ଶାଢ଼ୀ ପିନ୍ଧି ୬୦ଫୁଟ ଗଭୀର ପାଣିରେ ଅଲ୍ଲାଇଲେ ବଧୂ ! ସମୁଦ୍ରକୁ ସାକ୍ଷୀ ମାନି ବର କୁ ପିନ୍ଧାଇଲେ ବରମାଳା…-

ଶାଢ଼ୀ ପିନ୍ଧି ୬୦ଫୁଟ ଗଭୀର ପାଣିରେ ଅଲ୍ଲାଇଲେ ବଧୂ ! ସମୁଦ୍ରକୁ ସାକ୍ଷୀ ମାନି ବର କୁ ପିନ୍ଧାଇଲେ ବରମାଳା…-

ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ମୁଲ୍ୟବାନ ମୁହୂର୍ତ୍ତ ହୋଇଥାଏ । ଏମିତିରେ ଯେକେହିବି ନିଜ ବିବାହକୁ ସ୍ୱତନ୍ତ୍ର ବନାଇବାକୁ ଚେଷ୍ଟା କରିଥାନ୍ତି । ତାମିଲନାଡୁର କୋୟଂବଟୁରରେ ନୀଳକରୋଇ ବିଚରେ ହୋଇଥିବା ଏହି ଭିନ୍ନ ଧରଣର ବିବାହକୁ ଯଦି ଆମେ ଦେଖିବୁ । ଏହି ବିବାହରେ ବର ଏବଂ ବଧୁ ସମୁଦ୍ର ଠାରୁ ୬୦ଫୁଟ ତଳେ ପାଣି ଭିତରେ ପାରମ୍ପରିକ ରୀତି ନୀତି ସହିତ ବିବାହ କରିଛନ୍ତି ।

ଏହି ଭିନ୍ନ ଧରଣର ବିବାହର ଯୋଜନା ଆଇଟି ଇଞ୍ଜିନିୟର ଚିନ୍ନାଦୁରଇଙ୍କର ଥିଲା । ସେ ନିଜ ଦୁଲହନ୍ ଶ୍ଵେତାଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ କହିଥିଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାପରେ ସେ ଏଥିପାଇଁ ପ୍ରସ୍ତୁତ ହୋଇଥିଲେ । ଶ୍ୱେତା କହନ୍ତି ଯେ ତାଙ୍କୁ ପିଲାଦିନରୁ ହିଁ ସ୍ୱିମିଙ୍ଗ ପସନ୍ଦ ଅଟେ । ତେଣୁ ଏମିତିରେ ପାଣି ଭିତରେ ମ୍ୟାରେଜ୍ ଯୋଜନା ତାଙ୍କୁ ମଧ୍ୟ ପସନ୍ଦ ଆସିଥିଲା ।

ପାଣିତଳେ ହୋଇଥିବା ବିବାହରେ ଦୁଲହନ୍ ଶାଢ଼ୀ ଏବଂ ଦୁଲହା ଲୁଙ୍ଗି ପିନ୍ଧି ଥିବାର ନଜର ଆସିଛନ୍ତି । ଦୁହେଁ ସମୁଦ୍ର ମଧ୍ୟକୁ ଏକ ବୋଟ୍ ଯୋଗେ ଯାଇଥିଲେ । ଏବଂ ଯେତେବେଳେ ବିବାହର ମୁହୂର୍ତ୍ତ ଆସିଲା ସେତେବେଳେ ଦୁହେଁ ସମୁଦ୍ରକୁ ଡେଇଁ ପଡିଥିଲେ ।

ସମୁଦ୍ରର ୬୦ଫୁଟ ତଳେ ଏହି ଦମ୍ପତ୍ତି ପରସ୍ପର ସହିତ ପାଖାପାଖି ୪୫ ମିନିଟ୍ ବିତାଇଥିଲେ । ଏହି ସମୟରେ ବର ବଧୂ କୁ ଗୋଲାପ ତୋଡ଼ା ଦେଇ ପ୍ରପୋଜ୍ ମଧ୍ୟ କରିଥିଲେ । ଏହାପରେ ବରମାଳା ପିନ୍ଧାଇଥିଲେ ଏବଂ ଶେଷରେ ସାତ ଫେରା ନେଇଥିଲେ । ଏହି ସାତଫେରା ସମୁଦ୍ରକୁ ସାକ୍ଷୀମାନି ନେଇଥିଲେ ।

ଏହି ଭିନ୍ନ ଧରଣର ବିବାହ ପାଇଁ ସେ ନିଜର ପ୍ରଶିକ୍ଷକ ଅରବିନ୍ଦ ଥରୁନସ୍ତ୍ରୀଙ୍କ ସାହାଯ୍ୟ ନେଇଥିଲେ । ଅରବିନ୍ଦ କହନ୍ତି ଯେ ‘ଏହି ବିବାହ ପୂର୍ବରୁ ଠିକ୍ ହୋଇଯାଇଥିଲା କିନ୍ତୁ ସମୁଦ୍ର ଶାନ୍ତ ନହେବା କାରଣରୁ ଏହାକୁ ରଦ୍ଧ କରି ଦିଆଯାଇଥିଲା । ପୁଣିଥରେ ସୋମବାର ସକାଳ ସାଢ଼େ ସାତରେ ସମୁଦ୍ର ଶାନ୍ତ ହେବରୁ ଆମେ ଏହି ବିବାହକୁ ସଫଳତାପୂର୍ବକ କରିଥିଲୁ ।’

କହିରଖୁଛୁ ଯେ ଯେଉଁଠି ଗୋଟିଏ ପକ୍ଷରେ ଶ୍ୱେତାଙ୍କୁ ସ୍ୱିମିଙ୍ଗର ରୁଚି ରହିଛି ପୁଣି ତାଙ୍କ ସ୍ୱାମୀ ଚିନ୍ନାଦୁରଇ ଜଣେ ଲାଇସେନ୍ସ ପ୍ରାପ୍ତ ସ୍କୁବା ଡାଇବର୍ ଅଟନ୍ତି । ସେ ଗତ ୧୨ବର୍ଷ ଧରି ଡାଇବିଙ୍ଗ କରି ଆସୁଛନ୍ତି । ଏଥିପାଇଁ ଦୁହିଁଙ୍କୁ ଏହି ପ୍ରକାରର ବିବାହ କରିବା ସହଜ ଥିଲା । ଚିନ୍ନାଦୁରଇ ଅନେକ ବର୍ଷ ପୂର୍ବରୁ ଏହି ପ୍ରକାରର ବିବାହ କରିବାର ସ୍ୱପ୍ନ ଦେଖୁଥିଲେ ।

Leave a Reply

Your email address will not be published. Required fields are marked *