ବରୁଣ-ନତାସାଙ୍କ ଭଳି ଭାଗ୍ୟଶାଳୀ ଅଟନ୍ତି ବଲିଉଡର ଏହି ୬ଟି ଦମ୍ପତି ! ଯେଉଁମାନେ ପାଇଗଲେ ତାଙ୍କ ପିଲାଦିନର ପ୍ରେମ…

ବରୁଣ-ନତାସାଙ୍କ ଭଳି ଭାଗ୍ୟଶାଳୀ ଅଟନ୍ତି ବଲିଉଡର ଏହି ୬ଟି ଦମ୍ପତି ! ଯେଉଁମାନେ ପାଇଗଲେ ତାଙ୍କ ପିଲାଦିନର ପ୍ରେମ…

ବରୁଣ ଧାଓ୍ବନ ଏବଂ ନତାସା ଦଲାଲ୍ ୨୪ ଜାନୁଆରୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ବହୁତ ସମୟ ଧରି ତାଙ୍କ ବିବାହର ଚର୍ଚ୍ଚା ରହିଥିଲା । ପୂର୍ବବର୍ଷ ୨୦୨୦ରେ ତାଙ୍କର ବିବାହ ହେବାର ଥିଲା, କିନ୍ତୁ କରୋନା ଏବଂ ଲକଡାଉନ୍ ଚାଲୁଥିବାରୁ ବିବାହ ସ୍ଥଗିତ ରଖାଯାଇଥିଲା, କିନ୍ତୁ ଏବେ ସେହି ଶୁଭ ମୁହୂର୍ତ୍ତ ଆସିଯାଇଛି । ଯେତେବେଳେ ସେମାନେ ପିଲାଦିନର ବନ୍ଧୁତ୍ୱ ସମ୍ପର୍କର ନାମ ଦେଲେ । ଆଜ୍ଞା, ହଁ ଆପଣ ତାହା ସଠିକ୍ ପଢ଼ିଛନ୍ତି ଦୁଇଜଣ ପିଲାଦିନର ବନ୍ଧୁତ୍ୱର ନାମ ଦେଲେ । ତଥାପି, ଏହି କଥାକୁ ବହୁତ କମ୍ ଲୋକ ଜାଣିଛନ୍ତି । ବଲିଉଡର ସେ ପ୍ରଥମ ସେଲିବ୍ରେଟି ନୁହିଁନ୍ତି, ଯିଏ ପିଲାଦିନର ବନ୍ଧୁଙ୍କୁ ବିବାହ କରିଛନ୍ତି । ଏହିପରି ପୂର୍ବରୁ ମଧ୍ୟ କେତେଜଣ ଦମ୍ପତି ବିବାହ କରିଛନ୍ତି ଏବଂ ତାଙ୍କର ସମ୍ପର୍କ ମଧ୍ୟ ଭଲ ଚାଲୁଅଛି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…

୧) ଆୟୁଷ୍ମାନ୍ ଖୁରାନା-ତାହିରା କଶ୍ୟପ:-

‘ବିକ୍କି ଡୋନର’, ‘ଆର୍ଟିକଲ ୧୫’ ଏବଂ ‘ଡ୍ରିମ ଗାର୍ଲ’ ଭଳି ଚଳଚ୍ଚିତ୍ରରେ ସମସ୍ତଙ୍କ ହୃଦୟରେ ରାଜତ୍ଵ କରୁଥିବା ଆୟୁଷ୍ମାନ୍ ଖୁରାନା ପିଲାଦିନର ବନ୍ଧୁ ତାହିରା କଶ୍ୟପଙ୍କୁ ବିବାହ କରିଥିଲେ । ସ୍କୁଲ ସମୟରେ ମଧ୍ୟ ଦୁଇଜଣ ଏକସାଥିରେ ପାଠ ପଢୁଥିଲେ । ସେହିଦିନଠାରୁ, ସେମାନେ ପରସ୍ପରକୁ ପସନ୍ଦ କରିବାକୁ ଲଗିଥିଲେ । ପରସ୍ପର ବହୁତ ସମୟ ପର୍ଯ୍ୟନ୍ତ ଡେଟ୍ କରିବା ପରେ ଦୁହେଁ ୨୦୧୧ରେ ବିବାହ କରିଥିଲେ ।

୨) ହ୍ରିତିକ ରୋଶନ୍- ସୁଜେନ ଖାନ୍:-

ହ୍ରିତିକ ରୋଶନ ତାଙ୍କ କ୍ୟାରିୟର୍ ଆରମ୍ଭ ଦିନରେ ବିବାହ କରିଦେଇଥିଲେ । ସେ କିଛି ନଭାବି ତାଙ୍କର ପିଲାଦିନର ପ୍ରେମ ଏବଂ ସୁଜେନ୍ ଖାନଙ୍କୁ ବିବାହ କରିଥିଲେ । ଅଭିନେତା ୨୦୦୦ରେ ‘କହୋନା ପ୍ୟାର ହେ’ରେ ଡେବ୍ୟୁ କରିଥିଲେ ଏବଂ ସେ ଏଥିରେ ହିଟ୍ ହୋଇଯାଇଥିଲେ । ଏଥିସହିତ ହିଟ୍ ହେବା ପରେ ହ୍ରିତିକ ସେହି ବର୍ଷ ଡିସେମ୍ବେରରେ ସୁଜେନ ଖାନଙ୍କୁ ବିବାହ କରିଥିଲେ । ଏଥିସହିତ, ଏବେ ଦୁଇଜଣଙ୍କର ଛାଡପତ୍ର ହୋଇଯାଇଛି ଏବଂ ଏବେ ଦୁହେଁ ଅଲଗା ରହୁଛନ୍ତି । ଦୁହିଁଙ୍କର ଦୁଇଟି ସନ୍ତାନ ହିଧାନ୍ ଏବଂ ହିୟାନ୍ ରୋଶନ୍ ଅଟେ । ସେମାନେ ୨୦୦୦ ମସିହାରେ ବିବାହ କରିଥିଲେ ଏବଂ ୨୦୧୪ ପର୍ଯ୍ୟନ୍ତ ସାଥିରେ ରହୁଥିଲେ ।

୩) ଜାଏଦ୍ ଖାନ୍-ମଲାଇକା ପାରେଖ:-

ଜାଏଦ୍ ଖାନ୍ ହୁଏତ ଫିଲ୍ମରେ ଅଧିକ କିଛି କମାଲ କରିପାରିନାହାନ୍ତି, କିନ୍ତୁ ଯଦି ତାଙ୍କ ବ୍ୟକ୍ତିଗତ ଜୀବନର କଥା କହିବାକୁ ଯିବା ସେ ଏଥିରେ ଫତେହ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ତାଙ୍କର ପିଲାଦିନର ବନ୍ଧୁ ମଲାଇକା ପାରେଖଙ୍କ ସହିତ ବିବାହ କରିଥିଲେ । ଦୁହିଁଙ୍କର ପ୍ରଥମ ଦେଖା ୧୦ମ ଶ୍ରେଣୀରେ ହୋଇଥିଲା । ପରେ ସେ ଦୁହେଁ ସବୁଦିନପାଇଁ ସାଥିରେ ରହିବାକୁ ସ୍ଥିର କରିଥିଲେ । ଏବଂ ୨୦୦୫ରେ ସେମାନଙ୍କ ବିବାହ ହୋଇଥିଲା ।

୪) ଇମ୍ରାନ ଖାନ – ଅମ୍ବାତିକ ମଲ୍ଲିକ:-

କୁହାଯାଏ କି ପ୍ରେମ ଅନ୍ଧ ହୋଇଥାଏ, ଯିଏ କରିଥାଏ ସେ ଜାତି, ଧର୍ମ, ଉଚ୍ଚ, ନିଚ, ଟଙ୍କା ଏବଂ ବୟସ ଦେଖେ ନାହିଁ । ଯାହା ହେଇଯାଉ ଦୁନିଆକୁ ଲଢ଼ିକିଏବଂ ତା ବିରୋଧରେ ଯାଇ ନିଜର ପ୍ରେମକୁ ପାଇବାପାଇଁ ଚେଷ୍ଟା କରିଥାଏ, କିଛି ଲୋକ ଏହାକୁ ପାଇବାପାଇଁ ସଫଳ ହୋଇଥାନ୍ତି ଏବଂ ଆଉ କିଏ ଅସଫଳ । ଏହିପରି ସଫଳ ହୋଇଥିବା ଲୋକ ଅଭିନେତା ଅମୀର ଖାନଙ୍କ ଭଣଜା । ସେ ଧର୍ମକୁ ପଛରେ ପକାଇ ପିଲାଦିନର ବନ୍ଧୁ ଅମ୍ବାତିକ୍ ମଲ୍ଲିକଙ୍କୁ ବିବାହ କରିଥିଲେ । ପାଠପଢିବା ସମୟରେ ଦୁହିଁଙ୍କର ଦେଖା ହୋଇଥିଲା । ଏବଂ ଧୀରେ ଧୀରେ ସେ ପରସ୍ପରକୁ ଚାହିଁବାକୁ ଲାଗିଲେ । ତେବେ ସେମାନଙ୍କ ବିବାହରେ ଅନେକ ଅଶାନ୍ତି ଏହି ସମୟରେ ଦେଖିବାକୁ ମିଳୁଛି । ସେମାନେ ୨୦୧୧ ମସିହାରେ ବିବାହ କରିଥିଲେ ଏପର୍ଯ୍ୟନ୍ତ ସାଥିରେ ଅଛନ୍ତି ।

୫) ଫର୍ଦିନ ଖାନ୍-ନତାଶି ମାଧୱାନୀ:-

ଦୀର୍ଘ ଦିନ ଧରି ବଡ ପରଦାରୁ ନିଖୋଜ ଅଭିନେତା ଫର୍ଦିନ ଖାନ୍ ମଧ୍ୟ ପିଲାଦିନର ବନ୍ଧୁଙ୍କ ସହିତ ବିବାହ କରିଛନ୍ତି ।
ତାଙ୍କ ସ୍ତ୍ରୀଙ୍କ ନାମ ନତାଶି ମାଧୱାନୀ ଅଟେ । ଦୁଇଜଣ ଗୋଟିଏ ବିଦ୍ୟାଳୟରେ ପାଠ ପଢିଥିଲେ । ବଡ଼ ହେବାପରେ ଫର୍ଦିନ ନତାଶିଙ୍କୁ ପ୍ରପୋଜ୍ କରିଥିଲେ ଏବଂ ସେ ହଁ କରିଥିଲେ । ଏହାପରେ ଦମ୍ପତି ବିବାହ କରିଥିଲେ ।

୬) ଶାହାରୁଖ ଖାନ୍-ଗୌରୀ ଖାନ୍:-

ଦେଶର ରାଜଧାନି ଦିଲ୍ଲୀ ସହିତ ଜଡିତ ଶାହାରୁଖ ଖାନ୍ ୧୯୯୧ରେ ଗୌରୀ ଖାନଙ୍କୁ ହିନ୍ଦୁ ଏବଂ ମୁସଲିମ ରୀତିନୀତିରେ ସେ ବିବାହ କରିଥିଲେ । କିନ୍ତୁ, ଏହି ଦୁଇଜଣ ବହୁଦିନ ଆଗରୁ ପରସ୍ପରକୁ ଜାଣିଥିଲେ । ସ୍କୁଲ ସମୟରୁ ଶାହାରୁଖ ଖାନ୍ ଗୌରୀଙ୍କ ଉପରେ ଫିଦା ଥିଲେ । ସାହସ କରିକି ପ୍ରପୋଜ୍ କରିଥିଲେ, ପରେ ଆଗକୁ ବଢ଼ିଥିଲେ ଏବଂ ଦୁହିଁଙ୍କର ବିବାହ ହୋଇଥିଲା । ଆଜି ୩୦ ବର୍ଷ ପରେ ମଧ୍ୟ ଉଭୟ ଆନନ୍ଦଦାୟକ ଜୀବନ ବିତାଉଛନ୍ତି । ସେମାନେ ୨୬ ଅଗଷ୍ଟ, ୧୯୯୧ ମସିହାରେ ବିବାହ କରିଥିଲେ ଏପର୍ଯ୍ୟନ୍ତ ସାଥିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *