ବହୁତ ଜିଦଖୋର୍ ସ୍ଵଭାବର ହୋଇଥାନ୍ତି “V” ଅକ୍ଷର ବିଶିଷ୍ଟ ବ୍ୟକ୍ତିମାନେ ! ସେମାନଙ୍କ ଭଲ ଏବଂ ଖରାପ ଗୁଣ ବିଷୟରେ ଜାଣନ୍ତୁ…

ବହୁତ ଜିଦଖୋର୍ ସ୍ଵଭାବର ହୋଇଥାନ୍ତି “V” ଅକ୍ଷର ବିଶିଷ୍ଟ ବ୍ୟକ୍ତିମାନେ ! ସେମାନଙ୍କ ଭଲ ଏବଂ ଖରାପ ଗୁଣ ବିଷୟରେ ଜାଣନ୍ତୁ…

ଅଙ୍କ ଜ୍ୟୋତିଷ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥାଏ । ଏହାଦ୍ୱାରା ଆପଣ କୌଣସି ମଧ୍ୟ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ବିଷୟରେ ସବୁକିଛି କହିପାରିବେ । ବିଶେଷକରି, ସେହି ବ୍ୟକ୍ତିଙ୍କ ସ୍ଵଭାଵ କିପରି ଅଟେ ଏବଂ ତାଙ୍କ ମଧ୍ୟରେ ଥିବା ସମସ୍ତ ଗୁଣ ଗୁଡ଼ିକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରୁ ଚିହ୍ନଟ କରିପାରିବେ । ଏହିପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ “V” ଅକ୍ଷର ବିଶିଷ୍ଟ ଲୋକ ମାନଙ୍କ ସ୍ଵଭାଵ ଏବଂ ଚରିତ୍ର ବିଷୟରେ କହିବାକୁ ଯାଉଛୁ ।

୧.”V” ଅକ୍ଷର ବିଶିଷ୍ଟ ଲୋକମାନେ ବହୁତ ଜିଦଖୋର ସ୍ୱଭାବର ହୋଇଥାନ୍ତି । ଏମାନେ ଖୋଲା ଏବଂ ନିରପେକ୍ଷ ଦୃଷ୍ଟିକୋଣ ବିଶିଷ୍ଟ ଲୋକ ଅଟନ୍ତି । ସେମାନେ ନିଜ ଇଚ୍ଛାରେ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଯଦି ସେମାନେ କିଛି କାମ କରିବାର ଜିଦ୍ ଧରି ନିଅନ୍ତି ତେବେ ଆପଣ ସେମାନଙ୍କୁ ସେଥିରୁ ବିଚ୍ୟୁତ କରିପାରିବେ ନାହିଁ ।

୨. ଭାଗ୍ୟର ଶକ୍ତି ଅନୁସାରେ ସେମାନଙ୍କୁ କିଛି ମିଳିନଥାଏ । ସେମାନେ କେବଳ ନିଜର କଠିନ ପରିଶ୍ରମ ଆଧାରରେ ସଫଳତାର ସ୍ୱାଦ ଚାଖିଥାନ୍ତି । ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ହୋଇଥାଏ । ବାସ୍ତବରେ ଏଥି ନିମନ୍ତେ ସେମାନେ ଭୟଭୀତ ହୁଅନ୍ତି ନାହିଁ ବରଂ କଠିନ ପରିଶ୍ରମ କରିଥାନ୍ତି ।

୩. ସମ୍ପର୍କକୁ ସୁଦୃଢ ରଖିବାରେ ସେମାନେ ଅସମର୍ଥ ଅଟନ୍ତି । ମାଁଙ୍କ ସହିତ କେବଳ ସେମାନଙ୍କ ଭଲ ସମ୍ପର୍କ ରହିଥାଏ । ପିତା କିମ୍ବା ପୁଅ ସହିତ ଭଲ ପଡିନଥାଏ ।

୪. ସେମାନଙ୍କର ଜିଦ୍‌ ପ୍ରକୃତି ହେତୁ ପିତା ଏବଂ ସାଙ୍ଗମାନେ ସେମାନଙ୍କ ଠାରୁ ଦୂରେଇ ଯାଆନ୍ତି । ସେମାନେ ପରସ୍ପରକୁ ବୁଝିବାରେ ବିଫଳ ହୋଇଥାନ୍ତି ।

୫. ସେମାନଙ୍କ ପାଇଁ ନିଜ ଆତ୍ମସମ୍ମାନ ସବୁକିଛି ହୋଇଥାଏ । ଏହା ସହିତ କୌଣସି ପ୍ରକାରର ଆପୋଷ ବୁଝାମଣାକୁ ସେମାନେ ସ୍ୱୀକାର କରିନଥାନ୍ତି । ଥରେ ଯଦି କାହା ସହିତ ସେମାନଙ୍କ ମନମାଳୀନ ହୁଏ ତେବେ ପୁନର୍ବାର ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିପାରନ୍ତି ନାହିଁ ।

୬. ସେମାନେ ସାମାନ୍ୟ ସ୍ୱାଭିମାନି ମଧ୍ୟ ହୋଇଥାନ୍ତି । ସେମାନେ ନିଜର ଜ୍ଞାନ ପାଇଁ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନେ ସହଜରେ ଅନ୍ୟ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତି ନାହିଁ ।

୭. ସ୍ୱଭାବରେ ବହୁତ କ୍ରୋଧିଶୀଳ ବ୍ୟକ୍ତି ହୋଇଥାନ୍ତି । ଅନେକ ଥର କ୍ରୋଧିତ ହୋଇ ଭୁଲ୍ ନିଷ୍ପତ୍ତି ମଧ୍ୟ ନିଅନ୍ତି । ଅନେକ ଥର ନିଜ କ୍ରୋଧ ହେତୁ ପରବର୍ତ୍ତୀ ସମୟରେ ବହୁତ ଅନୁତାପ ମଧ୍ୟ କରିଥାନ୍ତି ।

୮. ସେମାନେ ନିଜର କାର୍ଯ୍ୟକୁ ଭଲ ପାଆନ୍ତି । ନିଜ କାର୍ଯ୍ୟରେ ନିଜକୁ ଶତପ୍ରତିଶତ ଅର୍ପଣ କରିଥାନ୍ତି । ଆପଣ ସେମାନଙ୍କୁ ରୋଜଗାରିଆ ବୋଲି ମଧ୍ୟ କହିପାରିବେ ।

୯. ନିଜ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା ମଧ୍ୟ ମିଳିଥାଏ । ସେମାନେ ଜୀବନରେ ସଫଳ ନିଶ୍ଚିତ ଭାବରେ ହୋଇଥାନ୍ତି କିନ୍ତୁ ଏଥିରେ ଅଧିକ ସମୟ ଲାଗିଥାଏ ।

୧୦. ସେମାନଙ୍କର ବହୁତ ସହନଶୀଳ ଶକ୍ତି ରହିଥାଏ । ଯଦିଓ ବେଳେବେଳେ ସେମାନେ ସମ୍ବେଦନଶୀଳ ମଧ୍ୟ ହୋଇଯାଆନ୍ତି ।

୧୧. ପ୍ରେମ ଦୃଷ୍ଟିରୁ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ସେମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ଅତି ସହଜରେ ପାଇ ପାରନ୍ତି । ସେମାନେ ନିଜ ଜୀବନସାଥୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ହୋଇଥାନ୍ତି । ସେମାନଙ୍କୁ କଦାପି ପ୍ରତାରଣା କରନ୍ତି ନାହିଁ ।

୧୨. ଜୀବନରେ ବହୁତ ଟଙ୍କା ମଧ୍ୟ ରୋଜଗାର କରନ୍ତି । ଯଦିଓ ଏହା କିଛି ସମୟ ନେଇଥାଏ ।

Leave a Reply

Your email address will not be published. Required fields are marked *