ବୈଜ୍ଞାନିକମାନେ ପାଇଲେ କରୋନାର ଆଉ ତିନୋଟି ନୂଆ ଲକ୍ଷଣ । ଭୁଲରେ ମଧ୍ୟ ଏହାକୁ କରନ୍ତୁ ନାହିଁ ଅଣଦେଖା…

ବୈଜ୍ଞାନିକମାନେ ପାଇଲେ କରୋନାର ଆଉ ତିନୋଟି ନୂଆ ଲକ୍ଷଣ । ଭୁଲରେ ମଧ୍ୟ ଏହାକୁ କରନ୍ତୁ ନାହିଁ ଅଣଦେଖା…

କରୋନା ଭାଇରସକୁ ପ୍ରସାରିତ ହୋଇ ଏକ ବର୍ଷରୁ ଅଧିକ ସମୟ ବିତିଯାଇଛି । କିନ୍ତୁ ଏହାର ପ୍ରକୋପ ଆଜି ମଧ୍ୟ କମି ନାହିଁ ଏବଂ ଲଗାତାର କରୋନା ଭାଇରସ୍ ଯୋଗୁଁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥି ମଧ୍ୟରେ କରୋନା ଭୂତାଣୁର ଏକ ନୂତନ ଷ୍ଟ୍ରେନ୍ ମଧ୍ୟ ସାମନାକୁ ଆସିଛି । ଯାହା ଫଳରେ ଚିନ୍ତା ବଢି ଯାଇଛି । କରୋନା ଭାଇରସକୁ ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ଯାଞ୍ଚ ଓ ଅଧ୍ୟୟନ ସବୁ କରୁଛନ୍ତି । ଇତି ମଧ୍ୟରେ ଏକ ନୂତନ ଶୋଧରେ କରୋନା ସହ ଜଡ଼ିତ କିଛି ନୂତନ ଲକ୍ଷଣ ଗୁଡ଼ିକ ବିଷୟରେ ଜଣାପଡିଛି । ବୈଜ୍ଞାନିକମାନେ ବର୍ତ୍ତମାନକରୋନାର ତିନୋଟି ଲକ୍ଷଣ ବିଷୟରେ ସୂଚନା ପାଇ ସାରିଛନ୍ତି ।

ସ୍ପେନର ମେଡ୍ରିଡ଼ରୁ କରାଯାଇଥିବା ଅଧ୍ୟୟନ ଅନୁସାରେ କରୋନା ଭାଇରସ୍ ସଂକ୍ରମଣ ହେଲେ ରୋଗୀର ଜିଭ, ହାତ ଓ ପାଦରେ କିଛି ପରିବର୍ତ୍ତନ ପରିଲକ୍ଷିତ ହୁଏ । କରୋନାରେ ସଂକ୍ରମିତ ୬୬୬ ରୋଗୀଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଚାରୋଟିରୁ ଜଣେ ରୋଗୀଙ୍କ ଜିଭ ଫୁଲିବା, ହାତ ଓ ତଳିପାଦରେ ନାଲି ରଙ୍ଗ ଦେଖାଯିବା ଆଦି ସବୁ ସମସ୍ୟା ମାନ ପରିଲକ୍ଷିତ ହୋଇଛି । ବୈଜ୍ଞାନିକ ମାନଙ୍କ ଅନୁସାରେ କରୋନା ରୋଗୀଙ୍କ ମୁହଁ ଭିତରେ ଗଭୀର ସଂକ୍ରମଣ ଦେଖାଯାଇପାରିବ ।

ଯେଉଁ ଲୋକମାନେ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ତାଙ୍କ ଜିଭରେ ଧଳା ରଙ୍ଗର ଦାଗ ଓ ଫୁଲିବା ସମସ୍ୟା ସୃଷ୍ଟି ହେଉଛି । ଏହି ସ୍ଥିତିକୁ ‘କୋଭିଡ ଟଙ୍ଗ’ ବୋଲି ନାମକରଣ କରାଯାଇଛି । ଏହି କାରଣରୁ ରୋଗୀର ସ୍ୱାଦ ବାରିବା କ୍ଷମତା ହ୍ରାସ ପାଇଯାଏ । ସେପଟେ କିଛି ରୋଗୀଙ୍କ ଠାରେ ହାତ ଓ ତଳି ପାଦରେ ଜ୍ଵଳନ କିମ୍ବା ନାଲି ରଙ୍ଗ ଦେଖାଯାଉଛି । ଜିଭ ଫୁଲିବା ବ୍ୟତୀତ ପାଖାପାଖି ୧୫ ପ୍ରତିଶତ କରୋନା ରୋଗୀଙ୍କ ହାତ ଓ ପାଦରେ ଜ୍ଵଳନ ଓ ନାଲି ରଙ୍ଗ ଦେଖାଯିବା ଭଳି ସମସ୍ୟା ସାମନାକୁ ଆସିଅଛି ।

ଶୋଧ କର୍ତ୍ତା ନୂନୋ ଗୋଞ୍ଜା କହିଛନ୍ତି ଯେ ହାଲୁକାରୁ ମଧ୍ୟମ କୋଭିଡ-୧୯ ସଂକ୍ରମଣ ଥିବା ରୋଗୀଙ୍କ ଉପରେ ଏହି ଶୋଧ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ ପାଖାପାଖି ଅର୍ଧ୍ଯେକ ରୋଗୀଙ୍କୁ ଓରଲ୍ କେବିଟି ହୋଇଛି । ଯାହାକି ଚିନ୍ତାର ବିଷୟ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଉପସ୍ଥିତ ଲକ୍ଷଣ ବୋଲି ଜ୍ଵର, ଶୁଖିଲା କାଶ, ଗଳାରେ କଷ୍ଟ, ବହୁ ଥିବା ନାକ, ଛାତିରେ କଷ୍ଟ ଓ ନିଃଶ୍ବାସ ନେବାକୁ ଅସୁବିଧା ଏହିସବୁକୁ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ଲକ୍ଷଣ ସୂଚୀରେ ଜିଭ ଫୁଲିବା, ହାତରେ ଜ୍ଵଳନ ଓ ତଳି ପାଦରେ ନାଲି ରଙ୍ଗ ପଡିଯିବା ଆଦି ସାମିଲ ହୋଇଯାଇଛି ।

Leave a Reply

Your email address will not be published. Required fields are marked *