ପ୍ରିୟଙ୍କା ଚୋପଡ଼ାଙ୍କ ସହିତ ରେଡ୍ କାର୍ପେଟ୍ ହୋଇଥିଲା ଏହି ଦୁର୍ଘଟଣା ! କିନ୍ତୁ ତାଙ୍କ ଟିମ୍ ଠିକ୍ ସମୟରେ ବଞ୍ଚାଇ ଦେଇଥିଲେ…

ପ୍ରିୟଙ୍କା ଚୋପଡ଼ାଙ୍କ ସହିତ ରେଡ୍ କାର୍ପେଟ୍ ହୋଇଥିଲା ଏହି ଦୁର୍ଘଟଣା ! କିନ୍ତୁ ତାଙ୍କ ଟିମ୍ ଠିକ୍ ସମୟରେ ବଞ୍ଚାଇ ଦେଇଥିଲେ…

ବୋଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ନିଜର ଗ୍ଲେମର୍ସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଅଭିନେତ୍ରୀ ବୋଲିଉଡ୍ ଠାରୁ ହୋଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ଵତନ୍ତ ପରିଚୟ ସୃଷ୍ଟି କରିଛନ୍ତି । ପ୍ରିୟଙ୍କା ବର୍ତ୍ତମାନ ନିଜର ନୂଆ ବୁକ ‘ଅନଫିନିଷଡ଼’ ରିଲିଜ କରିଛନ୍ତି, ଯେଉଁଥିରେ ସେ ନିଜ ଜୀବନ ସହିତ ଜଡ଼ିତ ଅନେକ ଘଟଣା କୁ ଫ୍ୟାନମାନଙ୍କ ସହିତ ସେୟାର୍ କରିଛନ୍ତି । ପୁଣି ବହିରେ ସେ ୨୦୧୯ରେ ତାଙ୍କର କାନ୍ସ ଫିଲ୍ମ ଫେଷ୍ଟିବାଲରେ ଡେବ୍ୟୁ ସହିତ ଜଡ଼ିତ ଏକ ଘଟଣା ମଧ୍ୟ ସେୟାର୍ କରିଛନ୍ତି । ଯାହାକୁ ଶୁଣି ଆପଣ ଚମକି ପଡ଼ିବେ ।

ବାସ୍ତବରେ ପ୍ରିୟଙ୍କା ଚୋପଡ଼ା ଏହି ପୁସ୍ତକ ଜରିଆରେ କହିଛନ୍ତି ଯେ ଯେଉଁ ଡ୍ରେସ୍ ସେ କାନ୍ସ ଫିଲ୍ମ ଫେଷ୍ଟିବାଲର ରେଡ୍ କାର୍ପେଟରେ ପିନ୍ଧିଥିଲେ ତାହାର ଚେନ୍ ଶେଷ ମୁହୂର୍ତ୍ତରେ ଛିଡ଼ି ଯାଇଥିଲା । ତାପରେ ତାଙ୍କ ଟିମ୍ ଏକ ନିଷ୍ପତ୍ତି ନେଇଥିଲେ । ଏହି ଫେଷ୍ଟିବାଲରେ ଅଭିନେତ୍ରୀ ଜଣକ ଡିଜାଇନର ରୋବର୍ଟୋ କୱାଲୀଙ୍କ ଡ୍ରେସ୍ ପିନ୍ଧିଥିଲେ ।

ସେ କହିଥିଲେ ଯେ ଯେତେବେଳେ ତାଙ୍କ ସହିତ ଏପରି ଘଟଣା ଘଟିଥିଲା, ସେତେବେଳେ ତାଙ୍କ ଟିମ୍ ଗନ୍ତବ୍ୟ ସ୍ଥାନକୁ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାରେ ପ୍ରିୟଙ୍କାଙ୍କ ଏହି ଡ୍ରେସ୍ କୁ ଛୁଞ୍ଚି ସୂତାରେ ସିଲାଇ କରି ଦେଇଥିଲେ । ଏହି କାମ ପାଇଁ ଟିମ ପାଖରେ ମାତ୍ର ୫ ମିନିଟ୍ ସମୟ ଥିଲା । ତାଙ୍କ ଟିମର ସାହାଯ୍ୟ କାରଣରୁ ପ୍ରିୟଙ୍କା ୱାର୍ଡରୋବ ମାଲଫଙ୍କସନର ଶିକାର ହେବରୁ ବଞ୍ଚି ଯାଇଥିଲେ ।

ପ୍ରିୟଙ୍କା ଲେଖିଛନ୍ତି ଯେ ଏହିପ୍ରକାରେ ଆଉ କିଛି ଅଜାଣତରେ ଘଟିଥିବା ଘଟଣା ଯାହାକି ମେଟ୍ ଗଲା ସମୟରେ ହୋଇଥିଲା, ସେହି ସମ୍ବନ୍ଧରେ ଜାଣିବା ପାଇଁ ଫ୍ୟାନମାନଙ୍କୁ ତାଙ୍କ ବୁକର ଅପେକ୍ଷା କରିବାକୁ ପଡ଼ିବ । କୋରନା କାଳକୁ ଦୃଷ୍ଟିରେ ରଖି ଗତବର୍ଷ କାନ୍ସ ଫିଲ୍ମ ଫେଷ୍ଟିବାଲ ବନ୍ଦ କରି ଦିଆଯାଇଥିଲା ।

କିନ୍ତୁ ସୂଚନା ଅନୁଯାୟୀ ଏହି ଫେଷ୍ଟିବାଲ ୧୧-୨୨ ମାର୍ଚ୍ଚ ୨୦୨୧ ମଧ୍ୟରେ ହେବ । ଫ୍ରାନ୍ସରେ କୋରନାର ନୂଆ ଲହରୀ ଚାଲିଥିବା କାରଣରୁ ପୁଣିଥରେ ଲକଡାଉନ୍ ଘୋଷିତ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ନିକଟରେ ହୋଇଥିବା ଏକ ମିଟିଙ୍ଗରେ ନିଷ୍ପତ୍ତି ନିଆଯାଇଛି ଯେ ଫେଷ୍ଟିବାଲ ମଇ ବଦଳରେ ଜୁଲାଇ ୬-୧୭ ମଧ୍ୟରେ ହେବ । କେବଳ ଏତିକି ନୁହେଁ ଯଦି ଜୁଲାଇରେ କାନ୍ସ ଫିଲ୍ମ ଫେଷ୍ଟିବାଲ ନହୁଏ ତେବେ ବ୍ରେକଅପ୍ ଭାବରେ ଅଗଷ୍ଟ ମାସରେ ରଖାଯିବ ।

Leave a Reply

Your email address will not be published. Required fields are marked *