“ଗୁରୁ” ଚଳଚ୍ଚିତ୍ରର ମୁଦି ପିନ୍ଧାଇ ଅଭିଷେକ କରିଥିଲେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍ ! ଦେଖନ୍ତୁ ଐଶ୍ୱର୍ଯ୍ୟାଙ୍କର ପ୍ରତିକ୍ରିୟା କିପରି ଥିଲା…

“ଗୁରୁ” ଚଳଚ୍ଚିତ୍ରର ମୁଦି ପିନ୍ଧାଇ ଅଭିଷେକ କରିଥିଲେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍ ! ଦେଖନ୍ତୁ ଐଶ୍ୱର୍ଯ୍ୟାଙ୍କର ପ୍ରତିକ୍ରିୟା କିପରି ଥିଲା…

ଫେବୃଆରୀ ୫ରେ ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ତାଙ୍କର ୪୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଜୁନିଅର୍ ବଚ୍ଚନଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ୍ ମିଡିଆରେ ଅଭିଷେକ ବଚ୍ଚନଙ୍କ ସହ ଜଡିତ ଅନେକ କାହାଣୀ ଭାଇରାଲ୍ ହୋଇଛି । ଆଜି ଆମେ ଆପଣଙ୍କୁ ଅଭିଷେକ ବଚ୍ଚନ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ଅତ୍ୟନ୍ତ ମଜାଦାର୍ ଅଟେ ।

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି ବଲିଉଡର ଅନ୍ୟତମ ପ୍ରସିଦ୍ଧ ଏବଂ ରୋମାଣ୍ଟିକ ଯୋଡି ଭାବରେ ପରିଗଣିତ ହୁଏ । ଏହି ଦୁଇଜଣଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ଅଭିଷେକ ବଚ୍ଚନ ‘ଗୁରୁ’ ଚଳଚ୍ଚିତ୍ରର ସେଟରେ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରପୋଜ୍ କରିଥିଲେ ଏବଂ ଦୁହେଁ ପରସ୍ପର ସହ ସମୟ ବିତାଇବା ଆରମ୍ଭ କଲେ । ପରେ ସେମାନେ ପରସ୍ପରକୁ ଏତେ ଭଲ ପାଇଗଲେ ଯେ ୨୦୦୭ମସିହାରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ସାରା ଜୀବନ ପାଇଁ ପରସ୍ପରର ହାତ ଧରିନେଲେ ।

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ଅମିତାଭ ବଚ୍ଚନଙ୍କ ବଙ୍ଗଳା ପ୍ରତୀକ୍ଷାରେ କରାଯାଇଥିଲା । ଏହି ବିବାହ ୨୦୦୭ବର୍ଷର ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ ଥିଲା ଏବଂ ଏହି ବିବାହର ଚର୍ଚ୍ଚା ଆଜି ମଧ୍ୟ ହୁଏ କାରଣ ଏହି ବିବାହ ଅତ୍ୟନ୍ତ ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ରାଇଡାଲ୍ ଲୁକ୍, ବିବାହ ପ୍ୟାଭିଲିୟନ୍ ଏବଂ ବିବାହର ପ୍ରତ୍ୟେକ ରୀତିନୀତିକୁ ନେଇ ଅନେକ ଆଲୋଚନା ହୋଇଥିଲା । ବିବାହ ଦିନ ଐଶ୍ୱର୍ଯ୍ୟା କାଞ୍ଜୀବରମ ଶାଢ଼ି ପିନ୍ଧିଥିଲେ ଯାହାକି ଏକ ବିଶେଷ ରେଶମରୁ ନିର୍ମିତ ହୋଇଥିଲା ଏବଂ ସୁନାର ସୂତାରେ ଏହା ତିଆରି ହୋଇଥିଲା । ଏହି ଶାଢ଼ିର ମୂଲ୍ୟ ପ୍ରାୟ ୭୫ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଥିଲା ।

ଅଭିଷେକ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରଥମେ ସ୍ୱିଜରଲ୍ୟାଣ୍ଡର ଏକ ହୋଟେଲରେ ଭେଟିଥିଲେ ଏବଂ ଏହି ଦୁହିଁଙ୍କ ସାକ୍ଷାତ ବବି ଦେଓଲ କରାଇଥିଲେ । ଏହା ସେମାନଙ୍କର ପ୍ରଥମ ସାକ୍ଷାତ ଥିଲା । ପରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏକାଠି ‘ଢାଇ ଅକ୍ଷର ପ୍ରେମକେ’ ଫିଲ୍ମରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ସୁଟିଂ ସମୟରେ, ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା ଥିଲା । ୨୦୦୨ମସିହାରେ ଅଭିଷେକଙ୍କର କରିସ୍ମା କପୁରଙ୍କ ସହ ନିର୍ବନ୍ଧ ହୋଇଥିଲା କିନ୍ତୁ ଚାରିମାସ ପରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିଲା ଏବଂ ୨୦୦୭ମସିହାରେ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରର ବୋହୂ ହୋଇଥିଲେ କାରଣ ଅଭିଷେକଙ୍କ ଭାଗ୍ୟ ଐଶ୍ୱର୍ଯ୍ୟାଙ୍କ ସହ ଲେଖାଥିଲା ଏବଂ ଏହା ସତ ହୋଇଥିଲା ।

ଫିଲ୍ମ ଗୁରୁର ସେଟରେ ଅଭିଷେକ ଐଶ୍ୱର୍ଯ୍ୟା ରାୟଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଅଭିଷେକ ସେହି ଫିଲ୍ମରେ ପିନ୍ଧାଇଥିବା ମୁଦି ଐଶ୍ୱର୍ଯ୍ୟାଙ୍କୁ ଆଉଥରେ ପିନ୍ଧାଇ ପ୍ରପୋଜ୍ କରିଥିଲେ । ଐଶ୍ୱର୍ଯ୍ୟା ମଧ୍ୟ ଅଭିଷେକଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ଏବଂ ଉଭୟଙ୍କ ପରିବାର ମଧ୍ୟ ଏହି ସମ୍ପର୍କରେ ସହମତ ହୋଇଥିଲେ । ଉଭୟ ପରିବାରର ସହମତିରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଐଶ ଏବଂ ଅଭିଷେକଙ୍କ ବିବାହ ବଲିଉଡର ଏକ ହାଇପ୍ରୋଫାଇଲ୍ ବିବାହ ଥିଲା ଏବଂ ଏହି ବିବାହକୁ ସିଧା ପ୍ରସାରଣ କରାଯାଇଥିଲା । ଏହି ବିବାହକୁ ଦେଖିବା ପାଇଁ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ ଏବଂ ଏହି ଦମ୍ପତିଙ୍କ ବିବାହର ଅନେକ ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ୨୦୧୧ ମସିହାରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ନିଜ ଝିଅ ଆରାଧ୍ୟାଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁହେଁ ମମି-ପାପା ହୋଇଥିଲେ । ଆଜି ଆରାଧ୍ୟା ବଚ୍ଚନ ପରିବାର ପାଇଁ ଗର୍ବ ।

Leave a Reply

Your email address will not be published. Required fields are marked *