୁ ପଡ଼ିଥାଏ ।

ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ, ପ୍ରତିଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିବାର ଛାଡ଼ ମିଳିବାର ଖବର ପରେ ବହୁତ ଲୋକଙ୍କର ଚିନ୍ତା ବଢି ଯାଇଥିଲା, ଆମେମାନେ ଏହି ବିଚାରକୁ ହାତକୁ ନେଇଛୁ ଏବଂ ଆମେ ନିଯୁକ୍ତି କରୁଥିବା ବ୍ୟକ୍ତିମାନଙ୍କୁ ଟିକିଏ ନମନୀୟତା ଉପଲବ୍ଧ କରାଇବାର ଚେଷ୍ଟା କରିଛୁ । ଯଦି ନିଯୁକ୍ତି କରୁଥିବା ବ୍ୟକ୍ତିମାନେ ଚାହିଁବେ ତେବେ ସପ୍ତାହରେ ୪ ଦିନ ୧୨ ଘଣ୍ଟାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିପାରିବେ ଏବଂ ନିଜ କର୍ମଚାରୀ ମାନଙ୍କୁ ୩ ଦିନର ଛୁଟି ଦେଇପାରିବେ ।

ଅପୂର୍ବ ଚନ୍ଦ୍ର ଆହୁରିମଧ୍ୟ କହିଛନ୍ତି ଯେ, ନୂତନ ଶ୍ରମିକ ନିୟମ ଅନୁଯାୟୀ କାର୍ଯ୍ୟ ଦିନ ୫ରୁ କମ୍ ଦିନର ହୋଇପାରିବ । ଯଦି କୌଣସି କମ୍ପାନୀ ୪ ଦିନର କାର୍ଯ୍ୟ ସପ୍ତାହରେ ରଖିଥାଏ, ତେବେ ତାକୁ ୩ ଦିନର ପ୍ରଦତ୍ତ ଛୁଟି ଦେବାକୁ ହେବ । ଏହିଭଳି ୭ ଦିନର ସପ୍ତାହକୁ ୪, ୫ କିମ୍ବା ୬ ଦିନରେ ବାଣ୍ଟିବାକୁ ହେବ । ନୂତନ ଶ୍ରମିକ କୋଡ୍ ଅନୁଯାୟୀ କାର୍ଯ୍ୟ ସମୟ କୌଣସି ପରିସ୍ଥିତିରେ ୪୮ ଘଣ୍ଟାରୁ ଅଧିକ ହେବ ନାହିଁ ।

Leave a Reply

Your email address will not be published. Required fields are marked *