ବିବାହ ପୂର୍ବରୁ ଇଣ୍ଟରନେଟରେ ଭାଇରାଲ୍ ହେଲା ଦିୟା ମିର୍ଜାଙ୍କ ବ୍ରାଇଡାଲ୍ ସାୱାରର ଫୋଟ ! ୩୯ବର୍ଷରେ ଦ୍ୱିତୀୟଥର ବିବାହ କରୁଛନ୍ତି ଦିୟା…

ବିବାହ ପୂର୍ବରୁ ଇଣ୍ଟରନେଟରେ ଭାଇରାଲ୍ ହେଲା ଦିୟା ମିର୍ଜାଙ୍କ ବ୍ରାଇଡାଲ୍ ସାୱାରର ଫୋଟ ! ୩୯ବର୍ଷରେ ଦ୍ୱିତୀୟଥର ବିବାହ କରୁଛନ୍ତି ଦିୟା…

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଆଜି ତାଙ୍କ ପ୍ରେମିକ ବୈଭବ ରେଖିଙ୍କ ସହ ବିବାହ କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ଏହି ଅଭିନେତ୍ରୀ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଅଭିନେତ୍ରୀ ୩୯ବର୍ଷ ବୟସରେ ଦ୍ୱିତୀୟଥର ପାଇଁ କନ୍ୟା ହେବାକୁ ଯାଉଛନ୍ତି । ଯଦିଓ ବିବାହର ଫୋଟ ଏବେ ପର୍ଯ୍ୟନ୍ତ ଆସିନାହିଁ କିନ୍ତୁ ଅଭିନେତ୍ରୀଙ୍କ ବ୍ରାଇଡାଲ୍ ସାୱାର୍ ଫୋଟ ଭାଇରାଲ୍ ହେବାରେ ଲାଗିଛି ।

ଏହି ଫୋଟରେ ଦିୟା ମିର୍ଜା ଏକ ଧଳା ରଙ୍ଗର ଗାଉନ୍ ଏବଂ ଟିଆରା ପିନ୍ଧିଛନ୍ତି । ଫୋଟରେ ତାଙ୍କର ଏଗେଜମେଣ୍ଟ ରିଙ୍ଗ ଚମତ୍କାର ଦେଖାଯାଉଛି । ଦିୟା ଏକ ଟ୍ୟାଗ୍ ପିନ୍ଧିଛନ୍ତି ଯେଉଁଥିରେ “ବ୍ରାଇଡ୍ ଟୁ ବି” ଲେଖା ଅଛି । ଏହି ଫୋଟରେ ଦିୟାଙ୍କ ମୁହଁରେ ବିବାହର ଗ୍ଲୋ ସ୍ପଷ୍ଟ ଦେଖାଯାଉଛି ।

ଗତବର୍ଷ ଦିୟା ଏବଂ ବୈଭବ୍ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । ସେ ବୈଭବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଅଫିସିଆଲି ଘୋଷଣା କରିନଥିଲେ । ବର୍ତ୍ତମାନ ସିଧା ବିବାହ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଛି ।

ଦିୟା ମିର୍ଜା ଏବଂ ବୈଭବ୍ ରେଖିଙ୍କ ବିବାହ ମୁମ୍ବାଇରେ ହେବ । ଏହି ବିବାହରେ କେବଳ ପରିବାର ଏବଂ ଅତି ଅନ୍ତରଙ୍ଗ ବନ୍ଧୁମାନେ ଯୋଗଦେବେ ।

ବୈଭବ୍ ରେଖୀ ଜଣେ ବ୍ୟବସାୟୀ ଏବଂ ସେ ମୁମ୍ବାଇର ପାଲହିଲ୍ ଅଞ୍ଚଳରେ ରୁହନ୍ତି । ଏହାପୂର୍ବରୁ ଦିୟା ମିର୍ଜା ସାହିଲ୍ ସଂଘାଙ୍କୁ ବିବାହ କରିଥିଲେ ।

ଏହି ବିବାହ ୨୦୧୪ମସିହାରେ ହୋଇଥିଲା । ଉଭୟଙ୍କ ବିବାହ ୫ବର୍ଷ ଯାଏଁ ଚାଲିଥିଲା ଏବଂ ୨୦୧୯ମସିହାରେ ଦିୟା ମିର୍ଜା ଏବଂ ସାହିଲ୍ ସଂଘା ଅଲଗା ହୋଇଯାଇଥିଲେ । ସୋସିଆଲ୍ ମିଡିଆର ଏକ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ନିଜ ଅଲଗା ହେବାର କାରଣ ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *