ଋଣ ଏବଂ ରୋଗ ପାଇଁ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ସରଳ ଉପାୟ : ଏକ ମାସ ମଧ୍ୟରେ ମିଳିବ ମୁକ୍ତି…

ଋଣ ଏବଂ ରୋଗ ପାଇଁ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ସରଳ ଉପାୟ : ଏକ ମାସ ମଧ୍ୟରେ ମିଳିବ ମୁକ୍ତି…

ରୋଗ ଏବଂ ଋଣ ହେଉଛି ଏପରି ଦୁଇଟି ଜିନିଷ ଯାହା ମଣିଷର ନିଦ ହଜାଇଦିଏ । ରୋଗ ଏବଂ ଋଣ ହେତୁ ବ୍ୟକ୍ତିର ଉଭୟ ମାନସିକ ଏବଂ ଶାରୀରିକ ଅବସ୍ଥା ବହୁତ ପ୍ରଭାବିତ ହୋଇଥାଏ । ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି କିମ୍ବା ଆପଣଙ୍କର କରଜ ଅଛି, ଏହି ସମସ୍ୟାର ସମାଧାନ ଲାଲ୍ କିତାବରେ ଉଲ୍ଲେଖ କରାଯାଇଛି । ଏହାର ସାହାଯ୍ୟରେ ଆପଣ ରୋଗ ଏବଂ ଋଣ ମୁକ୍ତି ପାଇବେ । ଏହି ଉପାୟ ଅବଲମ୍ବନ କଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ ଏବଂ ଋଣରୁ ମଧ୍ୟ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ଋଣ ଏବଂ ରୋଗରୁ ମୁକ୍ତି ପାଇବା ପାଇଁ କିଛି ସରଳ ପଦକ୍ଷେପ ।

ଋଣଭାରରୁ ମୁକ୍ତି ପାଇବା ପାଇଁ ଉପାୟ

ଶିବଲିଙ୍ଗଙ୍କୁ ପୂଜା କରନ୍ତୁ

ଋଣରୁ ମୁକ୍ତି ପାଇବା ପାଇଁ ଯେ କୌଣସି ମାସର ଶୁକ୍ଲ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ମନ୍ଦିରକୁ ଯାଇ ଶିବଲିଙ୍ଗଙ୍କୁ ପୂଜା କରନ୍ତୁ । ଶିବଙ୍କୁ ପୂଜା କରିବା ସମୟରେ କ୍ଷୀର ଏବଂ ପାଣି ଅର୍ପଣ କରନ୍ତୁ । ଏହାପରେ ଏକ ଦୀପଜାଳି ଦିଅନ୍ତୁ ଏବଂ ଶିବଲିଙ୍ଗ ନିକଟରେ ମସୁର ଡାଲି ରଖିଦିଅନ୍ତୁ । ଏହା ପରେ “ତୃଣମୁକ୍ତେଶ୍ୱର ମନ୍ତ୍ର” ଜପ କରନ୍ତୁ । ଏହି ମନ୍ତ୍ରକୁ ଅତି କମରେ ୧୦୮ଥର ପଢନ୍ତୁ । ରୁଦ୍ରାକ୍ଷ ମାଳା ଜପ କରି ଏହି ମନ୍ତ୍ର ପଢନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କୁ ଋଣରୁ ମୁକ୍ତି ମିଳିବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ । ଏହି ମନ୍ତ୍ରଟି ହେଉଛି :-

“ଓମ ତୃଣମୁକ୍ତେଶ୍ୱର ମହାଦେବାୟ ନମଃ”

ଅଶ୍ୱତ୍ଥ ଗଛ ନିକଟରେ ଦୀପ ଜାଳନ୍ତୁ

ଶନିବାର ଦିନ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁ ଅଶ୍ୱତ୍ଥ ଗଛରେ ରୁହନ୍ତି । ତେଣୁ ଶନିବାର ଦିନ ଏହି ଗଛ ତଳେ ଏକ ସୋରିଷ ତେଲ ଦୀପ ଜାଳନ୍ତୁ । ଏହି ଗଛ ତଳେ ଦୀପ ଜାଳିବା ପରେ, ସାତଥର ଏହାର ପରିକ୍ରମା କରନ୍ତୁ ଏବଂ ପଛକୁ ନଯାଇ ସିଧା ଘରକୁ ଫେରନ୍ତୁ । ପାଞ୍ଚଟି ଶନିବାର ଯାଏ ଏହା କରନ୍ତୁ ଆପଣ ଋଣରୁ ମୁକ୍ତି ପାଇବେ ।

ଲକ୍ଷ୍ମୀଦେବୀଙ୍କୁ ପୂଜା କରନ୍ତୁ

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ତାଙ୍କୁ ପୂଜା କରିବା ଦ୍ୱାରା ଘରର ଆର୍ଥିକ ପରିସ୍ଥିତିରେ ଭଲ ରୁହେ । ଋଣରୁ ମୁକ୍ତି ପାଇବା ପାଇଁ ମା’ଙ୍କୁ ଉପାସନା କରିବା ଉଚିତ୍ । ଦେବୀ ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନ ଏହି ପୂଜା ଅର୍ପଣ କରିବା ଦ୍ଵାରା ଶୁଭଫଳ ମିଳିଥାଏ । ତେଣୁ ଶୁକ୍ରବାର ଦିନ ମା’ଙ୍କ ଉପାସନା କରନ୍ତୁ ଏବଂ ତାଙ୍କୁ ପଦ୍ମ ଫୁଲ ଅର୍ପଣ କରିବାକୁ ଭୁଲନ୍ତୁ ନାହିଁ । ମାତା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଶୁକ୍ରବାର ଦିନ ମା’ଙ୍କୁ ପୂଜା କରି ତାଙ୍କୁ ପ୍ରସନ୍ନ କରନ୍ତୁ ।

ରୋଗରୁ ମୁକ୍ତି ପାଇବା ପାଇଁ ଉପାୟ

ଏହି ମନ୍ତ୍ର ଜପ କର

ଯଦି ଆପଣ କୌଣସି ପ୍ରକାରର ରୋଗରେ ପୀଡିତ, ତେବେ ଆପଣ କେବଳ ଏହି ମନ୍ତ୍ର ଜପ କରନ୍ତୁ ଦେଖିବେ ଆପଣ ସମ୍ପୂର୍ଣ୍ଣ ଠିକ୍ ହୋଇଯିବେ । ମନ୍ତ୍ରଟି ହେଉଛି ‘ଓଁ ରୁଦ୍ରାୟ ନମଃ’ । ଛଅ ମାସ ପର୍ଯ୍ୟନ୍ତ ଏହି ମନ୍ତ୍ର ଜପ କରନ୍ତୁ ରୋଗରୁ ମୁକ୍ତି ମିଳିବ । ଯଦି ଆପଣ ଏହି ମନ୍ତ୍ର ପଢ଼ିପାରିବେ ନାହିଁ ତେବେ ଘରର ଅନ୍ୟ କେହି ସଦସ୍ୟ ଆପଣଙ୍କ ସ୍ଥାନରେ ଏହି ମନ୍ତ୍ର ଜପ କରିପାରିବେ ।

ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ

ସୂର୍ଯ୍ୟ ଭଗବାନଙ୍କୁ ଉପାସନା କଲେ ରୋଗ ଭଲ ହୋଇଯାଇଥାଏ । ରବିବାର ସୂର୍ଯ୍ୟ ଭଗବାନଙ୍କ ପ୍ରିୟ ବାର ଅଟେ ତେଣୁ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଜରୁରୀ ଅଟେ । ତାଙ୍କୁ ଅର୍ଘ୍ୟ ମଧ୍ୟ ଅର୍ପଣ କରିବା ଉତ୍ତମ ଅଟେ । ସୂର୍ଯ୍ୟ ଭଗବାନଙ୍କୁ ଅର୍ପଣ କରିବାକୁ, ଏକ ତମ୍ବା ପାତ୍ରରେ ଜଳ ଭରନ୍ତୁ । ଏଥିରେ ନାଲି ରଙ୍ଗର ଫୁଲ ଚାଉଳ ଏବଂ କୁଙ୍କୁମ ମିଶାନ୍ତୁ | ତାପରେ, ସୂର୍ଯ୍ୟଦେବଙ୍କ ନାମ ଜପ କରି ଏହି ଜଳ ଅର୍ପଣ କରନ୍ତୁ ।

ମୁଣ୍ଡ ପାଖେ ପାଣି ରଖନ୍ତୁ

ଏକ ରୂପା ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ କେଶର ପକାଇଦିଅନ୍ତୁ । ଏହାକୁ ରୋଗୀର ମୁଣ୍ଡ ପାଖେ ରଖିଦିଅନ୍ତୁ । ସକାଳେ ଉଠିବା ପରେ ଏହି ପାଣିକୁ ଅଶ୍ୱତ୍ଥ କିମ୍ବା ତୁଳସୀଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଔଷଧର ପ୍ରଭାବ ରୋଗୀ ଉପରେ ପଡେ ଏବଂ ଆରୋଗ୍ୟ ଲାଭ ହୁଏ ।

ଏହି ଉପାୟ ଗୁଡିକ ଅବଲମ୍ବନ କଲେ ଆପଣଙ୍କର ସମସ୍ୟାର ସମାଧାନ ହେବ । ଆପଣ ରୋଗ ଏବଂ ଋଣରୁ ମୁକ୍ତି ପାଇବେ ।

Leave a Reply

Your email address will not be published. Required fields are marked *