କଣ ଆପଣ ଜାଣିଛନ୍ତି : ନୋରା ଫତେହୀଙ୍କୁ ପ୍ରପୋଜ୍ କରି ଆଦିତ୍ୟ ନାରାୟଣ ସମସ୍ତଙ୍କ ସମ୍ମୁଖରେ ଲଜ୍ଜିତ ହୋଇଥିଲେ…

କଣ ଆପଣ ଜାଣିଛନ୍ତି : ନୋରା ଫତେହୀଙ୍କୁ ପ୍ରପୋଜ୍ କରି ଆଦିତ୍ୟ ନାରାୟଣ ସମସ୍ତଙ୍କ ସମ୍ମୁଖରେ ଲଜ୍ଜିତ ହୋଇଥିଲେ…

ବୋଲିଉଡ଼ ଡାନ୍ସର୍ ନୋରା ଫତେହିଙ୍କୁ ବର୍ତ୍ତମାନ ଭାରତରେ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ନିଜର ପରିଶ୍ରମ ଏବଂ ଅଧ୍ୟବସାୟ କାରଣରୁ ନିଜକୁ ଏହି ସ୍ଥାନରେ ରଖି ପାରିଛନ୍ତି । ତାଙ୍କର ଦମଦାର୍ ଡାନ୍ସ ଏବଂ କ୍ୟୁଟ ଠାଣି ସବୁ ମ୍ୟୁଜିକ୍ ଭିଡ଼ିଓ କୁ ଖାସ୍ ବନାଇଥାଏ । ସୋସିଆଲ୍ ମିଡ଼ିଆରେ ତାଙ୍କ ଫ୍ୟାନ୍ ଫୋଲଇଂ ଏତେ ଯେ ତାଙ୍କର କୌଣସି ଭିଡ଼ିଓ କିମ୍ବା ଫୋଟ ସୋସିଆଲ୍ ମିଡିଆରେ ମାତ୍ର କେତେ ସେକେଣ୍ଡ ମଧ୍ୟରେ ଭାଇରଲ୍ ହୋଇଥାଏ ।

ନୋରାଙ୍କର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି ଯେଉଁଥିରୁ ଦେଖାଯାଇପାରିବ ଯେ ଗାୟକ ଆଦିତ୍ୟ ନାରାୟଣ, ନୋରା ଫତେହିଙ୍କୁ ଡାନ୍ସର ରାଘବ ଜୁୟଲଙ୍କ ସାମ୍ନାରେ ବିବାହ କରିବାକୁ ପ୍ରପୋଜ୍ କରୁଛନ୍ତି । ପ୍ରକୃତ କଥା ଏହିକି ଯେ ନୋରା ଫତେହି ନିଜର ଏକ ଗୀତ କୁ ପ୍ରମଟ୍ କରିବା ପାଇଁ ଏକ ଶୋ’ରେ ପହଞ୍ଚି ଥିଲେ । ସେହି ଶୋ’ରେ ରାଘବ, ନୋରା ଫତେହିଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି ଯେ ‘ଯଦି କୌଣସି ରିୟାଲିଟି ଶୋ’ରେ ଆପଣଙ୍କୁ କେହି ପ୍ରପୋଜ୍ କରନ୍ତି ତେବେ ଆପଣ କଣ କରିବେ ?’ ଏହି ପ୍ରଶ୍ନର ମସ୍ତିଭରା ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରଲ ହେଉଅଛି ।

ଆଦିତ୍ୟ ନାରାୟଣଙ୍କର ଏହି ପ୍ରପୋଜରେ ନୋରା ଖୁବ୍ କଡ଼କ ଉତ୍ତର ଦେଇ କହିଛନ୍ତି ଯେ, ‘ଯଦି ତିଆରି କରିବାର ଅଛି ତେବେ ନିଜର ବିଗିଡ଼ି ଯାଉଥିବା କ୍ୟାରିଅର୍ ତିଆରି କର, ଯଦି ବନାଇବାର ଅଛି ତେବେ ନିଜର ଇଜ୍ଜତ ବନାଅ, ନୋରାଙ୍କର ଏପରି କହିବା ମାତ୍ରେ ହିଁ ଆଦିତ୍ୟଙ୍କ ମୁଁହ ବନ୍ଦ ହୋଇଯାଏ । ସେହି ସମୟରେ ରାଘବ ଜୁୟଲ୍ ଖୁସି ମୁହରେ ଆସି କହିଛନ୍ତି ଯେ ‘ଆଉ ଯଦି ଜୀବନରେ କିଛି ହେବାର ଅଛି ତେବେ ଅନ୍ୟର ଛଡ଼ାଇ ଖାଇଯାଅ ।’ ରାଘବଙ୍କର ଏହି କଥାରେ ସେଟରେ ଥିବା ସବୁ ଦର୍ଶକ ହସିବାରେ ଲାଗିଯାଆନ୍ତି ।

ଜାଣିରଖନ୍ତୁ ଯେ ନୋରା ଫତେହିଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟ ମଧ୍ୟ ଭାଇରଲ୍ ହୋଇଥାଏ । ଗତ କିଛିଦିନ ପୂର୍ବେ ନୋରାଙ୍କ ଏକ ଇନଷ୍ଟା ଷ୍ଟୋରି ମଧ୍ୟ ଚର୍ଚ୍ଚାରେ ଥିଲା । ଯେଉଁଠି ନୋରା ଲେଖିଥିଲେ ଯେ, ‘ମୁଁ ପଶ୍ଚାତାପ ମାମଲାରେ ଏତେ ଠିକ୍ ନାହିଁ । ମୋତେ କହାଠାରୁ ପ୍ରତିଶୋଧ ନେବା ଅଧିକ ଭଲ ଲାଗିଥାଏ ଏବଂ ମୋ ଉପରେ ଭରସା କରନ୍ତୁ ଯେ ଏହିପରି ନିଶ୍ଚିତ ହେବ । ନୋରା ଖୁବଶୀଘ୍ର ନିଜର ନୂଆ ଗୀତ ‘ଛୋଡ଼ ଦେଙ୍ଗେ’ରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *