“R” ନାମର ବ୍ୟକ୍ତିମାନେ ନିରୀହ ଏବଂ ଭାବୁକ ସ୍ଵଭାବର ହୋଇଥାନ୍ତି ! ଜାଣନ୍ତୁ ସେମାନଙ୍କ ସ୍ୱତନ୍ତ୍ର ଗୁଣ…

“R” ନାମର ବ୍ୟକ୍ତିମାନେ ନିରୀହ ଏବଂ ଭାବୁକ ସ୍ଵଭାବର ହୋଇଥାନ୍ତି ! ଜାଣନ୍ତୁ ସେମାନଙ୍କ ସ୍ୱତନ୍ତ୍ର ଗୁଣ…

“R” ନାମର ବ୍ୟକ୍ତିମାନେ ନିରୀହ ଏବଂ ଭାବୁକ ସ୍ଵଭାବର ହୋଇଥାନ୍ତି ! ସେହି ସୁଯୋଗର ଅନ୍ୟ ଲୋକେ ଉଠାଇଥାନ୍ତି ଫାଇଦା, ଜାଣନ୍ତୁ ସେମାନଙ୍କ ସ୍ୱତନ୍ତ୍ର ଗୁଣ…

ବ୍ୟକ୍ତିର ସ୍ଵଭାଵ ଏବଂ ଭବିଷ୍ୟତ କିପରି ହେବ ଏହା ଅନେକାଂଶରେ ତାର ନାମର ପ୍ରଥମ ଅକ୍ଷର ଉପରେ ମଧ୍ୟ ନିର୍ଭର କରିଥାଏ । ଖାସକରି ଅଙ୍କ ଜ୍ୟୋତିଷ ଏହି ସମ୍ବନ୍ଧରେ ଅନେକ କିଛି କହି ଦେଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ “R” ଅକ୍ଷର ଥିବା ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ ।

୧. ‘R’ ନାମର ଲୋକ ଖୁବ୍ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ହୋଇଥାନ୍ତି । ନ୍ୟୁମେରୋଲୋଜିରେ “R” ଅକ୍ଷରକୁ ଅଙ୍କ ୯ ସହିତ ସମାନ ବୋଲି କୁହାଯାଇଛି । ଏପରି ଅଙ୍କ ସହିଷ୍ଣୁତା, ବୁଦ୍ଧି ଏବଂ ମାନବତାର ପ୍ରତୀକ ହୋଇଥାଏ ।

୨. ଏହି ଲୋକେ ଅଦର୍ଶବାଦୀ ହୋଇଥାନ୍ତି । ଏମାନେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ହୃଦୟ ଖୁବ୍ ବଡ଼ ହୋଇଥାଏ । ଏମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଆଗରେ ରହିଥାନ୍ତି । ଏମାନଙ୍କୁ ନିଜ ବନ୍ଧୁ ଏବଂ ମିତ୍ରଙ୍କ ସହିତ ଅଧିକ ସଂଯୋଗ ରହିଥାଏ । ଏମାନେ ସମସ୍ତଙ୍କର ଖୁବ୍ ଭଲ ଭାବରେ ଧ୍ୟାନ ରଖନ୍ତି ।

୩. ଏହି ଲୋକ ରଚନାତ୍ମକ ବ୍ୟକ୍ତିତ୍ୱର ହୋଇଥାନ୍ତି । କଳା ଏବଂ ସଂସ୍କୃତିରେ ଏମାନଙ୍କର ଖୁବ୍ ଆଗ୍ରହ ରହିଥାଏ । ଏହି କ୍ଷେତ୍ରରେ ଏମାନେ ଭଲ କ୍ୟାରିଅର୍ ମଧ୍ୟ ବନାଇ ପାରିବେ ।

୪. ଏମାନେ ସବୁବେଳେ ଅନ୍ୟର ମଙ୍ଗଳ ପାଇଁ କାର୍ଯ୍ୟ କରିବା ପସନ୍ଦ କରନ୍ତି । ଏମାନଙ୍କର ଏହି ଚିନ୍ତାଧାରା ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ ।

୫. ଏମାନେ ଯାହାବି କାର୍ଯ୍ୟ କରନ୍ତି ତାହାର ଏକ ସ୍ୱତନ୍ତ୍ର ପ୍ରତିଛବି ଛାଡ଼ି ଯାଇଥାନ୍ତି । ତାଙ୍କର ସବୁ କର୍ମ ଦୂରରୁ ହିଁ ଚମକି ଥାଏ । ଏମାନେ ଅନ୍ୟମାନଙ୍କ ଠାରୁ ଦୂରରେ ଏବଂ ନିଜର ଅଲଗା ଅନ୍ଦାଜରେ କାର୍ଯ୍ୟକୁ କରିବା ପସନ୍ଦ କରନ୍ତି ।

୬. ଏମାନେ ଦାମୀ ଏବଂ ଆକର୍ଷକ ଜିନିଷ ଅଧିକ ପସନ୍ଦ କରନ୍ତି । ଏମାନଙ୍କୁ ଲଗଜରି ଲାଇଫ ଷ୍ଟାଇଲରେ ରହିବା ଅଧିକ ପସନ୍ଦ । ସୁନ୍ଦରତାରେ ଏମାନଙ୍କର ଭଲ ପରଖ ରହିଥାଏ ।

୭. ଏମାନେ କାହାକୁ ବି ସମସ୍ୟାରେ ଦେଖି ପାରନ୍ତିନାହିଁ । ଏମାନଙ୍କୁ ଅନ୍ୟ ଉପରେ ଦୟା କରିବାକୁ ଭଲ ଲାଗିଥାଏ । ଯେତେବେଳେ କୌଣସି ଅଭାବୀ ଲୋକ ସମସ୍ୟାରେ ପଡ଼ିଥାଏ ଏମାନେ ତାଙ୍କର ସହାୟତା କରିଥାନ୍ତି ।

୮. ଏମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି । ସୁଖ ଏବଂ ଦୁଃଖରେ ଖୁବ୍ ଅଧିକ ଇମୋସନାଲ୍ ହୋଇ ଯାଆନ୍ତି । ଏମାନେ ଖୁବ୍ ନିରୀହ ମଧ୍ୟ ହୋଇଥାନ୍ତି । ଏମାନଙ୍କର ଦୟାଳୁ ସ୍ୱଭାବର ଲୋକେ ଭୁଲ ଫାଇଦା ଉଠାଇଥାନ୍ତି ।

୯. ଏମାନେ ଖୁବ୍ କ୍ରୋଧିତ ସ୍ୱଭାବର ହୋଇଥାନ୍ତି । ଏମାନଙ୍କୁ ଖୁବ୍ ଜଲଦି କ୍ରୋଧ ଆସିଥାଏ । ଏହା ସେମାନଙ୍କର ବ୍ୟକ୍ତିତ୍ୱର ଏକ ନେଗେଟିଭ୍ ଗୁଣ ଅଟେ । ଏମାନେ ଜୀବନରେ ଖୁବ୍ ଶୀଘ୍ର ଟେନ୍ସନ୍ ମଧ୍ୟ ନେଇଯାଆନ୍ତି । କେବଳ ସେତିକି ନୁହେଁ ଏମାନେ ଅନ୍ୟର ସମସ୍ୟାର ସମାଧାନ କରୁ କରୁ ନିଜେ ଅବସାଦର ଶିକାର ହୋଇଯାଆନ୍ତି ।

୧୦. ଏମାନେ ଶକ୍ତିଶାଳୀ ଏବଂ ଦୃଢ଼ ଚିନ୍ତାଧାରାର ହୋଇଥାନ୍ତି । ଯେତେବେଳେ କୌଣସି କାର୍ଯ୍ୟ କରନ୍ତି ତାହାକୁ ପୁରା ଉତ୍ସାହର ସହିତ କରିଥାନ୍ତି । ଏମାନେ ପରିଶ୍ରମ କରିବାକୁ ଭୟ କରନ୍ତି ନାହିଁ । ଏମାନଙ୍କୁ ନିଜ ପରିଶ୍ରମ ଉପରେ ଦୃଢ଼ ବିଶ୍ୱାସ ଥାଏ । ଏମାନେ ଆଦୌ ଅଳସୁଆ ହୋଇନଥାନ୍ତି । ଏମାନେ କଦାପି ଭାଗ୍ୟ ଭରସାରେ ବସି ରହନ୍ତି ନାହିଁ ।

Leave a Reply

Your email address will not be published. Required fields are marked *