ଭାରତ ସପକ୍ଷରେ ସଚିନ୍ ତେନ୍ଦୁଲକର ଦେଇଥିବା ବିବୃତ୍ତିରେ କ୍ରୋଧିତ ହୋଇ ମୁଖ୍ୟମନ୍ତ୍ରୀ ବଘେଲ୍ କହିଛନ୍ତି- କୃଷି ସହିତ ତାଙ୍କର କ’ଣ ସମ୍ପର୍କ ଅଛି ?

ଭାରତ ସପକ୍ଷରେ ସଚିନ୍ ତେନ୍ଦୁଲକର ଦେଇଥିବା ବିବୃତ୍ତିରେ କ୍ରୋଧିତ ହୋଇ ମୁଖ୍ୟମନ୍ତ୍ରୀ ବଘେଲ୍ କହିଛନ୍ତି- କୃଷି ସହିତ ତାଙ୍କର କ’ଣ ସମ୍ପର୍କ ଅଛି ?

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ କୃଷକ ଆନ୍ଦୋଳନ ଉପରେ କୌଣସି ପ୍ରକାର ମନ୍ତବ୍ୟ ନଦେବାକୁ ପରାମର୍ଶ ଦେଇଛନ୍ତି । ବାସ୍ତବରେ ଭାରତ ରତ୍ନ ପ୍ରାପ୍ତ ସଚିନ୍ ତେନ୍ଦୁଲକର ବିଦେଶୀ ସେଲିବ୍ରିଟିଙ୍କ ଦ୍ୱାରା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନାକୁ ନେଇ ଆପତ୍ତି ଉଠାଇଛନ୍ତି । ସଚିନ୍ ତେନ୍ଦୁଲକରଙ୍କର ଏହି ଆପତ୍ତିକୁ ନେଇ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବୟାନ ସାମ୍ନାକୁ ଆସିଛି । ସଚିନ୍ ତେନ୍ଦୁଲକରଙ୍କର କୃଷି ସହ କଣ ସମ୍ପର୍କ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ସଚିନଙ୍କୁ ଖେଳ ପାଇଁ ଭାରତ ରତ୍ନ ଦିଆଯାଇଛି । ଯଦି ସେ ପୂର୍ବରୁ କେବେ କୌଣସି ମାମଲାରେ ବିବୃତ୍ତି ଦେଇଥାନ୍ତେ ତେବେ ହୁଏତ ଏହା ଗ୍ରହଣୀୟ ହୋଇଥାନ୍ତା କିନ୍ତୁ ହଠାତ୍ ତାଙ୍କର ଏପରି ବିବୃତ୍ତି ଦେବା ଉଚିତ୍ ନୁହେଁ । ସେ ଏସବୁରୁ ଦୂରେଇ ରହିବା ଉଚିତ୍ । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏନସିପି ପାର୍ଟିର ସଭାପତି ଶରଦ ପାୱାର ମଧ୍ୟ ସଚିନ୍ ତେନ୍ଦୁଲକରଙ୍କ ଉପରେ ସମାନ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି କ୍ରୀଡା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ସଚିନ୍ ଭଲ ଭାବରେ ଚିନ୍ତା କରି ନିଜର ବୟାନ ରଖିବା ଉଚିତ୍ ।

ଆମେରିକାର ପପ୍-ଷ୍ଟାର୍ ରିହାନା, ସ୍ୱିଡେନର ପରିବେଶବିତ ଗ୍ରେଟା ଥନବର୍ଗ, ଆମେରିକୀୟ ପର୍ଣ୍ଣ ଷ୍ଟାର୍ ମିଆଁ ଖଲିଫାଙ୍କ ସମେତ ଅନେକ ସେଲିବ୍ରିଟି ଗତ ସପ୍ତାହରେ ଟୁଇଟ୍ କରି ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ସମସ୍ତ ସେଲିବ୍ରିଟି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ଫୋଟ ଟ୍ୱିଟ କରି ସେୟାର୍ କରିଛନ୍ତି । ଏହି ସେଲିବ୍ରିଟି ମାନଙ୍କ ଟ୍ୱିଟ ପରେ ସଚିନ୍ ତେନ୍ଦୁଲକର ନିଜର ପ୍ରତିକ୍ରିୟା ରଖିଥିଲେ ।

ସଚିନ୍ ତେନ୍ଦୁଲକର ଏକ ଟୁଇଟରେ ଲେଖିଛନ୍ତି ଯେ ଭାରତୀୟ ସାର୍ବଭୌମତ୍ୱ ସହ କୌଣସି ଆପୋଷ ବୁଝାମଣା ହେବ ନାହିଁ ଏବଂ ବିଦେଶୀ ଶକ୍ତି ଏଥିରୁ ଦୂରେଇ ରହିବା ଉଚିତ୍ । ସେ କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ଶକ୍ତିର ଭୂମିକା କେବଳ ଦର୍ଶକଙ୍କ ମଧ୍ୟରେ ସୀମିତ ହେବା ଉଚିତ୍ ।

୭୫ଦିନ ଧରି ଚାଲିଛି ଆନ୍ଦୋଳନ

ଗତ ୭୫ଦିନ ଧରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ କୃଷି ନିୟମକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରୁଛନ୍ତି । ପଞ୍ଜାବ ଏବଂ ହରିୟାଣା ସମେତ ଅନ୍ୟ ରାଜ୍ୟର କୃଷକମାନେ ୨୬ନଭେମ୍ବରରୁ ନୂଆଦିଲ୍ଲୀରେ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ବସିଛନ୍ତି । ୨୬ଜାନୁଆରୀରେ ଦିଲ୍ଲୀ ରାସ୍ତାରେ ଏକ ଟ୍ରାକ୍ଟର ରାଲି ମଧ୍ୟ ପ୍ରଦର୍ଶନକାରୀଙ୍କ ଦ୍ୱାରା ନିଆଯାଇଥିଲା । ଏହି ରାଲିରେ ବିକ୍ଷୋଭକାରୀମାନେ ଦିଲ୍ଲୀ ପୋଲିସ୍ ଯବାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *