ଭୁଲରେ ମଧ୍ୟ ମହିଳାମାନେ କରିବା ଉଚିତ ନୁହେଁ ଏହି କାର୍ଯ୍ୟ ନଚେତ୍ ଘରକୁ ମାଡି ଆସିବ ଅନେକ ସମସ୍ୟା…

ଭୁଲରେ ମଧ୍ୟ ମହିଳାମାନେ କରିବା ଉଚିତ ନୁହେଁ ଏହି କାର୍ଯ୍ୟ ନଚେତ୍ ଘରକୁ ମାଡି ଆସିବ ଅନେକ ସମସ୍ୟା…

ହିନ୍ଦୁ ଧର୍ମରେ ଅନେକ କାର୍ଯ୍ୟ ମହିଳାମାନଙ୍କ ଦ୍ୱାରା କରେଇବା ନିଷେଧ ଅଟେ ଏବଂ ଏହି କାର୍ଯ୍ୟଗୁଡିକ ମହିଳାମାନେ କରିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଯେପରି ଗୋଟିଏ ଘରକୁ ସୁନ୍ଦର କରି ଗଢିବାରେ ମହିଳାମାନଙ୍କର ହାତ ଥାଏ ସେହିପରି ମହିଳାମାନଙ୍କର ସାମାନ୍ୟତମ ଭୁଲ ଯୋଗୁ ଘର ନଷ୍ଟ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ମହିଳାମାନେ କେଉଁ କାର୍ଯ୍ୟ କରିବା ନିଷେଧ ବୋଲି ଶାସ୍ତ୍ରରେ କୁହାଯାଇଛି ।

ନଡ଼ିଆ ଭାଙ୍ଗିବା- ସମସ୍ତ ଶୁଭ କାର୍ଯ୍ୟରେ ନଡ଼ିଆ ଭଙ୍ଗାଯାଇଥାଏ । ନଡ଼ିଆକୁ ସର୍ବଦା ପୁରୁଷମାନେ ଭାଙ୍ଗିବା ଉଚିତ । ଯଦି ଜଣେ ମହିଳା ଏହି କାମ କରନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ ।

ହନୁମାନଙ୍କର ପୂଜା- ହନୁମାନ ଭଗବାନ ବାଳବ୍ରହ୍ମଚାରୀ ଥିଲେ, ତେଣୁ ତାଙ୍କ ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ନିଷେଧ ଅଟେ । ଏହା ବ୍ୟତୀତ ମହିଳାମାନେ ଘରେ ମଧ୍ୟ ପ୍ରଭୁ ହନୁମାନଙ୍କୁ ପୂଜା କରିବା ଉଚିତ ନୁହେଁ ।

ଗାୟତ୍ରୀ ମନ୍ତ୍ର ଜପ- ଗାୟତ୍ରୀ ମନ୍ତ୍ର ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ମହିଳାମାନେ ଏହି ମନ୍ତ୍ର ଜପ କରିବା ଉଚିତ ନୁହେଁ ।

ପଇତା ପିନ୍ଧିବା- ହିନ୍ଦୁ ଧର୍ମ ଅନୁଯାୟୀ କେବଳ ପୁରୁଷମାନେ ହିଁ ପଇତା ପିନ୍ଧି ପାରିବେ । ମହିଳାମାନଙ୍କ ପାଇଁ ପଇତା ପିନ୍ଧିବା ନିଷେଧ ଅଟେ ।

କଖାରୁ କାଟିବା- ହିନ୍ଦୁ ଶାସ୍ତ୍ରରେ ମହିଳାମାନଙ୍କୁ କଖାରୁ କାଟିବା ମନା ଅଟେ । ଯଦି କେହି ମହିଳା କଖାରୁ କାଟୁଥାନ୍ତି ତେବେ ସେଥିରେ ପ୍ରଥମେ ଜଣେ ପୁରୁଷ ଚୋଟ ଦେବା ଉଚିତ ତାପରେ ମହିଳା ଜଣକ କଖାରୁ କାଟିପାରିବେ ।

Leave a Reply

Your email address will not be published. Required fields are marked *