ପରସ୍ପରକୁ ବହୁତ ଭଲ ପାଉଥିଲେ ୯୦ ଦଶକର ଏହି ବୋଲିଉଡ଼ କଳାକାରମାନେ ! ଏହିପରି ହେଲା ସବୁ ସମ୍ପର୍କରେ ଅନ୍ତ…

ପରସ୍ପରକୁ ବହୁତ ଭଲ ପାଉଥିଲେ ୯୦ ଦଶକର ଏହି ବୋଲିଉଡ଼ କଳାକାରମାନେ ! ଏହିପରି ହେଲା ସବୁ ସମ୍ପର୍କରେ ଅନ୍ତ…

ହିନ୍ଦୀ ସିନେମାର କଳାକାରମାନେ ପ୍ରେମ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଆଜିକା ସମୟରେ ତ ଏହା ଏକ ସାଧାରଣ କଥା ହୋଇ ଗଲାଣି । ହିନ୍ଦୀ ସିନେମା ଜଗତରେ ଏମିତି ଅନେକ ଯୋଡ଼ି ଅଛନ୍ତି, ଯେଉଁ ମାନଙ୍କୁ ସାଥୀରେ କାମ କରିବା ସମୟରେ ହିଁ ପ୍ରେମ ହୋଇଥିଲା ଏବଂ ପରେ ସେମାନେ ବିବାହ କରିଥିଲେ । ପୁଣି ଆଉ କିଛି ଏପରି ଯୋଡ଼ି ଅଛନ୍ତି ଯେଉଁ ମାନଙ୍କୁ ସାଥିରେ ରହିବା ଭାଗ୍ୟରେ ନଥିଲା । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ୯୦ ଦଶକର ୫ଟି ଲୋକପ୍ରିୟ ଅଫେୟାର୍ ବିଷୟରେ କହିବୁ ଯେଉଁମାନେ ଖୁବ୍ ପ୍ରସିଦ୍ଧ ଥିଲେ କିନ୍ତୁ ତାହା ବହୁତ ଶୀଘ୍ର ଭାଙ୍ଗି ଯାଇଥିଲା ମଧ୍ୟ ।

ଅକ୍ଷୟ କୁମାର ଏବଂ ଶିଳ୍ପା ସେଟ୍ଟୀ :-

ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ନାମ ଅଧା ଡ୍ରଜନରୁ ଅଧିକ ଅଭିନେତ୍ରୀଙ୍କ ନାମ ସହିତ ଯୋଡ଼ି ସାରିଛି । ତାଙ୍କର ସବୁଠାରୁ ଚର୍ଚ୍ଚିତ ଅଫେୟାର୍ ମଧ୍ୟରୁ ଗୋଟିଏ ଶିଳ୍ପା ସେଟ୍ଟୀଙ୍କ ସହିତ ଥିଲା । ଗୋଟିଏ ସମୟରେ ଅକ୍ଷୟ ଏବଂ ଶିଳ୍ପା ଖୁବ୍ ଚର୍ଚ୍ଚାରେ ରହୁଥିଲେ । ଶିଳ୍ପା ଅକ୍ଷୟଙ୍କ ପ୍ରେମରେ ପୁରାପୁରି ପାଗଳ ହୋଇ ଯାଇଥିଲେ ଏବଂ ସେ ଏହି ସମ୍ପର୍କ କୁ ନେଇ ଖୁବ୍ ଗମ୍ଭୀର ମଧ୍ୟ ଥିଲେ । ଶିଳ୍ପା ଅକ୍ଷୟଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଅକ୍ଷୟଙ୍କର ଏପରି ଉଦ୍ଦେଶ୍ୟ ଆଦୌ ନଥିଲା ।

ଏପରି କୁହାଯାଇଥାଏ ଯେ, ଫିଲ୍ମ ‘ମେ ଖିଲାଡ଼ି ତୁ ଅନାଡ଼ି’ ଶୁଟିଂ ସମୟରେ ଦୁହିଁଙ୍କୁ ପ୍ରେମ ହୋଇଥିଲା । ପରେ ଅକ୍ଷୟ ଶିଳ୍ପା ସେଟ୍ଟୀଙ୍କ ସହିତ ସମ୍ପର୍କ ଛିନ୍ନ କରି ଟ୍ଵିଙ୍କିଲ ଖାନ୍ନାଙ୍କୁ ବିବାହ କରିଥିଲେ । ଏବଂ ଶିଳ୍ପା ମଧ୍ୟ ୨୦୦୯ରେ ବିଜନେସ୍ ମ୍ୟାନ୍ ରାଜ୍ର କୁନ୍ଦ୍ରାଙ୍କୁ ବିବାହ କରିଥିଲେ ।

ଅଜୟ ଦେବଗନ୍ ଏବଂ କରିଶ୍ମା କପୂର :-

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ଅନ୍ୟତମ ଅଜୟ ଦେବଗନଙ୍କ ନାମ ମଧ୍ୟ ଅନେକ ଅଭିନେତ୍ରୀଙ୍କ ସହିତ ଜଡ଼ିତ ହୋଇଥିଲା । ହିନ୍ଦୀ ସିନେମାର ଟୋପ୍ ଅଭିନେତ୍ରୀ ରହିଥିବା କରିଶ୍ମା କପୂର ଏବଂ ଅଜୟ ଦେବଗନଙ୍କ ପ୍ରେମର ଚର୍ଚ୍ଚା ମଧ୍ୟ ସବୁଠି ଲୋକପ୍ରିୟ ଥିଲା ।

ଫିଲ୍ମ ‘ଜିଗର୍’ ସମୟରେ ଅଜୟ ଏବଂ କରିଶ୍ମା ପରସ୍ପରକୁ ଖୁବ୍ ପସନ୍ଦ କରୁଥିଲେ । କିନ୍ତୁ ଯେତେବେଳେ ଫିଲ୍ମ ‘ହଲଚଲ୍’ର ଶୁଟିଙ୍ଗ ଚାଲିଥିଲା, ସେହି ସମୟରେ ଅଜୟ କାଜଲଙ୍କୁ ପସନ୍ଦ କରିବାରେ ଲାଗିଲେ ଏବଂ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଏହି କାରଣରୁ କରିଶ୍ମା ଏବଂ ଅଜୟଙ୍କ ସମ୍ପର୍କ ଶେଷ ହୋଇ ଯାଇଥିଲା । ପରେ ୧୯୯୯ରେ କାଜଲ ଏବଂ ଅଜୟ ବିବାହ କରିଥିଲେ । ପରେ କରିଶ୍ମା କପୂର ମଧ୍ୟ ସଞ୍ଜୟ କପୂରଙ୍କୁ ବିବାହ କରିନେଲେ ।

ସଲମାନ୍ ଖାନ୍ ଏବଂ ଐଶ୍ଵର୍ଯ୍ୟା ରାୟ ବଚ୍ଚନ :-

ସଲମାନ୍ ଖାନ୍ ଏବଂ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କ ଅଫେୟାର୍ କୁ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ଅଫେୟାର୍ ବୋଲି କୁହାଯାଇଥାଏ । ଉଭୟ ଷ୍ଟାର୍ ସେତେବେଳେ ଖୁବ୍ ଖୁସିରେ ସମୟ ବିତାଉଥିଲେ । କିନ୍ତୁ ସଲମାନଙ୍କ କ୍ରୋଧ କାରଣରୁ ବହୁତ ଶୀଘ୍ର ଏହି ସମ୍ପର୍କର ଅନ୍ତ ହୋଇ ଯାଇଥିଲା ।

୧୯୯୮ ମସିହାରେ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଶୁଟିଙ୍ଗ ସମୟରେ ସଲମାନ୍ ଖାନ୍, ଐଶ୍ଵର୍ଯ୍ୟା ରାୟଙ୍କ ପାଇଁ ପାଗଳ ହୋଇ ଯାଇଥିଲେ । କିନ୍ତୁ ଦୁଇ ବର୍ଷ ପରେ ଦୁହିଁଙ୍କ ସମ୍ପର୍କ ଶେଷ ହୋଇ ଯାଇଥିଲା । ବ୍ରେକଅପ୍ ପରେ ଐଶ୍ଵର୍ଯ୍ୟା ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ, ‘ସଲମାନ୍ ପ୍ରାୟ ଅନେକ ସମୟରେ ତାଙ୍କ ସହିତ ମାରପିଟ କରୁଥିଲେ ଏବଂ ସବୁବେଳେ ସନ୍ଦେହ କରୁଥିଲେ ।’

ମାଧୁରୀ ଦୀକ୍ଷିତ ଏବଂ ସଞ୍ଜୟ ଦତ୍ତ :-

ମାଧୁରୀ ଦୀକ୍ଷିତ ଏବଂ ସଞ୍ଜୟ ଦତ୍ତ ଉଭୟ ନାମ ହିନ୍ଦୀ ସିନେମା ଜଗତରେ ବହୁତ ଚର୍ଚ୍ଚିତ ଥିଲା । ସଞ୍ଜୟ ଦତ୍ତ ନିଜର ଫିଲ୍ମ ଏବଂ ଅଭିନୟ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଆସିଥାନ୍ତି । ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତଙ୍କ ଅଫେୟାର୍ ୯୦ ଦଶକରେ ବୋଲିଉଡ଼ର ସବୁଠାରୁ ଲୋକପ୍ରିୟ ଅଫେୟାର୍ ଥିଲା ।

ଉଭୟ କଳାକାର ପ୍ରଥମଥର ପାଇଁ ଫିଲ୍ମ ‘ଥାନେଦାର’ର ସେଟରେ ଦେଖା ହୋଇଥିଲେ । ଉଭୟ ପରସ୍ପରକୁ ପ୍ରେମ କରୁଥିଲେ । କିନ୍ତୁ ୧୯୯୩ ମସିହାରେ ମୁମ୍ବାଇ ବମ୍ ଧମାକା ସହିତ ଜଡ଼ିତ ମମାଲରେ ସଞ୍ଜୟ ଦତ୍ତଙ୍କ ନାମ ଆସିଲା ସେତେବେଳେ ଏହି ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଗଲା । ମାଧୁରୀ ଏହି କାରଣରୁ ସଞ୍ଜୟଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ ଏହି ସମ୍ପର୍କର ଅନ୍ତ ହୋଇଯାଇଥିଲା ।

ସାଜିଦ୍ ନାଡିୟାଡୱାଲା ଏବଂ ତବ୍ବୁ :-

ତବ୍ବୁ ହିନ୍ଦୀ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଏବଂ ସାଜିଦ୍ ମଧ୍ୟ ଜଣେ ଲୋକପ୍ରିୟ ଫିଲ୍ମ ନିର୍ମାତା ଅଟନ୍ତି । ଏପରି କୁହାଯାଇଥାଏ ଯେ, ତବ୍ବୁଙ୍କ ଅଫେୟାର୍ ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନଙ୍କ ସହିତ ମଧ୍ୟ ଥିଲା ଏବଂ ନାଗାର୍ଜୁନଙ୍କ କାରଣରୁ ସେ ସାଜିଦଙ୍କ ଠାରୁ ଅଲଗା ହୋଇଥିଲେ । ନାଗାର୍ଜୁନଙ୍କ ସହିତ ପ୍ରେମ ହେବା ପରେ ସାଜିଦ୍ ଏବଂ ତବ୍ବୁ ଅଲଗା ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *