କରନବୀର ବୋହରା ନିଜର ତିନୋଟି ଝିଅଙ୍କୁ ନେଇ କହିଲେ ଏମାନେ ହେଉଛନ୍ତି ସାକ୍ଷାତ ମାଆ ଲକ୍ଷ୍ମୀଙ୍କ ରୂପ ! ବର୍ତ୍ତମାନ ମୋତେ କେବଳ ଏକ ପୁଅ ଦରକାର…

କରନବୀର ବୋହରା ନିଜର ତିନୋଟି ଝିଅଙ୍କୁ ନେଇ କହିଲେ ଏମାନେ ହେଉଛନ୍ତି ସାକ୍ଷାତ ମାଆ ଲକ୍ଷ୍ମୀଙ୍କ ରୂପ ! ବର୍ତ୍ତମାନ ମୋତେ କେବଳ ଏକ ପୁଅ ଦରକାର…

ଟିଭି ଜଗତର ଲୋକପ୍ରିୟ ଅଭିନେତା କରନବୀର ବୋହରା ଓ ଟିଜେ ସିନ୍ଧୁ ତିନୋଟି ଝିଅର ମାତାପିତା ହୋଇଯାଇଛନ୍ତି । କିଛି ମାସ ଆଗରୁ ଟିଜେ ସିନ୍ଧୁ ଏକ ଝିଅକୁ ଜନ୍ମ ଦେଇଛନ୍ତି । ତୃତୀୟ ଝିଅର ଜନ୍ମକୁ ନେଇ କରନବୀର ଖୋଲାଖୋଲି ଭାବେ କହିଛନ୍ତି ଏବଂ ନିଜର ତିନୋଟି କନ୍ୟାକୁ ଲକ୍ଷ୍ମୀ, ସରସ୍ୱତୀ ଓ ପାର୍ବତୀଙ୍କ ରୂପ ବୋଲି କହିଛନ୍ତି । ‘ସ୍ପଟବଏ’ରେ କଥାବାର୍ତ୍ତା କରି କରନବୀର ବୋହରା କହିଛନ୍ତି ଯେ, ‘ମୋ ତୃତୀୟ ଝିଅର ଜନ୍ମ ଗ୍ରହଣ ପରେ ମୁଁ କେବଳ ଏତିକି କହିପାରିବି ଯେ’ ମୋ ଜୀବନ ଆହୁରି ସୁନ୍ଦର ହୋଇଯାଇଛି । ମୋ ପାଇଁ ଏହା ଏକ ଆଶୀର୍ବାଦ ଭଳି ଅଟେ । ମୁଁ ତିନୋଟି ଝିଅର ପିତା ହେବାରୁ ଗର୍ବ ଅନୁଭବ କରୁଛି । ସେ ଆଗକୁ କହିଛନ୍ତି ଯେ ଈଶ୍ୱର ଏଥିପାଇଁ ମୋତେ ଚୟନ କରିଛନ୍ତି ଏବଂ ମୋତେ ତିନୋଟି ପରୀ ଦେଇଛନ୍ତି ।

ସେପଟେ ନିଜର ଆଗାମୀ ଛୁଆର ଯୋଜନା ବିଷୟରେ ମଧ୍ୟ ସେ ଖୋଲାଖୋଲି ଭାବେ କହିଛନ୍ତି ଯେ ବର୍ତ୍ତମାନ ମୁଁ ଗୋଟିଏ ପୁଅ ଚାହେଁ । କରନବୀର ବୋହରା କହିଛନ୍ତି ଯେ ଆମ ପାଖରେ ଦୁଇଟି ଯାଆଁଳା କନ୍ୟା ସନ୍ତାନ ଥିଲେ ଏବଂ ଏକ ସୁସ୍ଥ ଛୁଆର କାମନା ଆମେ କରିଥିଲୁ, କିନ୍ତୁ ଏବେ ଯଦି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୁଏ ତେବେ ଆମ ପରିବାର ପୂରଣ ହୋଇଯିବ । ମୁଁ ନିଜେ ମଧ୍ୟ ଗୋଟିଏ ପୁଅ ଅଟେ, କିନ୍ତୁ ମୁଁ କେବେହେଲେ ନିଜ ଛୁଆ ମାନଙ୍କ ମଧ୍ୟରେ ଅନ୍ତର କରି ନାହିଁ । ଯଦି ମୋର ପୁଅ ହୋଇଥାନ୍ତା ତେବେ ତାକୁ ମଧ୍ୟ ସେତିକି ଭଲପାଇବା ଦେଇଥାନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ କରନବୀର ବୋହରା ନିକଟରେ ଭାରତକୁ ଫେରିଛନ୍ତି ଏବଂ ତାଙ୍କ ତୃତୀୟ କନ୍ୟାର ଜନ୍ମ କାନାଡ଼ାରେ ହୋଇଛି । ଝିଅ ଜନ୍ମ ସମୟରେ ସେ ନିଜେ ଅପରେସନ୍ ଥିଏଟରରେ ଥିଲେ । ସେ ନିଜର ଏହି ଅନୁଭବ ବିଷୟରେ କହିଛନ୍ତି ଯେ ମୁଁ ନିଜ ଛୁଆକୁ ଏହି ଦୁନିଆକୁ ଆସିବା ଦେଖିଲି ଏବଂ ଏହା ମୋ ପାଇଁ ଏକ ଭିନ୍ନ ଅନୁଭବ ଥିଲା । ମୁଁ ନିଜର ଛୋଟ ପରୀକୁ ବଡ଼ ହେବାର ଦେଖି ବହୁତ ଖୁସି । ମୋତେ ତାକୁ ଶୋଇଥିବାର ଦେଖିବା ଏବଂ ତାହାର ଡ଼ାୟପର ବଦଳିବାକୁ ବହୁତ ଭଲ ଲାଗେ ।

ପୁଣିଥରେ ଯିବେ କାନାଡ଼ା

ନିକଟରେ ଭାରତ ଫେରିବା ପରେ କରନବୀର ପୁଣିଥରେ କାନାଡ଼ା ଯିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ‘ମୁଁ ଫେବୃୟାରୀ ମାସ ଶେଷ ଆଡ଼କୁ ପୁଣିଥରେ କାନାଡା ଜିବି ।’ ପରେ ମାର୍ଚ୍ଚ ମାସରେ, ମୁଁ ନିଜ ପରିବାରକୁ ନେଇ ଭାରତ ଫେରି ଆସିବି । ଏହାପରେ ମୁଁ ସ୍ତ୍ରୀ ଟିଜେ ଓ ଝିଅମାନଙ୍କ ସହିତ ଯୋଧପୁର ଯିବି । ଯେଉଁଠାରେ ମୋତେ କୂଳଦେବୀ ଚାମୁଣ୍ଡା ମାତା ମନ୍ଦିରରେ ନିଜର ତିନୋଟି ଝିଅଙ୍କୁ ଦର୍ଶନ କରାଇବି ।

କରନବୀର ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି ଏବଂ ସମୟ ସମୟରେ ନିଜ ପରିବାରର ଫଟୋଗୁଡିକ ସେୟାର୍ କରନ୍ତି । ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଆପଣଙ୍କୁ ତାଙ୍କ ତିନୋଟି ଝିଅ ଓ ତାଙ୍କ ସ୍ତ୍ରୀଙ୍କ ଫୋଟସବୁ ଦେଖିବାକୁ ମିଳିବ ।

ଆପଣଙ୍କୁ ସୁଚାଇଦେଉଛୁ ଯେ କରନବୀର ଅନେକଗୁଡ଼ିଏ ହିଟ ନାଟକରେ କାମ କରିଛନ୍ତି । ଯଦିଓ ବର୍ତ୍ତମାନ ସେ କୌଣସି ଶୋ ରେ କାମ କରୁ ନାହାଁନ୍ତି । ସେ ଶେଷ ଥର ପାଇଁ ଧାରାବାହିକ ନାଗିନ ରେ ନଜର ଆସିଥିଲେ ଏବଂ ଏହା ପୂର୍ବରୁ ସେ ବିଗ ବସରେ ମଧ୍ୟ ନଜର ଆସିଥିଲେ । କିନ୍ତୁ ଏହି ଶୋ କୁ ସେ ଜିତିପାରି ନଥିଲେ ।

Leave a Reply

Your email address will not be published. Required fields are marked *