ସୋନାକ୍ଷୀ ସିହ୍ନା ମୁମ୍ବାଇରେ କିଣିଲେ 4 BHK ଅପାର୍ଟମେଣ୍ଟ ! କହିଲେ- ଯେବେ ଠାରୁ କାମ କରିବା ଆରମ୍ଭ କରିଲି, ସେହି ଦିନଠାରୁ ଏକଘର କିଣିବାର ସ୍ଵପ୍ନ ଥିଲା…

ସୋନାକ୍ଷୀ ସିହ୍ନା ମୁମ୍ବାଇରେ କିଣିଲେ 4 BHK ଅପାର୍ଟମେଣ୍ଟ ! କହିଲେ- ଯେବେ ଠାରୁ କାମ କରିବା ଆରମ୍ଭ କରିଲି, ସେହି ଦିନଠାରୁ ଏକଘର କିଣିବାର ସ୍ଵପ୍ନ ଥିଲା…

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ମୁମ୍ବାଇ ସ୍ଥିତ ବାନ୍ଦ୍ରା ଅଞ୍ଚଳରେ ଏକ ୪ ବିଏଚକେ ଅପାର୍ଟମେଣ୍ଟ କିଣିଛନ୍ତି । ଯଦିଓ ସୋନାକ୍ଷୀ ବର୍ତ୍ତମାନ, ପିତାମାତାଙ୍କ ଘର ଛାଡ଼ି ନିଜର ଏହି ନୂତନ ଅପାର୍ଟମେଣ୍ଟକୁ ଚାଲି ଯାଇଛନ୍ତି । ଏକ ଇଣ୍ଟରଭିୟୁରେ ସୋନାକ୍ଷୀ କହିଛନ୍ତି ଯେ, ଯେବେଠାରୁ ମୁଁ କାମ କରିବା ଆରମ୍ଭ କଲି ସେତେବେଳେ ଠାରୁ ମୋ ସ୍ଵପ୍ନ ଥିଲା ୩୦ ବର୍ଷ ହେବା ଆଗରୁ ନିଜ ପାରିଶ୍ରମିକ ବେତନରେ ଗୋଟିଏ ଘର କିଣିବି । ସେମିତିରେ, କିଛି ବର୍ଷ ଆଗରୁ ମୁଁ ଏହି ଡେଡଲାଇନକୁ ପାର କରିନେଇଛି, କିନ୍ତୁ ଏହା ସତ୍ତ୍ୱେ ଏବେ ଯାଇ ମୋ ସ୍ଵପ୍ନ ପୂରଣ ହୋଇଛି ।

ସୋନାକ୍ଷୀ ଆଗକୁ ଯାଇ କହିଛନ୍ତି ଯେ- ମୋତେ ଘରେ ନିଜ ପରିବାର ସହ ରହିବାକୁ ମଜା ଆସେ ଏବଂ ନିକଟରେ ମୋର ଏଠାରୁ ନୂଆ ଘରକୁ ଯିବାର କୌଣସି ମନ ନାହିଁ । ଏହି ଘର କେବଳ ମୁଁ ମୋର ସ୍ଵପ୍ନ ପୂରଣ କରିବା ଓ ଇଂଭେସମେଣ୍ଟ ପାଇଁ କିଣିଛି ।

ସୁଚାଇଦେଉଛୁ ଯେ ଗତ ବର୍ଷ ନଭେମ୍ବରରେ ସୋନାକ୍ଷୀ ପିତା ଶତ୍ରୁଘ୍ନ ସିହ୍ନାଙ୍କ ଘରେ ‘ରାମାୟଣ’ରେ ନିଜ ପାଇଁ ଏକ ଫ୍ଲୋର ମରାମତି କରାଇଥିଲେ । ଇଣ୍ଟିରିୟର ଡିଜାଇନର ଓ ଆର୍ଟ ଡ଼ାଇରେକ୍ଟର ରୂପୀନ ସୂଚକ ଏହି ଫ୍ଲୋରକୁ ରେନୋବେଟ୍ କରିବା ପାଇଁ ସୋନାକ୍ଷୀଙ୍କୁ ସାହାଯ୍ୟ କରିଥିଲେ । ସୋନାକ୍ଷୀ କହିଲେ ଯେ- ମୋର ବିଶ୍ୱାସ ଯେ ଯେଉଁ ଲୋକମାନେ ପରିବାର ସହ ରୁହନ୍ତି, ସେମାନେ ଏହା ବୁଝିପାରିବେ । ନିଶ୍ଚିତ ମୋର ଭିନ୍ନ କୋଠରୀ ରହିଛି ଓ ଏଠାରେ ମୋ ପାଇଁ ବହୁତ ପ୍ରାଇଭେସି (ଗୋପନୀୟତା) ରହିଛି । କିନ୍ତୁ ନିଜ ପାଇଁ ସମ୍ପୂର୍ଣ୍ଣ ଫ୍ଲୋର ପ୍ରସ୍ତୁତ କରିବା ଦାୟିତ୍ୱ ମୋତେ ପ୍ରଥମ ଥର ପାଇଁ ମିଳିଛି ।

ଜଣାଇଦେଉଛୁ ଯେ ସୋନାକ୍ଷୀ ବର୍ତ୍ତମାନ ମୁମ୍ବାଇର ଜୁହୁରେ ନିଜ ଘର ଲୋକଙ୍କ ସହିତ ‘ରାମାୟଣ’ରେ ରୁହନ୍ତି । ଏହି ସୁନ୍ଦର ବଙ୍ଗଳାର ମୂଲ୍ୟ କୋଟିକୋଟି ଟଙ୍କା ଅଟେ । ଏହି ବଙ୍ଗଳାକୁ ଶତ୍ରୁଘ୍ନ ସିହ୍ନା ରେସିଡେନ୍ସିଆଲ ଓ ଅଫିସ ଉଭୟ ଭାବେ ବ୍ୟବହାର କରନ୍ତି । ସେ ଏଠାରେ ବଙ୍ଗଳା ୪୯ ବର୍ଷ ଆଗରୁ ୧୯୭୨ ମସିହାରେ କିଣିଥିଲେ । ଜାନୁଆରୀ, ୨୦୧୮ରେ ଶତ୍ରୁଘ୍ନ ସିହ୍ନାଙ୍କ ବଙ୍ଗଳା ‘ରାମାୟଣ’ରେ ଅବୈଧ ନିର୍ମାଣ ବିରୁଦ୍ଧରେ ବିଏମ୍-ସି (ମୁମ୍ବାଇ ମହନଗରପାଳିକା) ଏକ୍ସନ ନେଇଥିଲେ । ଅଭିଯୋଗ ଥିଲା ଯେ ଛାତ ଓ ଗ୍ରାଉଣ୍ଡ ଫ୍ଲୋରରେ ସେ ବିନା ଅନୁମତିରେ ପାଇଖାନା ଓ ପୂଜା ଘର ନିର୍ମାଣ କରାଇଛନ୍ତି । ଏଥିପାଇଁ ତାଙ୍କୁ ଦୁଇଥର ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ଉତ୍ତର ନମିଳିବା ପରେ ମଧ୍ୟ ବିଏମ୍-ସି ଅବୈଧ ଅଂଶକୁ ଭାଙ୍ଗି ଦେଇଥିଲେ ।

Leave a Reply

Your email address will not be published. Required fields are marked *