ପିଲାମାନଙ୍କ ଭଳି ନିରୀହ କୋମଳ ସ୍ଵଭାବର ଦେଖାଯାନ୍ତି “G” ନାମଧାରୀ ବ୍ୟକ୍ତିମାନେ ! ଜାଣନ୍ତୁ ଏମାନଙ୍କ ୧୦ଟି ଭଲ ଗୁଣ…

ପିଲାମାନଙ୍କ ଭଳି ନିରୀହ କୋମଳ ସ୍ଵଭାବର ଦେଖାଯାନ୍ତି “G” ନାମଧାରୀ ବ୍ୟକ୍ତିମାନେ ! ଜାଣନ୍ତୁ ଏମାନଙ୍କ ୧୦ଟି ଭଲ ଗୁଣ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ନାମ ଆଧାରରେ ଯେକୌଣସି ବ୍ୟକ୍ତିର ଭୂତ, ବର୍ତ୍ତମାନ ଓ ଭବିଷ୍ୟତ ଜାଣିପାରିବା । ଏତିକିନୁହେଁ କୌଣସି ବ୍ୟକ୍ତିର ସ୍ଵଭାବ କିପରି ଅଛି ଏହା ମଧ୍ୟ ଜ୍ୟୋତିଷ ବିଦ୍ୟା ଆପଣଙ୍କୁ ଜଣାଇଦିଏ । ଏମିତିରେ ଆଜି ଆମେ ଆପଣଙ୍କୁ ଇଂରାଜୀ ‘G’ ଅକ୍ଷରରେ ଆରମ୍ଭ ହେବାକୁ ଥିବା ନାମ ଓ ତାଙ୍କ ଜାତକ ଗୁଣ ବିଷୟରେ କହିବାକୁ ଯାଉଛୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ G ଅକ୍ଷରର ଭାଗ୍ୟ ଅଙ୍କ ୭ ହୋଇଥାଏ । ଏହି ନାମ ଥିବା ଲୋକଙ୍କ ମଧ୍ୟରେ କିଛି ବିଶେଷ କଥା ରହିଥାଏ ଯାହା ଏହି ପ୍ରକାର ଅଟେ ।

୧.G. ଅକ୍ଷରରେ ଆରମ୍ଭ ହେବାକୁ ଥିବା ନାମର ବ୍ୟକ୍ତି ବିଶେଷ ହୃଦୟରୁ ବହୁତ ନିରୀହ ହୋଇଥାନ୍ତି । ଏମାନେ ନିଜ ହୃଦୟରେ କାହା ପାଇଁ କୌଣସି ଖରାପ ଭାବନା ରଖନ୍ତି ନାହିଁ । ଏମାନେ ଟିକିଏ ଅଧିକ କଥା କହିଦିଅନ୍ତି । ଏଥିପାଇଁ ଯାହା ମଧ୍ୟ ମନରେ ଆସେ ସିଧାସଳଖ କହିଦିଅନ୍ତି ।

୨.ଏମାନଙ୍କ ନିରୀହତା ଏମାନଙ୍କ ପାଇଁ ଶତ୍ରୁ ପାଲଟି ଯାଏ । ଏମାନେ ଲୋକଙ୍କ ଷଡ଼ଯନ୍ତ୍ର ଓ ଛଳ କପଟକୁ ବୁଝି ପାରନ୍ତିନାହିଁ । ଲୋକେ ଖୁବ୍ ସହଜରେ ଏମାନଙ୍କ ଲାଭ ଉଠାଇ ନିଅନ୍ତି । ସେମିତିରେ ଥରେ ଏମାନଙ୍କୁ ଶିକ୍ଷା ମିଳିଗଲେ ସେମାନେ ଆଉ କାହାଠାରୁ ଛଳନା ସହ୍ୟ କରନ୍ତିନାହିଁ । ଏମାନେ ଭୁଲରୁ ଶିକ୍ଷା ନିଅନ୍ତି ଓ ଜୀବନରେ ଆଗକୁ ବଢ଼ି ଚାଲନ୍ତି ।

୩.G. ଅକ୍ଷରର ନାମ ଥିବା ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ହୋଇଥାଏ । ଏମାନେ ଅଯଥାରେ କୋଳାହଳ ପସନ୍ଦ ନଥାଏ । ଏମାନେ ଅଧିକାଂଶ ସମୟରେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଏହି କାରଣରୁ ଏମାନଙ୍କ ଅଧିକ ବନ୍ଧୁ ମଧ୍ୟ ନଥାନ୍ତି ।

୪.ସେମିତିରେ ତ ଏମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ଖୁବ କମ୍ କ୍ରୋଧିତ ହୁଅନ୍ତି, କିନ୍ତୁ ଯେତେବେଳେ ତାଙ୍କୁ କ୍ରୋଧ ଆସେ ତେବେ ତାଙ୍କ ସ୍ତର ବହୁତ ବଢ଼ିଯାଏ । ଏମିତିରେ ଆମକୁ କ୍ରୋଧିତ ଥିବା ସମୟରେ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ନହେଲେ ଏହା ‘ଆ ବଳଦ ମୋତେ ବିନ୍ଧ’ ଭଳି ହୋଇଯିବ ।

୫.ଏମାନଙ୍କ ଭିତରେ ଆତ୍ମବିଶ୍ଵାସର କୌଣସି ଅଭାବ ନଥାଏ । ଏମାନଙ୍କୁ ହଇରାଣ କରିବା ଏତେ ସହଜ ନୁହେଁ । ଏମାନେ ନିଜ ଦୁନିଆରେ ମଗ୍ନ ରୁହନ୍ତି । ଯଦିଓ କେହି ଜାଣିଶୁଣି ତାଙ୍କୁ ହଇରାଣ କରେ କିମ୍ବା ବଡ଼ ସମସ୍ୟା ଉତ୍ପନ କରେ ତେବେ ଏମାନେ ଚିନ୍ତାରେ ପଡ଼ିଯାନ୍ତି ।

୬.G. ଅକ୍ଷରର ବ୍ୟକ୍ତି ବିଶେଷ ନିଜ ଜୀବନରେ ସଫଳତା ହାସଲ କରନ୍ତି । ଏମାନେ ଯେଉଁ କ୍ଷେତ୍ରରେ ନିଜ ହାତ ପକାନ୍ତି ସେଠାରେ ତାଙ୍କୁ ସଫଳତା ମିଳେ । ଏହି ଲୋକମାନେ ଅଧିକ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

୭.ଏମାନେ ସ୍ୱଭାବରେ ବହୁତ ସ୍ୱାଭିମାନି ଓ ନିଷ୍ଠାବାନ ଅଟନ୍ତି । ଏହି କାରଣରୁ ଏମାନଙ୍କୁ ସମାଜରେ ମାନସମ୍ମାନ ମିଳେ । ଲୋକେ ତାଙ୍କ ସ୍ୱାଭିମାନକୁ ପସନ୍ଦ କରନ୍ତି ।

୮.ଏମାନେ ଯେବେ କୌଣସି କାର୍ଯ୍ୟ କରନ୍ତି ତେବେ ଏହା ପୂର୍ବରୁ ଯୋଜନା ପ୍ରସ୍ତୁତ କରିବାରେ ବିଶ୍ୱାସ ରଖନ୍ତି । ବିନା କୌଣସି ଯୋଜନରେ କାମକୁ ସମ୍ପାଦନ କରିବା ପସନ୍ଦ ହୋଇନଥାଏ ।

୯.ସେ ନିଜ ଜୀବନସାଥୀ ପ୍ରତି ସମର୍ପିତ ହୋଇଥାନ୍ତି । ତାଙ୍କୁ ହୃଦୟ ଦେଇ ଭଲପାଆନ୍ତି ।

୧୦.ଏମାନେ କାହା ସହିତ ଛନ୍ଦକପଟ କରନ୍ତି ନାହିଁ । ଏମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରିପାରିବା ।

Leave a Reply

Your email address will not be published. Required fields are marked *