ସାତ ସମୁଦ୍ର ଆରପାରିରେ ବିବାହ କରିଥିଲେ ପ୍ରୀତି ଜିଣ୍ଟା ! ଦେଖନ୍ତୁ ତାଙ୍କର ଜନ୍ମଦିନର ଫୋଟ…

ସାତ ସମୁଦ୍ର ଆରପାରିରେ ବିବାହ କରିଥିଲେ ପ୍ରୀତି ଜିଣ୍ଟା ! ଦେଖନ୍ତୁ ତାଙ୍କର ଜନ୍ମଦିନର ଫୋଟ…

ଆଜି ବୋଲିଉଡ଼ ଅଭିନେତ୍ରୀ ଏବଂ ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କର ଜନ୍ମଦିନ ଅଟେ । ପ୍ରୀତି ଜିଣ୍ଟା ଆଜି ୪୬ ବର୍ଷୀୟ ହୋଇ ଯାଇଛନ୍ତି । ଫିଲ୍ମ “ଦିଲ”ରୁ ପ୍ରୀତି ଜିଣ୍ଟା ୧୯୯୮ରେ ବୋଲିଉଡ଼ରେ ପାଦ ଦେଇଥିଲେ । ପ୍ରୀତି ଜିଣ୍ଟା ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରୀତି ଫିଲ୍ମ ଦୁନିଆ ଠାରୁ ଦୂରରେ ଅଛନ୍ତି । ପ୍ରୀତି ସାତ ଦରିଆ ଆର ପାରିରେ ନିଜର ଘର ବସାଇଛନ୍ତି । ପ୍ରୀତି ଏବେ ଆମେରିକୀୟ ବୋହୂ ହୋଇ ଯାଇଛନ୍ତି । ଫେବୃଆରୀ ୨୯, ୨୦୧୬ ମସିହାରେ ପ୍ରୀତି ଆମେରିକାର ହାଇଡ୍ରଇଲଷ୍ଟୀକ ପାୱାର କମ୍ପାନୀର ପ୍ରେସିଡେଣ୍ଟ ଜେନ ଗୂଡ଼ ଏନଫଙ୍କୁ ବିବାହ କରିଥିଲେ । ଆଜି ପ୍ରୀତିଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ତାଙ୍କ ବିବାହର କିଛି ଖାସ୍ ଫୋଟ ଦେଖାଇବାକୁ ଯାଉଛୁ ।

ପ୍ରୀତି ହୁଏତ ବିଦେଶ ଯାଇ ବିବାହ କରିଛନ୍ତି ମାତ୍ର ତାଙ୍କ ବିବାହ ହିନ୍ଦୁ ପରମ୍ପରାରେ ହିଁ ହୋଇଥିଲା । ତାଙ୍କ ବିବାହ ଉତ୍ସବରେ ଖୁବ୍ ଜଣାଶୁଣା ଲୋକ ସାମିଲ ହୋଇଥିଲେ । ଲୋସ୍ ଏନଜେଲସରେ ଦୁହେଁ ପରସ୍ପରକୁ ନିଜର କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରୀତି ନିଜ ବିବାହରେ ନିଜ ପସନ୍ଦ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ଵାରା ଡିଜାଇନ୍ ହୋଇଥିବା ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ପ୍ରୀତିଙ୍କ ଲେହେଙ୍ଗାରେ ସୁବର୍ଣ୍ଣ ସୂତାରେ ଡିଜାଇନ୍ କରାଯାଇଥିଲା । ତାଙ୍କ ନାଲି ଲେହେଙ୍ଗା ସହିତ ତାଙ୍କ ଲୁକକୁ ଗହଣା ସମ୍ପୂର୍ଣ୍ଣ କରୁଥିଲା ।

ପୁଣି ପ୍ରୀତିଙ୍କ ଦୁଲହା ଜିନ୍ ନିଜ ଦୁଲହନଙ୍କ ପାରମ୍ପରିକ ଲୁକକୁ ପୁରା କରିବା ପାଇଁ ଶେରୱାନୀ ପିନ୍ଧିଥିଲେ । ଜିନଙ୍କ ଆଉଟଫିଟ୍, ସୌଜନ୍ୟ ରାଘବେନ୍ଦ୍ର ରାଠୋର ଡିଜାଇନ୍ କରିଥିଲେ ଯାହା ତାଙ୍କୁ ଖୁବ୍ ଭଲ ମାନୁଥିଲା । ଜିନ୍ ‘ଚନ୍ଦନ ଏବଂ କମଳା’ ରଙ୍ଗର ଶେରୱାନି ପିନ୍ଧିଥିଲେ ।

ପ୍ରୀତି ଏବଂ ଜିନ୍ ଏହି ଫୋଟରେ ଜୟମାଳା ପିନ୍ଧିଥିବାର ନଜର ଆସୁଛନ୍ତି । ପ୍ରୀତି ଏବଂ ଜିନ୍ ପ୍ରାୟତଃ କପଲ୍ ଗୋଲସ୍ ଦେଇଥାନ୍ତି ।

ପ୍ରୀତି ନିଜେ ହିଁ ନିଜ ବିବାହର ଫୋଟ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଆମେରିକାରେ ବିବାହ କରିବା ପରେ ପ୍ରୀତି ମୁମ୍ବାଇରେ ମଧ୍ୟ ଏକ ଗ୍ରାଣ୍ଡ ରିସେପସନ୍ ରଖିଥିଲେ ।

ପ୍ରୀତିଙ୍କ ବିବାହକୁ ଖୁବଶୀଘ୍ର ୫ ବର୍ଷ ପୁରା ହେବାକୁ ଯାଉଛି । ପ୍ରୀତି ନିଜର ବୈବାହିକ ଜୀବନକୁ ଖୁବ୍ ଭଲ ଭାବରେ ଉପଭୋଗ କରୁଛନ୍ତି । ପ୍ରୀତି ଏବଂ ତାଙ୍କ ସ୍ୱାମୀଙ୍କ ବୟସ ମଧ୍ୟରେ ପାଖାପାଖି ୨ ବର୍ଷର ପାର୍ଥକ୍ୟ ରହିଛି । ଜିନ ତାଙ୍କ ଠାରୁ ୨ ବର୍ଷର ସାନ ଅଟନ୍ତି କିନ୍ତୁ ଦୁହିଁଙ୍କ ମଧ୍ୟରେ ବୟସ କେବେବି ବାଧା ସୃଷ୍ଟି କରିନାହିଁ ଏବଂ ସେମାନେ ପରସ୍ପର ସହିତ ଖୁବ୍ ଖୁସିରେ ଅଛନ୍ତି ।

ମୁମ୍ବାଇରେ ହୋଇଥିବା ସେହି ରିସେପସନରେ ଶାହରୁଖ୍ ଖାନ୍, ସଲମାନ୍ ଖାନ୍, ମାଧୁରୀ ଦୀକ୍ଷିତ, ଅଭିଷେକ ବଚ୍ଚନ, ଶାହୀଦ କପୂର ଏବଂ ମୀରା ରାଜପୂତ, ଜୂହି ଚାୱଲା ଏବଂ ଅନ୍ୟାନ୍ୟ ଷ୍ଟାର୍ ସାମିଲ ହୋଇଥିଲେ ।

ପ୍ରୀତି ଏବେ ନିଜ ସ୍ୱାମୀଙ୍କ ସହିତ ଲୋସ୍ ଏନଜେଲସର ବେର୍ବଲୀ ହିଲସରେ ରହନ୍ତି । ପ୍ରୀତି ପ୍ରାୟତଃ ନିଜର ଏବଂ ନିଜ ସ୍ୱାମୀଙ୍କ ଫୋଟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥାନ୍ତି ।

Leave a Reply

Your email address will not be published. Required fields are marked *