ଭାଗ୍ୟଶାଳୀ ହୋଇଥାନ୍ତି ସେହି ପୁରୁଷମାନେ ଯେଉଁମାନଙ୍କ ସ୍ତ୍ରୀଙ୍କ ଠାରେ ରହିଥାଏ ଏହି ୪ଟି ଗୁଣ ! ଆସନ୍ତୁ ଜାଣିବା ସେହି ଗୁଣଗୁଡିକ ବିଷୟରେ ..

ଭାଗ୍ୟଶାଳୀ ହୋଇଥାନ୍ତି ସେହି ପୁରୁଷମାନେ ଯେଉଁମାନଙ୍କ ସ୍ତ୍ରୀଙ୍କ ଠାରେ ରହିଥାଏ ଏହି ୪ଟି ଗୁଣ ! ଆସନ୍ତୁ ଜାଣିବା ସେହି ଗୁଣଗୁଡିକ ବିଷୟରେ ..

ଭାଗ୍ୟଶାଳୀ ହୋଇଥାନ୍ତି ସେହି ପୁରୁଷମାନେ ଯାହାଙ୍କ ସ୍ତ୍ରୀଙ୍କ ଠାରେ ରହିଥାଏ ଏହି ଚାରୋଟି ଗୁଣ, ତା ସାଥିରେ ଘରର ମଧ୍ୟ ହୋଇଥାଏ ବହୁତ ଉନ୍ନତି, ତେବେ ଆସନ୍ତୁ ଜାଣନ୍ତୁ ସେହି ୪ଟି ଗୁଣ ବିଷୟରେ…

ହିନ୍ଦୁ ଧର୍ମରେ ସ୍ତ୍ରୀମାନଙ୍କର ଏକ ବିଶେଷ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ମହିଳାଙ୍କୁ ଦେବୀର ସ୍ୱରୂପ ବୋଲି କୁହାଯାଏ । ପତ୍ନୀଙ୍କୁ ଅର୍ଧାଙ୍ଗିନୀ କୁହାଯାଏ ଏହାର ଅର୍ଥ ସ୍ୱାମୀର ଅଧା ଅଙ୍ଗ । ମହାଭାରତରେ ଭୀଷ୍ମ ପିତାମହ କହିଥିଲେ ଯେକୌଣସି ମହିଳା ହେଉନା କାହିଁକି ସବୁବେଳେ ଖୁସିରେ ରହିବା ଉଚିତ, କାରଣ ତାଙ୍କ ଦ୍ୱାରା ହିଁ ଘରର ସୁଖ ସମୃଦ୍ଧି ଏବଂ ଉନ୍ନତି ସମ୍ଭବ ହୋଇଥାଏ ତା ସହିତ ବଂଶବୃଦ୍ଧି ମଧ୍ୟ ହୋଇଥାଏ । ସ୍ତ୍ରୀ କୁ ଖୁସିରେ ରଖିବା ଦ୍ୱାରା ଘରର ଉନ୍ନତି ସାଧିତ ହୁଏ ଏବଂ ତା ସହିତ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୁଏ ଅର୍ଥାତ ଧନସମ୍ପତି ଆସିଥାଏ । ଏହାର ଓଲଟା ପ୍ରତିକ୍ରିୟା ଯେଉଁ ଘରର ମହିଳାମାନେ କରନ୍ତି ସେମାନେ ସବୁବେଳେ ଦୁଖଃରେ ରହନ୍ତି, ଏବଂ ସେମାନଙ୍କ ଠାରେ ସବୁବେଳେ ଦାରିଦ୍ର୍ୟତା ଲାଗି ରହିଥାଏ । ସ୍ତ୍ରୀଙ୍କ କିଛି ବିଶେଷ ଗୁଣ ଯୋଗୁଁ ତାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ।

ମହାଭାରତ ଛଡ଼ା ଅଙ୍ଗିରା ଓ ଜାଗ୍ୟବଳ୍କୟ ସ୍ମୃତିରେ ସହିତ ଆପସ୍ତମ୍ଭ ଧର୍ମ ସୂତ୍ରରେ ମଧ୍ୟ ସ୍ତ୍ରୀଙ୍କ ଗୁଣ ଏବଂ ତାଙ୍କ ସହିତ ଜଡ଼ିତ ସମ୍ମାନ ବିଷୟରେ ବହୁତ କଥା ଲେଖାଯାଇଛି । ଏହିପରି କେତେକ ହିନ୍ଦୁ ଧର୍ମ ଗ୍ରନ୍ଥ ମାନଙ୍କରେ ମଧ୍ୟ ପତ୍ନୀ ସହିତ ଜଡ଼ିତ ଗୁଣ ଓ ଅବଗୁଣ ବିଷୟରେ ବହୁତ କିଛି ବର୍ଣ୍ଣନା କରାଯାଇଛି । ଗରୁଡ଼ ପୁରାଣର ଗୋଟିଏ ଶ୍ଳୋକରେ ମଧ୍ୟ ପତ୍ନୀ ସହିତ ଜଡ଼ିତ ଥିବା ଗୁଣମାନଙ୍କ ବିଷୟରେ ଆଲୋଚନା କରାଯାଇଅଛି । ଏହି ଅନୁସାରେ ଯେଉଁ ବ୍ୟକ୍ତିର ପତ୍ନୀଠାରେ ଏହି ଚାରୋଟି ଗୁଣ ରହିଥାଏ, ତାଙ୍କୁ ନିଜକୁ ନିଜେ ଭାଗ୍ୟଶାଳୀ ମନେ କରିବା ଉଚିତ । ପତ୍ନୀର ଏହି ଗୁଣଗୁଡ଼ିକ ଦ୍ୱାରା ଘରେ କେବେ ମଧ୍ୟ ଧନସମ୍ପତ୍ତିର ଅଭାବ ହୁଏନାହିଁ ଓ ସର୍ବଦା ସୁଖ ଶାନ୍ତି ମଧ୍ୟ ଲାଗି ରହିଥାଏ ।

ସା ଭାର୍ଯ୍ୟା ୟା ଗୃହେ ଦକ୍ଷା ସା ଭାର୍ଯ୍ୟା ପ୍ରିୟମ୍ବଦା ।
ସା ଭାର୍ଯ୍ୟା ୟା ପତିପ୍ରାଣା ସା ଭାର୍ଯ୍ୟା ୟା ପତିବ୍ରତା । (୧୦୮/୧୮)

ଏହାର ଅର୍ଥ ଯେଉଁ ପତ୍ନୀ ଗୃହ କାର୍ଯ୍ୟରେ ଦକ୍ଷ ଅଟେ, ଯିଏ ପ୍ରିୟବାଦିନି ଅଟେ, ଯାହାର ସ୍ୱାମୀ ହିଁ ତା’ର ପ୍ରାଣ ଅଟନ୍ତି ଓ ଯିଏ ପତିପରାୟଣା ଅଟେ, ବାସ୍ତବରେ ସେ ହିଁ ପତ୍ନୀ ଅଟେ ।

ସମସ୍ତ ପତ୍ନୀଙ୍କ ନିକଟରେ ରହିବା ଦରକାର ଏହି ଚାରୋଟି ଗୁଣ:-

ଗୃହ କାର୍ଯ୍ୟର ତାପର୍ଯ୍ୟ ଘରକାମ ଅଟେ । ଏହାର ଅର୍ଥ ଯେଉଁ ପତ୍ନୀ ଘରର ସମସ୍ତକାମ ଯେପରିକି ଭୋଜନ ତିଆରି କରିବା, ଘରକୁ ସଫାସୁତୁରା କରିବା, ଘରକୁ ସଜ୍ଜିତ କରିବା, ପୋଷାକ ଏବଂ ବାସନକୁସନ ଧୋଇବା, ଛୁଆଙ୍କ ଦାୟିତ୍ୱ ଠିକ୍ ଭାବରେ ତୁଲେଇବା, ଘରକୁ ଆସିଥିବା ଅତିଥିଙ୍କର ଠିକ୍ ଭାବରେ ସ୍ୱାଗତ କରିବା, କମ୍ ଜିନିଷରେ ମଧ୍ୟ ଭଲ ଭାବରେ ଘର ଚଲେଇବା ଇତ୍ୟାଦି । ତାଙ୍କୁ ହିଁ ଗୃହ କାର୍ଯ୍ୟରେ ଦକ୍ଷ କୁହାଯାଏ । ଏହି ଗୁଣ ଗୁଡ଼ିକ ଯୋଗୁଁ ସମସ୍ତ ପତ୍ନୀ ନିଜ ସ୍ୱାମୀଙ୍କ ପ୍ରିୟ ହୋଇପାରନ୍ତି ।

ସମସ୍ତ ସ୍ତ୍ରୀଙ୍କୁ ନିଜ ସ୍ୱାମୀ ସହିତ ମିଠା ସ୍ୱରରେ କଥା ହେବା ଦରକାର । ଏହପରି କଥା ହେବା ଦ୍ୱାରା ସ୍ୱାମୀ ମଧ୍ୟ ସ୍ତ୍ରୀର କଥାକୁ ଧ୍ୟାନ ପୂର୍ବକ ଶୁଣିପାରିବେ ଏବଂ ସ୍ତ୍ରୀର ସମସ୍ତ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିବେ । ସ୍ୱାମୀ ସହିତ ଘରର ଅନ୍ୟ ସଦସ୍ୟ ମାନେ ଯଥା ଶାଶୂ-ଶଶୁର, ଦିଅର, ଜ୍ୟେଷ୍ଠ-ଜେଠାଣି, ନଣନ୍ଦଙ୍କ ସହିତ ମଧ୍ୟ ପ୍ରେମ ପୂର୍ବକ କଥା ହେବା ଉଚିତ୍ । ନିଜ କଥାବାର୍ତ୍ତାର ଶୈଳୀରେ ହିଁ ପତ୍ନୀ ଘରର ସଦସ୍ୟଙ୍କ ପ୍ରିୟ ହୋଇଥାଏ ।

ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ହିଁ ନିଜର ସବୁକିଛି ମାନି ସର୍ବଦା ତା ଆଦେଶକୁ ପାଳନ କରେ, ତାଙ୍କୁ ଧର୍ମ ଶାସ୍ତ୍ରରେ ପତିପରାୟଣ ବା ପତିବ୍ରତା କୁହାଯାଏ । ପତିବ୍ରତା ସ୍ତ୍ରୀ ସର୍ବଦା ନିଜ ସ୍ୱାମୀର ଆଦେଶକୁ ପାଳନ କରିଥାଏ ଓ କେବେ ମଧ୍ୟ ନିଜ ସ୍ୱାମୀର ହୃଦୟ କୁ କଷ୍ଟ ପହଞ୍ଚିବା ପରି କଥା କହି ନଥାଏ । ସ୍ୱାମୀଙ୍କୁ ଦୁଃଖର ବିଷୟ କହିବା ସମୟରେ ସେ ସଂଯମର ସହିତ କହିଥାଏ । ଏପରି ସ୍ତ୍ରୀ ନିଜ ସ୍ୱାମୀ ଛଡ଼ା କେବେବି କୌଣସି ଅନ୍ୟ ପୁରୁଷଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ।

ଗୋଟିଏ ପତ୍ନୀ ପାଇଁ ସବୁଠାରୁ ବଡ଼ ଧର୍ମ ଏହା ଯେ ସେ ନିଜର ସ୍ୱାମୀ ଏବଂ ତା’ପରିବାରର ଭଲ କରିବା ଏବଂ ଭୁଲରେ ମଧ୍ୟ କୌଣସି ଏପରି କାମ କରିବ ନାହିଁ ଯାହା ଦ୍ୱାରା ସମସ୍ତଙ୍କ ହୃଦୟ କୁ କଷ୍ଟ ଅନୁଭବ ହେବ । ଗରୁଡ଼ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ପ୍ରତିଦିନ ଗାଧୋଇବା ପରେ ନିଜ ସ୍ୱାମୀ ପାଇଁ ସଜବାଜ ହୁଏ, ବାହାର ଲୋକଙ୍କ ସହ କମ୍ କଥା ହୁଏ ତଥା ଶୁଭ ଚିନ୍ତକ ହୋଇଥାଏ, ଯିଏ ସର୍ବଦା ଧର୍ମର ପାଳନ କରେ ଓ ନିଜ ସ୍ୱାମୀର ହିତ ସାଧନ କରିଥାଏ, ତାକୁ ହିଁ ପ୍ରକୃତରେ ପତ୍ନୀ ବୋଲି ଗ୍ରହଣ କରାଯାଏ ।

Leave a Reply

Your email address will not be published. Required fields are marked *