କଲେଜ ବାହାନାରେ ପ୍ରେମିକ ସାଙ୍ଗରେ ହୋଟେଲ୍ ଯାଉଥିଲେ ଝିଅମାନେ ! ପୋଲିସ୍ ଧରିବାରୁ କାନ୍ଦିବାକୁ ଲାଗିଲେ…

କଲେଜ ବାହାନାରେ ପ୍ରେମିକ ସାଙ୍ଗରେ ହୋଟେଲ୍ ଯାଉଥିଲେ ଝିଅମାନେ ! ପୋଲିସ୍ ଧରିବାରୁ କାନ୍ଦିବାକୁ ଲାଗିଲେ…

ଉତ୍ତରପ୍ରଦେଶ ପୋଲିସ୍ ଗୋଟିଏ ହୋଟେଲରେ ଚଢ଼ାଉ କରି ଅନେକ ଯୁବକ ଯୁବତୀଙ୍କୁ ଧରିଛି । ପୋଲିସର କହିବା ଅନୁସାରେ ଆଗ୍ରାର ବିଚପୁରୀ ମାର୍ଗ ସ୍ଥିତ ହୋଟେଲ୍ ଏଆର ପେଲେସରେ ବିନା ପରିଚୟ ପତ୍ରରେ ଯୁବକ ଯୁବତୀ ମାନଙ୍କୁ କଠୋରୀ ଭଡାରେ ଦିଆଯାଉଥିଲା । ଏହି କଥାର ଅଭିଯୋଗ ପୋଲିସକୁ ମିଳିଥିଲା । ଯାହାପରେ ପୋଲିସ୍ ଏହା ଉପରେ ଚଢ଼ାଉ କରିଥିଲା ଏବଂ ହୋଟେଲ୍ କଠୋରୀରୁ ୧୮ଜଣ ଯୁବକ ଯୁବତୀଙ୍କୁ ଧରିଥିଲା । ପୋଲିସର କହିବା ଅନୁଯାୟୀ ଏହି ସମସ୍ତେ ପାଖ କଲେଜ ଏବଂ କୋଚିଂରେ ପାଠ ପଢନ୍ତି । ଘର ଲୋକଙ୍କୁ ମିଛ କହି ଏଠାକୁ ଆସିଥିଲେ । ଏମାନଙ୍କୁ ଧରିବା ପରେ ପୋଲିସ୍ ଏମାନଙ୍କ ପରିବାର ଲୋକଙ୍କୁ ଫୋନ୍ କରିଥିଲା ଏବଂ ସେମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲା ।

ଜଗଦୀଶପୁର ଥାନାର ପୋଲିସ୍ ସୋମବାର ଦିନ ଦ୍ୱିପ୍ରହରରେ ହୋଟେଲ୍ ଉପରେ ଏହି ଚଢ଼ାଉ କରିଛି । ପୋଲିସର କହିବା ଅନୁଯାୟୀ, ହୋଟେଲର କର୍ମଚାରୀ ଘଣ୍ଟା ହିସାବରେ ଏମାନଙ୍କ ଠାରୁ ଟଙ୍କା ନେଉଥିଲେ । ସିଓ ଲୋହାମଣ୍ଡି ରିତେଶ୍ କୁମାର ସିଂହଙ୍କ ଅନୁଯାୟୀ, ପୋଲିସକୁ ସୂଚନା ମିଳିଥିଲା କି ହୋଟେଲ୍ ଏଆର ପେଲେସରେ ଯୁବକ ଏବଂ ଯୁବତୀ ମାନଙ୍କୁ ଘଣ୍ଟା ଅନୁଯାୟୀ କଠୋରୀ ଦିଆଯାଏ । ଦେହ ବ୍ୟବସାୟର କାମ ମଧ୍ୟ ଏଠାରେ ହେଉଥିବାର ସୂଚନା ମିଳିଥିଲା । ଯାହାଦ୍ଵାରା ଚଢ଼ାଉ ପରେ ହୋଟେଲ୍ କଠୋରୀରୁ ୯ ଯୁବକ ଏବଂ ୯ ଜଣ ଯୁବତୀଙ୍କୁ ଧରା ଯାଇଥିଲା । ଏହାବ୍ୟତୀତ ପୋଲିସ ୪ଜଣ କର୍ମଚାରୀଙ୍କୁ ମଧ୍ୟ ଧରିଛି ।

ସିଓ ଲୋହାମଣ୍ଡି ଅନୁଯାୟୀ, ରେଜିଷ୍ଟରରେ କେବଳ ଦୁଇଜଣ ଲୋକଙ୍କର ପ୍ରବେଶ ଥିଲା । ଯୁବକ ଯୁବତୀ ମାନଙ୍କୁ ପ୍ରତି ଘଣ୍ଟାରେ ୫୦୦-୭୦୦ ଟଙ୍କା ହିସାବରେ କଠୋରୀ ଦିଆଯାଉଥିଲା । କାହା ଠାରୁ ମଧ୍ୟ ଆଇଡି ନିଆ ଯାଉନଥିଲା । ଯୁବତୀମାନେ ଆଖପାଖ କଲେଜର ହିଁ ଛାତ୍ରୀ ଥିଲେ । ଏମାନଙ୍କୁ ଧରିବା ପରେ ଘର ଲୋକଙ୍କୁ ଥାନାକୁ ଡକା ଯାଇଥିଲା । ଧରା ଯାଇଥିବା ସମସ୍ତ ଲୋକ ମଲପୁରା, ଛତ୍ରା, ଲୋହାମଣ୍ଡି, ସଦର, ଶାହଗଞ୍ଜ, ଜଗଦୀଶପୁରାର ବାସିନ୍ଦା ଅଟନ୍ତି ।

ଯେଉଁ ସମୟରେ ପୋଲିସ ଏଠାରେ ଚଢ଼ାଉ କରିଥିଲା, ସେହି ସମୟରେ ଅନେକ ଲୋକ ହୋଟେଲ ବାହାରେ ଜମା ହୋଇ ଯାଇଥିଲେ । ପୋଲିସ ଯେକୌଣସି ପ୍ରକାରେ ହୋଟେଲ ବାହାରେ ଜମା ହୋଇଥିବା ଲୋକଙ୍କର ଭିଡକୁ ହଟାଇଥିଲା ଏବଂ ଏହି ଲୋକମାନଙ୍କୁ ଥାନା ନେଇ ଯାଇଥିଲା । ପୋଲିସକୁ ହୋଟେଲରେ ଦେଖି ଯୁବତୀ ମାନଙ୍କର ଖରାପ ଅବସ୍ଥା ହୋଇଯାଇଥିଲା ଏବଂ ସମସ୍ତେ କାନ୍ଦିବାକୁ ଲାଗିଥିଲେ । ମହିଳା ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ବୁଝାଇଥିଲେ ଏବଂ ଥାନା ନେଇ ଯାଇଥିଲେ । ପୋଲିସର କହିବା ଅନୁଯାୟୀ, ଅଧିକାଂଶ ଯୁବତୀ କଲେଜ ଯିବାର ବାହାନା କରି ଏଠାକୁ ଆସିଥିଲେ । ପରିବାର ଲୋକଙ୍କୁ ଏମାନଙ୍କର ହୋଟେଲରେ ରହିବାର କଥା ବିଷୟରେ ଆଦୌ ଜଣାନଥିଲା ।

ଏଥିସହିତ ହୋଟେଲର ରେଜିଷ୍ଟରକୁ ଜବତ କରି ନିଆଯାଇଛି । ଏବଂ ଜାନୁଆରୀ ୨୮ ତାରିଖ ପରଠାରୁ ହୋଟେଲରେ କୌଣସି ପ୍ରବେଶ ନଥିଲା । ଏଠାରୁ ମଦ ବୋତଲ ମଧ୍ୟ ମିଳିଛି । ଏହି ହୋଟେଲ୍ ଭବନ ଜଗଦୀଶପୁରାର ନଗଲା ଅକ୍ଷେ ନିବାସୀ ଅଜୟ ଚୌଧୁରୀଙ୍କର ଅଟେ ଏବଂ ସେ ହୋଟେଲର ପରିଚାଳନା କାମ ‘ମଘଟଇ ଗ୍ରାମ’ର ବାସିନ୍ଦା ଗଜେନ୍ଦ୍ର ଅର୍ଥାତ ଅଭିଷେକ ଚୌଧୁରୀଙ୍କୁ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *