ୟୁରିନ ଇନଫେକ୍ସନ ବା ପରିସ୍ରା ସଂକ୍ରମଣରୁ ଖୁବଶୀଘ୍ର ମିଳିବ ମୁକ୍ତି ଆପଣନ୍ତୁ ଏହି ଘରୋଇ ଉପାୟ ! କେବଳ କରି ନିଅନ୍ତୁ ଏହି କାମ…

ୟୁରିନ ଇନଫେକ୍ସନ ବା ପରିସ୍ରା ସଂକ୍ରମଣରୁ ଖୁବଶୀଘ୍ର ମିଳିବ ମୁକ୍ତି ଆପଣନ୍ତୁ ଏହି ଘରୋଇ ଉପାୟ ! କେବଳ କରି ନିଅନ୍ତୁ ଏହି କାମ…

ପରିସ୍ରା ସଂକ୍ରମଣ ଏପରି ଏକ ସଂକ୍ରମଣ ଅଟେ ଯାହା ଆଜିକାର ଦିନରେ ହେବା ସାଧାରଣ କଥା ଅଟେ । ଆଜିକାର ବ୍ୟସ୍ତପୂର୍ଣ୍ଣ ଜୀବନରେ ଏପରି ରୋଗକୁ ସମସ୍ତେ ପରିଚିତ । ୟୁରିନ୍ ଇନଫେକ୍ସନ୍ କାହାରିକୁ ମଧ୍ୟ ହୋଇପାରେ, ତାହା ଶିଶୁ ହେଉ କିମ୍ବା ବୃଦ୍ଧ କିମ୍ବା କେଉଁ ମହିଳା । ସାଧାରଣ ଭାବେ ଏହା ଜଳ ଅଭାବ ଯୋଗୁଁ ହୋଇଥାଏ । ମହିଳାଙ୍କ ଠାରେ ପରିସ୍ରା ସଂକ୍ରମଣ ସମସ୍ୟା ବହୁତ ଦେଖାଯାଏ । ଜଣାଇଦେଉଛୁ କି ମୂତ୍ର ସଂକ୍ରମଣ ୟୁରିନାରୀ କର୍ଡ଼ରେ ହେଉଥିବା ସଂକ୍ରମଣ କାରଣରୁ ହୋଇଥାଏ, ଯାହାକୁ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ (ୟୁଟିଆଇ) ବୋଲି ମଧ୍ୟ କୁହାଯାଏ ।

ଏକ ଅଧ୍ୟୟନ ଅନୁସାରେ ଏହି ତଥ୍ୟ ବାହାରି ସାମନାକୁ ଆସିଛି ଯେ ପରିସ୍ରା ସଂକ୍ରମଣ ସେହି ଲୋକଙ୍କୁ ଅଧିକ ହୋଇଥାଏ ଯିଏ ନିଜ ସହିତ ସ୍ୱଚ୍ଛତାର ଧ୍ୟାନ ରଖନ୍ତିନାହିଁ । ଜଣାଇଦେଉଛୁ ଯେ ସାଧାରଣ ଭାବେ ଏହା ଅପରିଷ୍କାର ପାଇଖାନା ବ୍ୟବହାର ଫଳରେ ହୋଇଥାଏ । ଆମେ ଆପଣଙ୍କୁ ଆଜି ୟୁରିନ୍ ଇନଫେକ୍ସନରୁ ରକ୍ଷା ପାଇବାର କିଛି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ।

ପରିସ୍ରା ସଂକ୍ରମଣର ସବୁଠାରୁ ବଡ଼ କାରଣ ହେଉଛି ଆପଣଙ୍କ ନିକଟ ଅପରିଷ୍କାର ପରିବେଶ । ଅନେକ ଥର ୟୁରିନାରୀ ନିକଟରେ ବ୍ୟାକ୍ଟେରିଆ ଜମା ହେବାକୁ ଲାଗେ ଓ ସେଠାରୁ ସଂକ୍ରମଣ ପ୍ରସାରିତ ହେବା ଆରମ୍ଭ ହୋଇଯାଏ । ଏଥିପାଇଁ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ବହୁତ ଜରୁରୀ ଅଟେ । କେବେମଧ୍ୟ ଅପରିଷ୍କାର ପାଇଖାନାରେ ଫ୍ରେଶ୍ ହେବା ପାଇଁ କିମ୍ବା ପରିସ୍ରା କରିବା ପାଇଁ ଯାଆନ୍ତୁ ନାହିଁ । ଲୋକଙ୍କୁ ଅଧିକାଂଶ ସମୟରେ ଜନ ସାଧାରଣ ବ୍ୟବହୃତ ପାଇଖାନା ବ୍ୟବହାର ଫଳରେ ଏହି ସଂକ୍ରମଣ ହୋଇଥାଏ ।

ଏହାର ଆଉ ଏକ ଲାଭକାରୀ ଉପାୟ ହେଉଛି ପାଣିପିଇବା । ପାଣି ଆପଣଙ୍କ ଶରୀର ଭିତରେ ଜମା ହୋଇଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରେ । ଆପଣଙ୍କ ଶରୀର ଭିତରେ ଜମା ମଇଳାକୁ ବାହାର କରିବାରେ ପାଣିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ । ଆପଣ ଯେତିକି ଅଧିକ ମାତ୍ରାରେ ପାଣି ପିଇବେ ସେତିକି ଆପଣଙ୍କ ଶରୀରରୁ ମଇଳା ବାହାରିଯିବ । ଧ୍ୟାନ ଦେବା ବିଷୟ ଏହିକିଯେ ଯଦି ଆପଣଙ୍କ ୟୁରିନରୁ ଦୁର୍ଗନ୍ଧ, ଜ୍ଵଳନ କିମ୍ବା କଷ୍ଟ ଭଳି ସମସ୍ୟା ଦେଖା ଦେଉଛି ତେବେ ଆପଣ ତୁରନ୍ତ ପାଣି ପିଇବା ମାତ୍ରା ବଢ଼ାଇ ଦିଅନ୍ତୁ ।

ସୂତାର ଅନ୍ତବସ୍ତ୍ର ଗୁଡ଼ିକ ବହୁତ ଲାଭବାନ ଅଟେ । ପରିସ୍ରା ସଂକ୍ରମଣ ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସୂତା କପଡ଼ା ଗୁଡ଼ିକ ଉପଯୋଗୀ ଅଟେ । ଏହା ବ୍ୟାକ୍ଟେରିଆ କିମ୍ବା ଭାଇରସକୁ ସଂକ୍ରମିତ ହେବାକୁ ରୋକିଥାଏ । ଏଥିସହ ଯେଉଁ ଲୋକଙ୍କୁ ପରିସ୍ରା ସଂକ୍ରମଣ କିମ୍ବା ୟୁଟିଆଇ ସମସ୍ୟା ରହିଥାଏ, ସେହି ଲୋକ ମାନଙ୍କୁ ଗରମ ପାଣିରେ ସେକ ନେବା ଉଚିତ୍ । ଏଥିରୁ ପରିଷ୍କାର ରହିବା ସଙ୍ଗେ ସଙ୍ଗେ ଅନେକ ଆରାମ ମିଳେ ।

ପରିସ୍ରା ସଂକ୍ରମଣରେ ଏହି ପ୍ରୟୋଗ କରିପାରିବେ ବ୍ୟବହାର

ଏକ ଅଧ୍ୟୟନ ଅନୁସାରେ କ୍ରେନବେରୀ ଜୁସ୍ ୟୁଟିଆଇ ବିପଦକୁ ବହୁତ କମ୍ କରିଦିଏ । ଏହାକୁ ପ୍ରତିଦିନ ଆପଣ ନିଜ ଭୋଜନରେ ସାମିଲ୍ କରନ୍ତୁ । ଏଥିସହିତ ଆପଣ ପ୍ରତି ଘରେ ଘରେ ମିଳୁଥିବା ରସୁଣ ମଧ୍ୟ ସେବନ କରିପାରିବେ । ଏହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ଼ ରଖେ । ଏଥିସହ ଏଣ୍ଟିବ୍ୟାକ୍ଟେରିଆଲ ଗୁଣ ଏବଂ ଏଣ୍ଟିଫଙ୍ଗଲ ଗୁଣରେ ଭରପୂର ହେବା ଫଳରେ ଅନେକ ଗୁଡ଼ିଏ ସଂକ୍ରମଣରୁ ରକ୍ଷା କରେ । ଲବଙ୍ଗ ତେଲର ବ୍ୟବହାର ମଧ୍ୟ ଏଥିପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୁଏ । ଏସେନ୍ସିଆଲ ଅଏଲ୍ ପ୍ରୟୋଗରୁ ଆପଣଙ୍କ ୟୁରିନ୍ ଇନଫେକ୍ସନ୍ ଦୂର କରାଯାଇପାରିବ ଏବଂ ଏହାର ଲକ୍ଷଣ ଯେପରି ଜ୍ଵଳନ, ପୀଡ଼ା ଓ ଫୁଲିବା ଆଦିକୁ କମ୍ କରିଥାଏ । ଏଥିସହ ଜୁଆଣି ତେଲ ମଧ୍ୟ ପରିସ୍ରା ସଂକ୍ରମଣକୁ ଦୂର ରଖିବାରେ ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *