‘I’ ନାମକ ବ୍ୟକ୍ତିଙ୍କ ପାଖକୁ ଚୁମ୍ବକ ଭଳି ଆକର୍ଷିତ ହୋଇଥାନ୍ତି ଲୋକମାନେ ! ଜାଣନ୍ତୁ ତାଙ୍କର ୧୦ ଟି ସ୍ୱତନ୍ତ୍ରତା…

‘I’ ନାମକ ବ୍ୟକ୍ତିଙ୍କ ପାଖକୁ ଚୁମ୍ବକ ଭଳି ଆକର୍ଷିତ ହୋଇଥାନ୍ତି ଲୋକମାନେ ! ଜାଣନ୍ତୁ ତାଙ୍କର ୧୦ ଟି ସ୍ୱତନ୍ତ୍ରତା…

ଜ୍ୟୋତିଷ ଅଙ୍କ ଅନୁଯାୟୀ କୌଣସିବି ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ଆପଣ ତାଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜାଣି ପାରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ‘I’ ଅକ୍ଷରରୁ ଆରମ୍ଭ ହେଉଥିବା ଜାତକ ମାନଙ୍କ ସ୍ୱତନ୍ତ୍ର ଗୁଣ ବିଷୟରେ ଅବଗତ କରାଇବାକୁ ଯାଉଛୁ ।

୧.ଯେଉଁ ଜାତକଙ୍କ ନାମ ‘I’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ହୋଇଥାନ୍ତି । ସେମାନେ ଯୁଆଡ଼େବି ଯାଆନ୍ତି ନିଜ ବ୍ୟକ୍ତିତ୍ୱ ଦ୍ୱାରା ଲୋକଙ୍କୁ ଆକର୍ଷିତ କରି ନିଅନ୍ତି । କେହିକେହି ତାଙ୍କ ପ୍ରେରଣା ମଧ୍ୟ ନେଇଥାଆନ୍ତି ।

୨.’I’ ଅକ୍ଷର ନାମର ଲୋକଙ୍କର ଅନେକ ଫ୍ୟାନ୍ଷ ରହନ୍ତି । ଲୋକେ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ସେମାନଙ୍କ ବ୍ୟକ୍ତିତ୍ୱରେ କିଛି ଏପରି ଆକର୍ଷଣ ରହିଥାଏ ଯାହାକି ଲୋକଙ୍କୁ ତାଙ୍କ ଦିଗରେ ଆକର୍ଷିତ ହେବାକୁ ବାଧ୍ୟ କରିଥାଏ ।

୩. ଏହି ଲୋକ କଳା ଏବଂ ବିଜ୍ଞାନ ଭଳି କ୍ଷେତ୍ରରେ ରୁଚି ରଖନ୍ତି । ଏମାନେ ଜୀବନରେ ଏତେ କିଛି କରି ନିଅନ୍ତି ଯାହାକି ଟଙ୍କା ପାଇଁ ଏମାନଙ୍କୁ କେବେବି କାହା ଉପରେ ନିର୍ଭର କରିବାକୁ ପଡ଼ି ନଥାଏ । ଏମାନଙ୍କ ମଧ୍ୟରେ ଅର୍ଥ ରୋଜଗାର କରିବାର ସାମ୍ୟର୍ଥ ଭରି ରହିଥାଏ ।

୪. ଏମାନେ ନିଜ କଥାରୁ ଖୁବ୍ ସହଜରେ ଓହରି ଯାଆନ୍ତି । ନିଜ ସୁବିଧା ଅନୁସାରେ ହିଁ ସବୁବେଳେ କହନ୍ତି । ପୁଣି ତାଙ୍କ କଥା ଠିକ୍ ଥାଉ କିମ୍ବା ଭୁଲ ଥାଉ ତାଙ୍କୁ ଏସମ୍ବନ୍ଧରେ କୌଣସି ଖାସ୍ ଫରକ୍ ପଡ଼ି ନଥାଏ ।

୫. ଏମାନଙ୍କ ଜୀବନରେ ସୁଖ ଏବଂ ଦୁଃଖ ମିଶି ରହିଥାଏ । ଯେମିତିକି ଏମାନଙ୍କ ହାତକୁ କୌଣସି ଭଲ ଜିନିଷ ଆସିଲେ ତାହା ତାଙ୍କ ହାତରୁ ଯିବାକୁ ଅଧିକ ସମୟ ମଧ୍ୟ ଲାଗିନଥାଏ । ଏମାନଙ୍କ ପାଇଁ ‘ହାତକୁ ଆସିଲେ ବି କିଛି କାମକୁ ନୁହେଁ’ କଥାଟି ଉପଯୁକ୍ତ ଅଟେ ।

୬. ଏହି ଲୋକଙ୍କୁ ଭଲପାଇବାର ଅଭାବ ଥାଏ । ଏମାନେ ସେହି ଲୋକ ପ୍ରତି ଖୁବଶୀଘ୍ର ଆକର୍ଷିତ ହୋଇ ଯାଆନ୍ତି ଯେଉଁମାନେ ତାଙ୍କ ସହିତ ଖୁବ୍ ସ୍ନେହରେ କଥାବାର୍ତ୍ତା କରନ୍ତି ।

୭. ଏମାନେ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି । ଏମାନଙ୍କୁ କାହାରି କଥାରେ ବହୁତ ଶୀଘ୍ର ଖରାପ ଲାଗିଥାଏ । ପୁଣି ସେହ କଥାକୁ ନେଇ ଏମାନେ ବହୁତ ଦିନ ଚିନ୍ତାରେ ରହନ୍ତି । ଏମାନଙ୍କର ଏହି ଗୁଣ କାରଣରୁ ଏମାନେ ମାନସିକ ଚିନ୍ତାର ଶିକାର ହୋଇଥାନ୍ତି ।

୮. ଧର୍ମକର୍ମରେ ଏମାନଙ୍କର ଖୁବ୍ ଆଗ୍ରହ ଥାଏ । ଏମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ଏବଂ ଅଧିକାଂଶ କାମ ଭଗବାନଙ୍କ ଆଶୀର୍ବାଦ ନେଇ କରନ୍ତି ।

୯. ଏମାନେ ଯାହାବି କାର୍ଯ୍ୟ କରନ୍ତି ତାହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତି । ଏମାନଙ୍କୁ ଆପଣ ସହଜରେ ବୋକା ବନାଇ ପାରିବେ ନାହିଁ । ଏମାନେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି ।

୧୦. ଶିକ୍ଷା ଏବଂ ଲେଖନିରେ ଏମାନଙ୍କର ଖାସ୍ ରୁଚି ରହିଥାଏ । ଏହି ଜିନିଷକୁ ନେଇ ତାଙ୍କ ପାଖରେ ଅନେକ ସୂଚନା ରହିଥାଏ । ନିଜ ପ୍ରତିଭାର ଦମରେ ଏମାନଙ୍କୁ କେବେବି ଟଙ୍କାର ଅଭାବ ହୋଇନଥାଏ ।

Leave a Reply

Your email address will not be published. Required fields are marked *