ସବୁଠାରୁ ଆକର୍ଷଣୀୟ ହୋଇଥାନ୍ତି “L” ଅକ୍ଷର ବ୍ୟକ୍ତି ବିଶେଷମାନେ ! ଜାଣନ୍ତୁ ତାଙ୍କର ୧୦ଟି ସ୍ୱତନ୍ତ୍ର ସ୍ଵଭାବ ବିଷୟରେ…

ସବୁଠାରୁ ଆକର୍ଷଣୀୟ ହୋଇଥାନ୍ତି “L” ଅକ୍ଷର ବ୍ୟକ୍ତି ବିଶେଷମାନେ ! ଜାଣନ୍ତୁ ତାଙ୍କର ୧୦ଟି ସ୍ୱତନ୍ତ୍ର ସ୍ଵଭାବ ବିଷୟରେ…

ଜ୍ୟୋତିଷ ଶାସ୍ତ୍ର ସାଧାରଣତଃ ଆମକୁ ରାଶି କିମ୍ବା ନାମ ଆଧାରରେ ବ୍ୟକ୍ତିର ପୁରା ଜନ୍ମ କୁଣ୍ଡଳୀ କହି ବିଷୟରେ ଦେଇଥାଏ । କୌଣସି ବ୍ୟକ୍ତିର ସ୍ଵଭାବ କିପରି ଏବଂ ଭବିଷ୍ୟତରେ ତାଙ୍କ ସହିତ କଣ କଣ ଘଟଣା ଘଟିପାରେ, ଏହିସବୁ କଥାର ଅନୁମାନ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା କରାଯାଇ ପାରିବ । ଅଙ୍କ ଶାସ୍ତ୍ର ମଧ୍ୟ କିଛି ଏହିଭଳି ଅଟେ । ଏହା ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତିଙ୍କ ସମ୍ବନ୍ଧରେ ସବୁକିଛି କହି ଦେଇଥାଏ । ଆଜି ଆମେ ଆପଣଙ୍କୁ “L” ଅକ୍ଷରରୁ ଆରମ୍ଭ ହେଉଥିବା ଜାତକ ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ ।

୧. “L” ଅକ୍ଷରର ବ୍ୟକ୍ତି ଗଭୀର ଚିନ୍ତାରେ ବୁଡ଼ି ରହୁଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ଯେଉଁ କଥା କହନ୍ତି ଏବଂ ଯେଉଁ ଅନ୍ଦାଜରେ କହନ୍ତି ତାହାକୁ ବୁଝିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ । ଏମାନଙ୍କ ଭାବନା ଏକମତରେ ଦାର୍ଶନିକ ହୋଇଥାଏ ।

୨. ଧର୍ମ କର୍ମ ମାମଲାରେ ଏହି ଲୋକଙ୍କର ଖୁବ ଭଲ ରୁଚି ରହିଥାଏ । ଏମାନେ ଭଗବାନ ଉପରେ ଦୃଢ଼ ଆସ୍ଥା ରଖନ୍ତି । ଜୀବନରେ ସଫଳତା ପାଇବାକୁ ଏମାନେ ନିଜ ଅନୁଭବର ଲାଭ ନିଅନ୍ତି ।

୩. ଏମାନେ ବର୍ତ୍ତମାନରେ ବଞ୍ଚୁଥିବା ବ୍ୟକ୍ତି ଅଟନ୍ତି । ଏମାନେ ନିଜ ବିଗତକୁ ଧରି ବସିବା ଭଳି ଲୋକ ନୁହଁନ୍ତି । ଏମାନଙ୍କ ଜୀବନରେ ସବୁବେଳେ ଏହି ପ୍ରଚେଷ୍ଟା ରହିଥାଏ ଯେ ନିଜ ପରିବାର କୁ ସବୁବେଳେ ଖୁସିରେ ରଖିବେ ।

୪. ଏମାନେ ଯୋଜନା ବଦ୍ଧ ଭାବରେ କାମ କରିବାକୁ ପସନ୍ଦ କରନ୍ତି । ଏହାହିଁ ତାଙ୍କର ସଫଳତାର ସିଡ଼ି ଚଢ଼ିବାର ରହସ୍ୟ ହୋଇଥାଏ । ଏମାନେ କେବେବି ପରାଜୟ ସ୍ୱୀକାର କରନ୍ତି ନାହିଁ । ନିଜ ଲକ୍ଷ୍ୟକୁ ହାସଲ କରିବା ପରେ ହିଁ ଏମାନେ ନିଶ୍ୱାସ ନିଅନ୍ତି । ଏମାନେ ଯେତେବେଳେ କାମ କରନ୍ତି ତାହାକୁ ଖୁବ୍ ଆନନ୍ଦର ସହିତ କରନ୍ତି । ପୁଣି ସେହି କାମରୁ ତାଙ୍କୁ କେତେ ଲାଭ ମିଳିବ ତାହାର ଲୋଭ ଏମାନଙ୍କୁ ଆଦୌ ନଥାଏ ।

୫. ଏହି ଲୋକଙ୍କ ସ୍ଵଭାବ ଦୟାଳୁ ପ୍ରକୃତିର ହୋଇଥାଏ । ଏମାନେ ଦାନ ଧର୍ମ କରିବାରେ ବିଶ୍ୱାସ ରଖନ୍ତି । ଏମାନେ ଅତ୍ୟନ୍ତ ଭାବୁକ ମଧ୍ୟ ହୋଇଥାନ୍ତି । କୌଣସି ଅଭାବୀଙ୍କୁ ଯଦି ସାହାଯ୍ୟର ଆବଶ୍ୟକତା ରହିଛି ତେବେ ଏମାନେ ମନା କରନ୍ତି ନାହିଁ । ଏମାନେ ଜୀବନରେ ଖୁବ ଧୀର ସ୍ୱଭାବର ମଣିଷ ହୋଇଥାନ୍ତି । ଏମାନଙ୍କୁ ଅନ୍ୟର ସାହାଯ୍ୟ କରିବା ଏବଂ ଜୀବନରେ ଆଗକୁ ଉନ୍ନତି କରିବା ପସନ୍ଦ ଥାଏ ।

୬. ଏମାନେ ଅନୁଶାସନରେ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ନ୍ୟାୟ ପସନ୍ଦ ରହିଥାଏ । ଏମାନେ କେବେବି କାହା ସହିତ ଭେଦଭାବ କରନ୍ତି ନାହିଁ ।

୭. ଏମାନେ ଶାଳୀନ ବ୍ୟବହାରର ହୋଇଥାନ୍ତି । ଲୋକଙ୍କ ସହିତ ଖୁବ୍ ଶାଳୀନତାର ସହିତ ଆଚରଣ କରନ୍ତି । ଏମାନେ ଯେଉଁ କାର୍ଯ୍ୟକୁ ଆରମ୍ଭ କରନ୍ତି ତାହାକୁ ନିଶ୍ଚିତ ଶେଷ କରନ୍ତି । ଏମାନେ ପଛକୁ ବୁଲି ଦେଖୁଥିବା ଭଳି ଲୋକ ଆଦୌ ନୁହେନ୍ତି ।

୮. ଏମାନେ ଛୋଟ ଛୋଟ ଜିନିଷରେ ଖୁସି ହୋଇଯାଇଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ହୃଦୟରୁ କରିଥାନ୍ତି । ଏହି କାରଣ ଅଟେ ଯେ ଲୋକେ ଏମାନଙ୍କ ସହିତ ରହିବାକୁ ପସନ୍ଦ କରନ୍ତି ।

୯. ଏମାନେ କେବଳ ସଚ୍ଚା ପ୍ରେମ ଉପରେ ବିଶ୍ୱାସ ରଖନ୍ତି । ନିଜ ପ୍ରେମ ପ୍ରତି ଖୁବ୍ ଆନ୍ତରିକ ରହନ୍ତି ।

୧୦. କଳ୍ପନାଶୀଳ ହେବା କାରଣରୁ ଏମାନେ ସାହିତ୍ୟ କ୍ଷେତ୍ରରେ ନିଜର କ୍ୟାରିଅର୍ ବନାଇବାକୁ ପସନ୍ଦ କରନ୍ତି । ଏମାନଙ୍କ ବୋସ୍ ଏମାନଙ୍କ ଉପରେ ସବୁବେଳେ ଗର୍ବିତ ଅନୁଭବ କରନ୍ତି ।

Leave a Reply

Your email address will not be published. Required fields are marked *