ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ‘ମୁଖ୍ୟମନ୍ତ୍ରୀ’ ଭାବେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀଙ୍କୁ ଚୟନ କରାଗଲା ଯାହା ଫଳରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୃଷ୍ଟି ରାଜନୀତିରେ ରୁଚି ଥିଲା । ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇଥିବା ସମୟରେ ସମୀକ୍ଷା ବୈଠକରେ ପୋଲିସ୍ ଅଧିକାରୀ ମାନଙ୍କୁ ସେ ଶିଶୁ ଅପରାଧ ରୋକିବା ବିଷୟରେ କହିଲେ । ସୃଷ୍ଟି ପୋଲିସ୍ କହିଲେ ଯେ ପ୍ରଦେଶରେ ମହିଳା ମାନଙ୍କୁ ଏକ ସୁରକ୍ଷିତ ପରିବେଶ ମିଳିବା ଦରକାର ।
ନୀଳ ରଙ୍ଗର ବ୍ଲେଜର ପିନ୍ଧି, ମଥାରେ ଏକ ଛୋଟ ବିନ୍ଦୁ ଲଗାଇ ରୁଡ଼କି ବିଏମ୍ସି ପିଜି କଲେଜର ବିଏମ୍ସି କୃଷି ଛାତ୍ରୀ ସୃଷ୍ଟି ଗୋସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ପରେ ବହୁତ ଗମ୍ଭୀର ଦେଖା ଯାଉଥିଲେ । ବିଧାନସଭାରେ ହୋଇଥିବା ବିଭିନ୍ନ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସୃଷ୍ଟି କହିଲେ ଯେ ବାଳିକା ମାନଙ୍କୁ ବିଦ୍ୟାଳୟ ଯିବା ଆସିବା କରିବା ସମୟରେ ରାସ୍ତାରେ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି କାରଣରୁ ବାଳିକାମାନେ ନିଜକୁ ଖୁବ୍ ଅସୁରକ୍ଷିତ ମନେ କରନ୍ତି । ଏଥିସହ ସେ କହିଲେ ଯେ ରାଜ୍ୟରେ ହିଂସା ମାମଲା ଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛି, ତାକୁ ଯଥା ସମ୍ଭବ ଚେଷ୍ଟା କରି ରୋକିବା ପାଇଁ ଉଦ୍ୟମ କରାଯିବା ଦରକାର । ଏଥିସହିତ ସ୍ୱରୋଜଗାର ଅବସର ସୃଷ୍ଟି କରି ରାଜ୍ୟ ପଳାୟନ ରୋକିବା ଦିଗରେ କାର୍ଯ୍ୟ କରିବା ଉଚିଟ୍ ।
ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଉତ୍ତରାଖଣ୍ଡର ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇଥିବା ସୃଷ୍ଟି ଗୋସ୍ୱାମୀଙ୍କ ପରିବାରରୁ କେହି ହେଲେ ରାଜନୀତିରେ ନାହାଁନ୍ତି । ତାଙ୍କ ପରିବାରର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ । ରୁଡ଼କି ଦୌଲତପୁର ଗ୍ରାମ ନିବାସୀ ପ୍ରବୀଣଙ୍କ ଝିଅ ସୃଷ୍ଟି ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇ ନା କେବଳ ନିଜ ପିତାଙ୍କ ଛାତି ଗର୍ବରେ ଫୁଲାଇ ଦେଇଛନ୍ତି ବରଂ ଅନ୍ୟ ଝିଅ ମାନଙ୍କ ପାଇଁ ମଧ୍ୟ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ସୃଷ୍ଟି ମୁଖ୍ୟମନ୍ତ୍ରୀ ହେବା ପରେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ଗତି କରିବା ପରେ ହିଁ ସେ ବାଲ ବିଧାନସଭାର ମୁଖ୍ୟମନ୍ତ୍ରୀ ହୋଇପାରିଲେ । ଯଦି ତାଙ୍କୁ ଭବିଷ୍ୟତରେ ସୁଯୋଗ ମିଳିବ ତେବେ ସେ ନିଶ୍ଚିତ ଭାବରେ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହଁନ୍ତି । ସୃଷ୍ଟି ବାଳିକା ଶିକ୍ଷା ଓ ସୁରକ୍ଷା ଉପରେ ଜୋର୍ ଦେଲେ । ସୃଷ୍ଟି କହିଛନ୍ତି ଯେ କଲେଜ୍ ଯିବା ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ମୁଖ୍ୟମନ୍ତ୍ରୀ ଭାବେ ସେ କହିଲେ ଯେ ବାଳିକା ସୁରକ୍ଷା ପାଇଁ ଉଚିଟ୍ ବନ୍ଦୋବସ୍ତ ହେବା ଦରକାର ।
ସମ୍ପନ୍ନ ହୋଇଥିବା ଏହି ବୈଠକରେ ପୋଲିସ୍ ବିଭାଗ ତରଫରୁ ଡ଼ିଆଇଜି ନିଲେଶ ଭରଣେ ନିଜ ବିଚାର ବ୍ୟକ୍ତ କରି କହିଛନ୍ତି ଯେ ପ୍ରଦେଶରେ ମହିଳା ଅପରାଧରେ କିଛି ହ୍ରାସତା ପାଇଛି । ସେ କହିଲେ ଯେ ଏହାର ସବୁଠାରୁ ବଡ଼ କାରଣ ଏହିକିଯେ ଥାନାକୁ ଆସୁଥିବା ସମସ୍ତ ମହିଳାଙ୍କୁ ସମସ୍ତ ମାମଲା ରୁଜୁ କରାଯାଏ । ଏଥିସହ ସେ ଆଗକୁ କହିଛନ୍ତି ଯେ ଥାନାରେ ମହିଳା ଆସନ୍ତି ତେବେ କାହାର ମାମଲା ଶୁଣାଯାଉ କି ନଯାଉ କିନ୍ତୁ ମହିଳାଙ୍କ ସମସ୍ୟା ସର୍ବପ୍ରଥମେ ଶୁଣାଯାଏ ।
ଆପଣଙ୍କୁ ସୁଚାଇଦେଉଛୁ ଯେ ଏହା ପୂର୍ବ ବୈଠକର ଆରମ୍ଭରେ ଉଚ୍ଚଶିକ୍ଷା ରାଜ୍ୟମନ୍ତ୍ରୀ ଡାକ୍ତର ଧନ ସିଂହ ରାବତ ସୃଷ୍ଟିକୁ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେବାରୁ ଅଭିନନ୍ଦନ ଜଣାଇଲେ । ଏଥିସହ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ଉଷା ନେଗି ମଧ୍ୟ କହିଲେ ଯେ ଉତ୍ତରାଖଣ୍ଡ ସବୁବେଳେ ମଧ୍ୟ ଇତିହାସ ସୃଷ୍ଟି କରିଆସୁଛି । ଏଥର ମଧ୍ୟ ସୃଷ୍ଟିକୁ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ କରି ଦେଶକୁ ଏକ ଭଲ ଓ ନୂତନ ସନ୍ଦେଶ ଦେଇଛନ୍ତି । ସୂଚନାଥାଉକି ବୈଠକର ସଞ୍ଚାଳନ ଆୟୋଗର ସଦସ୍ୟ ସଚିବ ଝରଣା କମଠାନଳ ଦ୍ୱାରା କରାଗଲା ।