ରାକ୍ଷୀ ସାୱନ୍ତ ଟିନା ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରସି ଥିଲେ :- ରାକ୍ଷୀ ସାୱନ୍ତ ଏକ ଏମିତି ନାମ ଯାହାକି କିଛି ନା କିଛି ବାଦ ବିବାଦ ହେତୁ ହେଡଲାଇନରେ ରହିଥାନ୍ତି । ଆଜିକାଲି ସେ ‘ବିଗ ବସ୍ ୧୪’ରେ ବିଗବସଘରେ ଧମାକା କରୁଛନ୍ତି । ସେ ନିଜର ଅସାଧାରଣ ଶୈଳୀ ସହିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ରାକ୍ଷୀ ଜଣେ ଏପରି ଅଭିନେତ୍ରୀ ଯିଏ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯେକୌଣସି ସ୍ତରକୁ ଯାଇପାରନ୍ତି । ଆଜିର ସମୟରେ ରାକ୍ଷୀ ଜଣେ ସଫଳ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ, ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ ।
କିନ୍ତୁ ଆପଣ ଜାଣନ୍ତି କି ଏତେ ଭଲ ଜୀବନଯାପନ କରୁଥିବା ରାକ୍ଷୀ ବହୁତ କଷ୍ଟଦାୟକ ପିଲାଦିନ ଦେଇ ଗତି କରିଛନ୍ତି ? ରାକ୍ଷୀ ଏଠାରେ ପହଞ୍ଚିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବାସ୍ତବରେ ରାକ୍ଷୀ ଏକ ଏପରି ପରିବାରରୁ ଆସିଛନ୍ତି ଯେଉଁଠାରେ ଲୋକଙ୍କ ଚିନ୍ତାଧାରା ରକ୍ଷଣଶୀଳ । ଯେତେବେଳେ ରାକ୍ଷୀ ନୃତ୍ୟକୁ ବୃତ୍ତି ଭାବରେ ବାଛିଥିଲେ, ସେତେବେଳେ ସେ କେବଳ ସମାଜରୁ ବାରମ୍ବାର ଓଲଟା ସିଧା କଥା ଶୁଣି ନଥିଲେ ବରଂ ତାଙ୍କ ପରିବାର ମଧ୍ୟ ତାଙ୍କୁ ସମର୍ଥନ କରିନଥିଲେ ।
ରାକ୍ଷୀଙ୍କ ପରିବାରରେ ପୁରୁଷଙ୍କ ଚିନ୍ତାଧାରା ଅତ୍ୟନ୍ତ ଖରାପ ଥିଲା, ସେମାନେ ମହିଳାମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ୱାସ କରୁଥିଲେ । ସେ କେବେବି ଚାହୁଁ ନଥିଲେ ଯେ ତାଙ୍କ ଘରର ମହିଳାମାନେ କୌଣସି କାମ କରନ୍ତୁ ଏବଂ ନାମ ଅର୍ଜନ କରନ୍ତୁ ।
ଏ ବିଷୟରେ ଏକ ସାକ୍ଷାତକାର ସମୟରେ ରାକ୍ଷୀ ନିଜେ କହିଥିଲେ ଯେ, ତାଙ୍କ ପରିବାରରେ ଝିଅମାନଙ୍କୁ ବାହାରକୁ ଯିବା ତ ଦୂରର କଥା ବାହାରକୁ ଖେଳିବାକୁ ଅନୁମତି ଦେବା ପାଇଁ ମଧ୍ୟ ସ୍ୱାଧୀନତା ନଥିଲେ, କିନ୍ତୁ ଯେତେବେଳେ କଥା ଟଙ୍କା ରୋଜଗାର କରିବା ଉପରେ ଆସୁଥିଲା, ସେମାନଙ୍କ ପରିବାର ଝିଅମାନଙ୍କୁ କିଛିବି କରି ଟଙ୍କା ରୋଜଗାର କରିବାକୁ କହୁଥିଲେ । ସେତେବେଳେ ସେମାନେ ନିଜ ପରିବାରର ସମ୍ମାନ ଭୁଲି ଯାଉଥିଲେ” ।
ରାକ୍ଷୀ ତାଙ୍କର ଅତୀତର ମୂହୁର୍ତ୍ତଗୁଡ଼ିକୁ ମନେ ପକାଇ ଆହୁରି ମଧ୍ୟ କହିଥିଲେ, “ଯେତେବେଳେ ମୋର ବୟସ ୧୦ବର୍ଷ ହୋଇଥିଲା, ମୁଁ ଜଣେ କ୍ୟାଟେରର ପାଇଁ କାମ କରୁଥିଲି, ଯିଏ ଦିନକୁ ମୋତେ ୫୦ଟଙ୍କା ଦେଉଥିଲା । ମୁଁ ଟିନା ଅମ୍ବାନୀଙ୍କ ବିବାହରେ ମଧ୍ୟ ୫୦ଟଙ୍କା ପାଇଁ ଖାଦ୍ୟ ପରସି ଥିଲି ।”
ରାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ, ‘ସେ ପିଲାଦିନେ ବହୁତ କାନ୍ଦୁଥିଲେ ଏବଂ ଭଗବାନଙ୍କୁ ପଚାରୁଥିଲେ ଯେ ସେ କାହିଁକି ରାକ୍ଷୀଙ୍କୁ ଏପରି ପରିବାର ଦେଇଛନ୍ତି, ଯେଉଁଠାରେ ମହିଳାମାନେ ନିର୍ଯାତିତ ହେଉଛନ୍ତି ଏବଂ କେବଳ ପୁରୁଷମାନେ ସ୍ୱାଧୀନତା ପାଆନ୍ତି’ ।
ସେ ଯାହାବି ହେଉ ସେ ତାଙ୍କ ପିଲାଦିନ ଥିଲା, ଏବଂ ଯଦି ଦେଖାଯାଏ ରାକ୍ଷୀ ବର୍ତ୍ତମାନ ବିନା କୌଣସି ବାଧାରେ ମୁକ୍ତ ଭାବରେ ଜୀବନଯାପନ କରୁଛନ୍ତି । ରାକ୍ଷୀ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ନିଜ ରାସ୍ତାରେ ଆସୁଥିବା ସମସ୍ତ ପ୍ରତିବନ୍ଧ ଅତିକ୍ରମ କରି ତାଙ୍କୁ ହରେଇଦେଇଛନ୍ତି ଏବଂ ଆଗକୁ ବଢ଼ିଛନ୍ତି ।