୧୬ ବର୍ଷ ବୟସରେ ୨ଟି ଛୁଆର ମାଁ ହୋଇଥିଲେ ଉର୍ବଶୀ ଢୋଲକିଆ ! ଏକୁଟିଆ କଲେ ଲାଳନପାଳନ…

୧୬ ବର୍ଷ ବୟସରେ ୨ଟି ଛୁଆର ମାଁ ହୋଇଥିଲେ ଉର୍ବଶୀ ଢୋଲକିଆ ! ଏକୁଟିଆ କଲେ ଲାଳନପାଳନ…

ଉର୍ବଶୀ ଢୋଲକିଆ ଏପରି ଏକ ଅଭିନେତ୍ରୀ ଅଟନ୍ତି ଯିଏକି ଟିଭି ଇଣ୍ଡଷ୍ଟ୍ରିରେ ଅଧିକ ନଜର ଆସିନଥିଲେ ମଧ୍ୟ ଯେତିକି କାମ କରିଛନ୍ତି ତାହା ଖୁବ୍ ପ୍ରଶଂସନୀୟ । ଉର୍ବଶୀ ଟିଭିର ଏକ ଲୋକପ୍ରିୟ ଧାରାବାହିକ କଶୋଟି ଜିନ୍ଦଗୀ କେରେ କୋମଲିକାଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ସେହି ଚରିତ୍ରକୁ ଜୀବନ୍ତ କରି ଦେଇଥିଲେ ଯେ ସେହି ସମୟରେ ଦେଶର ଘରେ ଘରେ ମୁଖ୍ୟ ଚରିତ୍ର ବଦଳରେ ତାଙ୍କ ଚର୍ଚ୍ଚା ହେଉଥିଲା ।

ଆମେ ଆପଣଙ୍କୁ ଉର୍ବଶୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସୁଚାଇଦେଉଛୁ । ଉର୍ବଶୀ ଢୋଲକିଆ ୧୬ ବର୍ଷ ବୟସରେ ଦୁଇଟି ଯାଆଁଳା ଶିଶୁର ମାଁ ହୋଇ ଯାଇଥିଲେ, ପରେ ତାଙ୍କ ଛାଡ଼ପତ୍ର ହୋଇ ଯାଇଥିଲା । ସେବେଠାରୁ ସେ ଏକୁଟିଆ ନିଜ ଶିଶୁ ମାନଙ୍କୁ ଲାଳନପାଳନ କଲେ ।

ଉର୍ବଶୀ ଢୋଲକିଆଙ୍କ ଟିଭି ଓ ଅଭିନୟ ପର୍ଯ୍ୟନ୍ତ ଯାତ୍ରା

ଉର୍ବଶୀ ଢୋଲକିଆଙ୍କ ଚରିତ୍ର କୋମଲିକାକୁ ଦେଖି ଏହା କେହି କହିପାରିବେ ନାହିଁ ଯେ ସେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି । ଉର୍ବଶୀ ଅଭିନୟ ଜଗତରେ ୬ ବର୍ଷ ବୟସରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ୬ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଏକ ଟିଭି ବିଜ୍ଞାପନରେ ନଜର ଆସିଥିଲେ । ଏହାପରେ ସେ ଟିଭି ଧାରାବାହିକ ‘ଦେଖ ଭାଇ ଦେଖ’ରେ ନଜର ଆସିଥିଲେ । ଉର୍ବଶୀ ସେମିତିରେ ତ ଅନେକଗୁଡିଏ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି, କିନ୍ତୁ ‘କସୌଟି ଜିନ୍ଦଗୀ କି’ ଧାରାବାହିକର କୋମଲିକା ଚରିତ୍ର ତାଙ୍କୁ ରାତାରାତି ଲୋକପ୍ରିୟ କରାଇଥିଲା । ଆଜି ମଧ୍ୟ ଲୋକେ ତାଙ୍କୁ ବାସ୍ତବ ନାମରୁ ଅଧିକ ‘କସୌଟି ଜିନ୍ଦଗୀ କେ’ କୋମଲିକା ବୋଲି ଚିହ୍ନୁ ଥିଲେ ।

‘କସୌଟି ଜିନ୍ଦଗୀ କି’ ଧାରାବାହିକର କୋମଲିକାଙ୍କ ବିନ୍ଦୁ ଓ ତାଙ୍କ ଶୈଳୀ ଆଜି ମଧ୍ୟ ଲୋକଙ୍କ ମନରେ ଅଛି । ସେହି ସମୟରେ କୋମଲିକା ଚରିତ୍ରକୁ ଷଡ଼ଯନ୍ତ୍ରର ମହାରାଣୀ ବୋଲି କୁହାଯାଉଥିଲା । ତାଙ୍କ ଚରିତ୍ରର ସଫଳତାକୁ ଦେଖି ଅନ୍ୟ ଶୋ’ରେ ମଧ୍ୟ ଅଭିନେତ୍ରୀ ମାନଙ୍କୁ ନକରାତ୍ମକ ଚରିତ୍ର ଦେବା ଆରମ୍ଭ କରିଥିଲେ ।

ଉର୍ବଶୀ ଢୋଲକିଆ ‘କସୋଟି ଜିନ୍ଦଗୀ କି’ ବ୍ୟତୀତ ‘ଘର ଏକ ମନ୍ଦିର’, ‘କହାନୀ ତେରୀ ମେରି’, ‘କହି ତୋ ହୋଗା’, ‘କଭୀ ସୌତନ କଭୀ ସହେଲି’, ‘ବେତାବ ଦିଲ କି ତମନ୍ନା ହେ’, ‘ବିଗ ବସ୍’, ‘ନଚ ବଲିଏ’, ‘ଚନ୍ଦ୍ରକାନ୍ତା’ ଭଳି ପ୍ରସିଦ୍ଧ ଓ ଲୋକପ୍ରିୟ ଟିଭି ଶୋ’ ମାନଙ୍କରେ ନିଜର ଅଭିନୟ ଦେଖାଇଛନ୍ତି ।

ଉର୍ବଶୀ ଏକୁଟିଆ ସମ୍ଭାଳିଲେ ନିଜ ଶିଶୁକୁ

କସୋଟି ଜିନ୍ଦଗୀ କି ଧାରାବାହିକରେ ଅନ୍ୟ ଚରିତ୍ର ପାଇଁ କସୋଟି ଛିଡ଼ା କରିଥିବା ଉର୍ବଶୀଙ୍କ ଜୀବନ ମଧ୍ୟ ବହୁତ ଅଧିକ ଦୁଃଖ ଆସିଥିଲା । ଖବର ଅନୁଯାୟୀ ଉର୍ବଶୀଙ୍କ ବିବାହ ବହୁତ ଛୋଟ ବୟସ ୧୫ ବର୍ଷରେ ହୋଇ ଯାଇଥିଲା । ଏହାର ଏକ ବର୍ଷ ପରେ ସେ ୧୬ ବର୍ଷ ବୟସରେ ୨ଟି ଛୁଆର ମାଁ ହୋଇ ଯାଇଥିଲେ । ଉର୍ବଶୀଙ୍କ ନିଜ ଶିଶୁମାନଙ୍କ ନାମ ସାଗର ଓ କ୍ଷୀତିଜ ଅଟେ । ବିବାହର ଠିକ୍ ଦେଢ଼ ବର୍ଷ ପରେ ଉର୍ବଶୀଙ୍କ ନିଜ ସ୍ୱାମୀଙ୍କ ସହିତ ଛାଡ଼ପତ୍ର ହୋଇଯାଇଥିଲା । ଏହା ପରେ ଉର୍ବଶୀ ଏକୁଟିଆ ନିଜର ଦୁଇଟି ଶିଶୁର ଦେଖାଶୁଣା କଲେ । ଏହି ସମୟରେ ଉର୍ବଶୀ ବହୁତ ପରିଶ୍ରମ ଓ ସଂଘର୍ଷ କରିଥିଲେ । ଉର୍ବଶୀ ନିଜର ଦୁଇଟି ଶିଶୁ ସହିତ ସୋସିଆଲ୍ ମିଡ଼ିଆରେ ନୂଆ ନୂଆ ଫୋଟପୋଷ୍ଟ କରୁଥିଲେ ।

ଯଦି ଉର୍ବଶୀଙ୍କ ପ୍ରେମ କାହାଣୀ ବିଷୟରେ ଆଲୋଚନା କରିବା ତେବେ ସେ ନୃତ୍ୟ ରିଏଲିଟି ଶୋ ‘ନଚ ବଲିଏ ୯’ରେ ଅନୁଜ ସଚଦେବଙ୍କ ସହିତ ନଜର ଆସିଥିଲେ । ଏହି ଦୁଇଜଣଙ୍କ ସମ୍ପର୍କ ୫ ବର୍ଷ ପର୍ଯ୍ୟନ୍ତ ଚାଲିଲା ଏହା ପରେ ଏ ଦୁହେଁ ଅଲଗା ହୋଇଯାଇଥିଲେ । ଏହା ପଛର କାରଣ ଅନୁଜ ସଚଦେବଙ୍କ ମାଁ ବୋଲି କୁହାଯାଏ । ତାଙ୍କୁ ଏହି ସମ୍ପର୍କ ମଞ୍ଜୁର ନଥିଲା ଏବଂ ସେ ନିଜ ମାଁଙ୍କ ବିରୁଦ୍ଧରେ ଯିବାକୁ ଚାହୁଁନଥିଲେ । କଥାଟି ଏହିକି ଯେ ଅନୁଜ ଉର୍ବଶୀରୁ ୫ ବର୍ଷ ଛୋଟ ଅଟନ୍ତି । ଆଜି ମଧ୍ୟ ଉର୍ବାଶୀ ଢୋଲକିଆ ଓ ଅନୁଜ ସଚଦେବା ବହୁତ ଭଲ ବନ୍ଧୁ ଅଟନ୍ତି ।

Leave a Reply

Your email address will not be published. Required fields are marked *