ଶିଶୁକୁ କୋଳାଗ୍ରତ କରି ଅଧ୍ୟାପକ ପାଠ ପଢାନ୍ତି, ଓଜନ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ:-

ଶିଶୁକୁ କୋଳାଗ୍ରତ କରି ଅଧ୍ୟାପକ ପାଠ ପଢାନ୍ତି, ଓଜନ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ:-

ଶିଶୁ ଜନ୍ମ ହେବା ପରଠାରୁ ହିଁ ନିଜ ମା’ର ଖୁବ୍ ନିକଟତର ରହିଥାଏ । ଛୋଟ ପିଲାଙ୍କୁ ପ୍ରତିଟି ମୁହୂର୍ତ୍ତରେ ଅନେକ ଜିନିଷର ଆବଶ୍ୟକତା ପଡ଼ିଥାଏ ଯାହାକୁ ମା ପୁରା କରିଥାଏ । ପୁଣି ପିତା ଙ୍କ ବିଷୟରେ କହିବାକୁ ଗଲେ ସେ ନିଜ ଛୋଟ ଶିଶୁ ର ୨୪ ଘଣ୍ଟା ଧ୍ୟାନ ରଖିପାରି ନଥାନ୍ତି । ତାଙ୍କୁ ଯେତେବେଳେ ଯେତେବେଳେ ସମୟ ମିଳିଥାଏ ସେତେବେଳେ ସେ ତାକୁ ସମ୍ଭାଳି ନିଅନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଜଣେ ଏପରି ବାପା ଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଛୁ ଯିଏକି ନିଜ ଶିଶୁର ୨୪ ଘଣ୍ଟା ଯତ୍ନ ନେଇଥାନ୍ତି ଏବଂ ଛୋଟ ବଡ଼ ସବୁ ଆବଶ୍ୟକତାକୁ ପୂରଣ କରନ୍ତି ।

ଏହି କର୍ତବ୍ୟପରାୟଣ ପିତା କଲେଜର ଜଣେ ପ୍ରଫେସର ମଧ୍ୟ ଅଟନ୍ତି । ଏମିତିରେ ତାଙ୍କୁ ନିଜ ଶିଶୁ ସହିତ କଲେଜ ପିଲାଙ୍କ ଭବିଷ୍ୟତର ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ଏହାର ଏକ ବିକଳ୍ପ ଅନୁସାରେ ଏହି ପିତା ନିଜ ଶିଶୁକୁ ନିଜ ସହିତ କଲେଜ ନେବା ଆରମ୍ଭ କରି ଦେଇଛନ୍ତି । ସାଧାରଣତଃ ଆମେ ପ୍ରାୟ ମହିଳାଙ୍କୁ ନିଜ ଶିଶୁ କୁ କାମରେ ଆଣିବାର ଦେଖୁଛୁ । କିନ୍ତୁ ବାପା ମାନେ ନିଜ ଶିଶୁକୁ ଆଣିବାର ଆମେ କେବେବି ଦେଖି ନଥିବା । ଏହି କର୍ତ୍ତବ୍ୟ ସବୁବେଳେ ଜଣେ ମା ହିଁ ସମ୍ପାଦନ କରିଥାଏ ।

ଏହି ପିତାଙ୍କ ପ୍ରେମ ଏବଂ କର୍ତ୍ତବ୍ୟ ଦେଖି ସୋସିଆଲ ମିଡିଆରେ ଲୋକେ ଖୁବ ଖୁସି ହେଉଛନ୍ତି । ଶିଶୁକୁ କୋଳ ରେ ନେଇ କଲେଜରେ ପଢ଼ାଉଛନ୍ତି । କିନ୍ତୁ ଏହି ଫୋଟ ପଛରେ ଏକ ଦୁଃଖଦ କାହାଣୀ ମଧ୍ୟ ରହିଛି । ଏହି ଶିଶୁର ମା ଏବେ ଏହି ଦୁନିଆରେ ନାହାଁନ୍ତି । ସେ ଶିଶୁ କୁ ଜନ୍ମ କରିବା ମାତ୍ରେ ହିଁ ଦୁନିଆ ଛାଡ଼ି ଦେଇଥିଲେ । ତେଣୁ ଏହି ବ୍ୟକ୍ତି ତାଙ୍କ ବାପା ହେବାର କର୍ତ୍ତବ୍ୟ ତୁଲାଉଛନ୍ତି । ନିଜ ଚାକିରୀ ସହିତ ନିଜ ଶିଶୁକୁ ଯତ୍ନ ମଧ୍ୟ କରୁଛନ୍ତି ।

ହୃଦୟକୁ ଛୁଇଁ ଯାଉଥିବା ଏହି ଫୋଟ କୁ ଆଇପିଏସ ଅଫିସର ଅବନିଷ ଶରଣ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫୋଟ କୁ ସେୟାର କରି ସେ କ୍ୟାପ୍ସନ ରେ ଲେଖିଛନ୍ତି ଯେ – ତାଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ କରିବା ପରେ ହିଁ ଦୁନିଆ ଛାଡ଼ିଚାଲି ଯାଇଛନ୍ତି । ତେଣୁ ସେ ନିଜ ସନ୍ତାନ ର ଦେଖାଶୁଣା କରିବା ସହିତ କଲେଜ ରେ କ୍ଲାସ ମଧ୍ୟ ନେଉଛନ୍ତି ।

ସୋସିଆଲ ମିଡ଼ିଆରେ ଏହି ଫୋଟ ଲୋକଙ୍କ ହୃଦୟ ଜିତି ନେଇଛି । ଲୋକେ ଏହି ପିତାଙ୍କୁ ‘ ରିୟଲ ଲାଇଫ ହିରୋ ‘ ବୋଲି କହୁଛନ୍ତି । ଯେକେହିବି ଏହି ପିତାଙ୍କ କାହାଣୀ ଶୁଣିଛନ୍ତି ସେ ନିଜର ଅଶ୍ରୁ ରୋକି ପାରି ନାହାଁନ୍ତି । ତେଣୁ ଚାଲନ୍ତୁ ଜାଣିନେବା ଯେ ସୋସିଆଲ ମିଡିଆରେ ଏହି ଫୋଟ ର ଲୋକେ କେଉଁ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *