ଫେବୃୟାରୀ ୧୦ରେ ଶନିଦେବଙ୍କ ସ୍ଥିତିରେ ହେବାକୁ ଯାଉଛି ପରିବର୍ତ୍ତନ ! ଏହି ପାଞ୍ଚଗୋଟି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ଶୁଭ ପ୍ରଭାବ…

ଫେବୃୟାରୀ ୧୦ରେ ଶନିଦେବଙ୍କ ସ୍ଥିତିରେ ହେବାକୁ ଯାଉଛି ପରିବର୍ତ୍ତନ ! ଏହି ପାଞ୍ଚଗୋଟି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ଶୁଭ ପ୍ରଭାବ…

ଜାନୁଆରୀ ମାସ ୭ ତାରିଖରେ ଶନି ଗ୍ରହ ଅସ୍ତ ହୋଇଯାଇଥିଲେ । ଯିଏକି ବର୍ତ୍ତମାନ ଫେବୃୟାରୀ ମାସ ୧୦ ତାରିଖରେ ଉଦୟ ହେବାକୁ ଯାଉଛନ୍ତି । ଫେବୃୟାରୀ ମାସ ୧୦ ତାରିଖରେ ରାତ୍ର ୧ଘଣ୍ଟା ୩୦ମିନିଟ୍ ସମୟରେ ଶନି ଉଦୟ ହେବା ମାତ୍ରେ ଅନେକ ଗୁଡିଏ ରାଶି ମାନଙ୍କ ଉପରେ ପ୍ରଭାବ ପଡିବାକୁ ଯାଉଛି । ଜ୍ୟୋତିଷଙ୍କ କହିବା ଅନୁସାରେ ଶନିଙ୍କ ଉଦୟ ହେବା ହେତୁ ପାଞ୍ଚଗୋଟି ରାଶି ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ । ଏହି ପାଞ୍ଚଗୋଟି ରାଶି ବିଶିଷ୍ଟ ବ୍ୟକ୍ତି ମାନଙ୍କ ଜାତକର ଭବିଷ୍ୟତ ସେମାନଙ୍କୁ ସମର୍ଥନ କରିବ ଏବଂ ସେମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ତେବେ ଆସନ୍ତୁ ଜାଣିବା ଶନିଙ୍କ ଉଦୟ ହେବା ଦ୍ୱାରା କେଉଁ କେଉଁ ରାଶି ମାନଙ୍କ ଉପରେ ପ୍ରଭାବ ପଡ଼ିବ ।

ଏହି ରାଶି ମାନଙ୍କ ଭାଗ୍ୟ ଚମକିବ

ମେଷ ରାଶି

ଶନିଙ୍କ ଉଦୟ ହେତୁ ମେଷ ରାଶି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ଉପରେ ଶୁଭ ପ୍ରଭାବ ପଡିବ । ଏହି ରାଶିର ଲୋକ ମାନଙ୍କ ଭଲ ସମୟ ଆରମ୍ଭ ହୋଇଯିବ । ଆର୍ଥିକ ସମସ୍ୟା ହ୍ରାସ ପାଇବ ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହେବ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ବହୁତ ଲାଭବାନ ହେବେ ଏବଂ ଧନର ଅଭାବ ରହିବ ନାହିଁ । ପରିବାର ସହିତ ସମ୍ପର୍କ ଭଲ ରହିବ ଏବଂ ଦୂରତା ହ୍ରାସ ପାଇବ । ଜମି ସମ୍ବନ୍ଧୀୟ ପ୍ରସଙ୍ଗରେ ଲାଭ ଦେଖିବାକୁ ମିଳିବ । ଅର୍ଥାତ ଶନିଙ୍କ ଉଦୟ ମେଷ ରାଶି ଉପରେ ଭଲ ପ୍ରଭାବ ଦେଖିବାକୁ ମିଳିବ ।

କନ୍ୟା ରାଶି

କନ୍ୟା ରାଶି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ ହେବ ଏବଂ ମାନସିକ ଚାପ ମଧ୍ୟ ହ୍ରାସ ପାଇବ ।

ମକର ରାଶି

କଠିନ ପରିଶ୍ରମ କରିଲେ ନିଶ୍ଚିତ ଭାବରେ ଏହାର ଫଳ ମିଳିବ । ଲାଭର ସଂଯୋଗ ରହିଛି । କେବଳ ନିଜର ଚିନ୍ତାଧାରାକୁ ଠିକ୍ ରଖନ୍ତୁ ଏବଂ କୋଠର ପରିଶ୍ରମ କରନ୍ତୁ । ପରିବାରର ସଦସ୍ୟ ମାନଙ୍କ ସହିତ ସମ୍ପର୍କ ଭଲ ରହିବ ଏବଂ ବିବାହ ହେବାର ସମ୍ଭାବନା ମଧ୍ୟ ରହିଛି ।

ମିଥୁନ ରାଶି

ଶନିଙ୍କ ଉଦୟ ହେତୁ ମିଥୁନ ରାଶି ବିଶିଷ୍ଟ ଲୋକ ମାନଙ୍କୁ ପ୍ରଗତି ଏବଂ ଲାଭ ମିଳିବ । ସେମାନଙ୍କର ବିଗିଡ଼ି ଯାଇଥିବା କାର୍ଯ୍ୟ ଗୁଡ଼ିକ ସମାଧାନ ହୋଇଯିବ । ବିନିଯୋଗ ପାଇଁ ଏହା ଏକ ଉତ୍ତମ ସମୟ ଅଟେ । ତେଣୁ ଅଂଶୀଦାର କିମ୍ବା ଜମି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ଯଦି ନେବାକୁ ଚାହୁଁଛନ୍ତି ତେବେ ନେଇପାରନ୍ତି ଆପଣଙ୍କ ସମୟ ବହୁତ ଭଲ ଭାବରେ ଅତିବାହିତ ହେବ ।

ମୀନ ରାଶି

ଶନିଙ୍କ ଉଦୟ ହେବା ସହିତ ମୀନ ରାଶି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ ଏବଂ ପରିବାରରେ ମାଙ୍ଗଳିକ କାର୍ଯ୍ୟଗୁଡ଼ିକ ଆୟୋଜନ ହେବ । ଶୁଭ ଯାତ୍ରା କରିବାର ମଧ୍ୟ ସଂଯୋଗ ରହିଛି । ସାବଧାନତା ସହିତ ନିଷ୍ପତ୍ତି ନିଅନ୍ତୁ ଏବଂ ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଶନି ଗ୍ରହର ଉଦୟ ଏହି ପାଞ୍ଚଟି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ଅପରପକ୍ଷରେ ଅନ୍ୟ ରାଶିର ଲୋକ ମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଶନିଙ୍କ ଉଦୟ ହେତୁ ଆପଣଙ୍କ ଜୀବନ ଉପରେ ଯେପରି କୌଣସି ଖରାପ ପ୍ରଭାବ ନପଡୁ ସେଥିପାଇଁ ନିମ୍ନଲିଖିତ ପଦକ୍ଷେପ ଗୁଡିକୁ ଅନୁସରଣ କରନ୍ତୁ ।

* ଶନିବାର ଦିନ କଳା ରଙ୍ଗର ସାମଗ୍ରୀ ଦାନ କରିବା ଦ୍ୱାରା ଶନି ଦେବଙ୍କ ଅପାର କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ ଏବଂ ଆପଣଙ୍କ ଜୀବନ ଉପରେ କୌଣସି ପ୍ରକାର ଦୁଃଖ-କଷ୍ଟ ଆସିବ ନାହିଁ। ଶନିବାର ଦିନ ସ୍ନାନ କରିବା ପରେ ପ୍ରଥମେ ପ୍ରଭୁ ଶନି ଦେବଙ୍କ ପୂଜା କରନ୍ତୁ। ଏହା ପରେ କଳା ରଙ୍ଗର କମ୍ବଳ, ପୋଷାକ, କଳା ଡାଲି ଦାନ କରନ୍ତୁ।

* ଶନିବାର ଦିନ କେଶରୀ ନନ୍ଦନ ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ମଧ୍ୟ ଶନି ଦେବଙ୍କ କ୍ରୋଧରୁ ରକ୍ଷା ମିଳିଥାଏ । ଶନିବାର ଦିନ ପ୍ରଭୁ ହନୁମାନଙ୍କ ସାମ୍ନାରେ ଏକ ସୋରିଷ ତେଲ ଦୀପ ଜାଳନ୍ତୁ ।

* ଏହି ଦିନ ଶନି ଦେବଙ୍କୁ ପୂଜା କରିବା ସହିତ କଳା ରାଶି ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *