ପ୍ରିୟଙ୍କା-ଦିଲଜିତଙ୍କ ଉପରେ ରାଗିଗଲେ ଅଭିନେତ୍ରୀ କଙ୍ଗନା ରାନାୱତ ! କହିଲେ- ଏହା ଚାହୁଁଥିଲ ନା ତମେମାନେ…

ପ୍ରିୟଙ୍କା-ଦିଲଜିତଙ୍କ ଉପରେ ରାଗିଗଲେ ଅଭିନେତ୍ରୀ କଙ୍ଗନା ରାନାୱତ ! କହିଲେ- ଏହା ଚାହୁଁଥିଲ ନା ତମେମାନେ…

ଗୋଟିଏ ପଟେ ଦେଶ ୨୬ ଜାନୁଆରୀ ପାଳନ କରୁଥିବାବେଳେ ଅନ୍ୟପକ୍ଷରେ ଏହି ଦେଶର ରାଜଧାନୀ ଦିଲ୍ଲୀରେ କୃଷକମାନେ ଏକାଠି ହୋଇ କଳହ ସୃଷ୍ଟି କରିଥିଲେ । ଯାହାକୁ ଦେଖି ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ୍ ମିଡିଆରେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି । ଗୋଟିଏ ପରେ ଗୋଟିଏ ଟ୍ୱିଟ କରିକି ଅଭିନେତ୍ରୀ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ।

ଏଥିସହିତ ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା ଏବଂ ଗାୟକ ଦିଲଜିତ୍ ଦୋସାଞ୍ଜ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ଟାର୍ଗେଟ କରିଛନ୍ତି । ଏହାଉପରେ କଙ୍ଗନା ଆଜିକାଲି କଳାକାର ମାନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । କଙ୍ଗନା ଟ୍ୱିଟ କରି ଲେଖିଛନ୍ତି – ଦିଲଜିତ୍ ଦୋସାଞ୍ଜ ଏବଂ ପ୍ରିୟଙ୍କା ଚୋପ୍ରା ଏହାକୁ ବିସ୍ତାର କରିବାର ଆବଶ୍ୟକ ଅଟେ । ଆଜି ସମଗ୍ର ବିଶ୍ୱ ଆମ ଉପରେ ହସୁଛି । ଏହା ଚାହୁଁଥିଲ ନା ତମେମାନେ, ଅଭିନନ୍ଦନ ।

ଏହାପୂର୍ବରୁ କଙ୍ଗନା ଟ୍ୱିଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ କି ଅଶିକ୍ଷିତ ପରିବେଷରେ ଯଦି କୌଣସି ଘରେ
ବିବାହ କିମ୍ବା ଭଲ ପର୍ବ ଆସେ ତେବେ ଈର୍ଷା କରୁଥିବା ଚାଚା, ଚାଚି, ପୋଷାକ ଧୋଇବା କିମ୍ବା ପିଲମାନଙ୍କୁ ଅଗଣାରେ ଶୌଚ କରାଇବା କିମ୍ବା ଖରାପ ଲୋକଙ୍କ ମଧ୍ୟରେ ଅଗଣାରେ ମଦ୍ୟପାନ କରି ଉଲଘ୍ନ ଅବସ୍ଥାରେ ଶୋଇଜିବା, ସେହି ଅବସ୍ଥା ହୋଇଯାଇଛି ଆଜି ଏହି ଦେଶର ଲଜ୍ଜିତ । #RepublicDay ।

ଏହାସହିତ ଅଭିନେତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ରୋଧ ପ୍ରକାଶ କରୁଥିବାର ଦେଖିବାକୁ ମିଳିଥିଲା ।ଆପଣଙ୍କୁ କହିରଖୁଛୁ ଯେ ୨୬ ଜାନୁଆରୀ ଦିନ କୃଷି ଆଇନ୍ ବିରୋଧରେ ଗତ ଦୁଇ ମାସ ଧରି ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଟ୍ରାକ୍ଟର୍ ରାଲି କରିବାକୁ ମଞ୍ଜୁର ମିଳିଥିଲା ।

ଏହି ଟ୍ରାକ୍ଟର୍ ରାଲି ସମୟରେ ଦିଲ୍ଲୀର ଅନେକ ସ୍ଥାନରେ ପୋଲିସ୍ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଆସୁ ଗ୍ୟାସ ଗୋଲି ଛାଡିଥିଲେ, ସେତେବେଳେ କୃଷକମାନେ ମଧ୍ୟ ପଛକୁ ଯିବାକୁ ପ୍ରସ୍ତୁତ ନଥିଲେ । କିଛି ଲୋକ ପୋଲିସ୍ ସମ୍ମୁଖରେ ଖଣ୍ଡା ଧରି ମଧ୍ୟ ଠିଆ ହୋଇଥିଲେ । କୃଷକମାନଙ୍କ ସମାବେଶ ଦିଲ୍ଲୀର ଆଇଟିଓ ଏବଂ ପରେ ଲାଲ କିଲା ପର୍ଯ୍ୟନ୍ତ ପହଞ୍ଚିଥିଲା । ଲାଲ କିଲାର ଭିତରକୁ ଯାଇ ମଧ୍ୟ କଳହ‌ କରିଥିଲେ । ଏଠାକର କୃଷକମାନେ ନିଜ ସଂଗଠନର ପତାକା ଉଡେ଼ଇଥିଲେ ।

Leave a Reply

Your email address will not be published. Required fields are marked *