LPG ଗ୍ରାହକଙ୍କ ଖାତାକୁ ଏହି କାରଣରୁ ଆସୁନାହିଁ Subsidy ଟଙ୍କା !

LPG ଗ୍ରାହକଙ୍କ ଖାତାକୁ ଏହି କାରଣରୁ ଆସୁନାହିଁ Subsidy ଟଙ୍କା !

LPG ଗ୍ରାହକଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଖବର ରହିଛି । ଗତ କିଛି ମାସରୁ ଗ୍ରାହକଙ୍କ ଖାତାରେ ସିଲିଣ୍ଡର ସବସିଡ଼ି ଟଙ୍କା ଆସୁନାହିଁ । ଲୋକଡାଉନ୍ ସମୟରେ ଗ୍ୟାସ୍ ସିଲିଣ୍ଡରର ଚାହିଦା ପୂରଣ ହୋଇଆସୁଥିଲା । ଦାମ୍ ମଧ୍ୟ ବଢ଼ୁଥିଲା କିନ୍ତୁ ସବସିଡ଼ି ମଧ୍ୟ ଆସୁଥିଲା । ଏହାପରେ ଜୁଲାଇ ଠାରୁ ସବସିଡ଼ି ଜମା କରାଯାଇନାହିଁ । ପ୍ରତ୍ୟେକଥର ଯେତେବେଳେ ଲୋକେ ସିଲିଣ୍ଡର ବୁକ୍ କରନ୍ତି, ସେମାନେ ସବସିଡିର ଅପେକ୍ଷା କରନ୍ତି । ସରକାର ଏହା ପଛରେ ଏହି କାରଣ ରହିଛି ବୋଲି କହିଥିଲେ ଯେ ଗ୍ୟାସ ସିଲିଣ୍ଡରର ଦରରେ ବୃଦ୍ଧି କାରଣରୁ ସବସିଡ଼ି ରାଶିକୁ ସମୟୋଜିତ କରାଯାଇଛି । ବର୍ତ୍ତମାନ ସିଲିଣ୍ଡର ୭୧୫ ଟଙ୍କା ହୋଇ ଯାଇଛି ଏବଂ ୧୯ ଟଙ୍କା ସବସିଡ଼ି ରୂପରେ ଖାତାରେ ଜମା କରାଯାଉଛି । ରଷେଇ ଗ୍ୟାସରେ ମୁଦ୍ରାସ୍ଫୀତିର ପ୍ରଭାବ ଅନେକ ଘରର ବଜେଟକୁ ବିଗାଡ଼ି ଦେଇଛି । ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ ସିଲିଣ୍ଡର ଦରକୁ ଏପରି ଭାବରେ ବଢ଼ାଇଛନ୍ତି ଯେ ସାଧାରଣ ଉପଭୋକ୍ତା ଏହାର ଗଣନା ଏବଂ ଗଣିତ କୁ ଏବେ ସୁଦ୍ଧା ବୁଝି ପାରିନାହାଁନ୍ତି ।

ପୂର୍ବରୁ କମ୍ପାନୀ ଗୁଡ଼ିକୁ ସବସିଡ଼ି ଦିଆଯାଉଥିଲା । ପେଟ୍ରୋଲ ଭଳି, ଉପଭୋକ୍ତା ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନକୁ ବୁଝିବା ପାଇଁ ଏଜେନ୍ସି ମାନଙ୍କ ପାଖକୁ ଆସନ୍ତି, କିନ୍ତୁ କିଛି କାରଣ ହେତୁ ବୁଝି ପାରନ୍ତିନାହିଁ । ଉପଭୋକ୍ତା ଅମନଦୀପ କୌରଙ୍କ କହିବା କଥା ଯେ ସିଲିଣ୍ଡର୍ କାରଣରୁ ପକେଟରେ ପଇସା ଖାଲି ହେଉଛି କିନ୍ତୁ ସବସିଡ଼ି କିପରି ମିଳୁଛି । ଏହି ହିସାବରେ ମୋତେ କିଛି ବି ବୁଝା ପଡୁନଥିଲେ । ଏହି ସମ୍ବନ୍ଧରେ ଭାରତ ପେଟ୍ରୋଲୀୟମ, ମୁରାଦବାଦର ବିକ୍ରି ଅଧିକାରୀ ନୁପେନ୍ଦ୍ର ସିଂହଙ୍କ କହିବା କଥା ଯେ LPG ଗ୍ୟାସ ସିଲିଣ୍ଡର ଏକ ନିଶ୍ଚିତ ମୂଲ୍ୟ ଉପରେ ଆଧାରିତ ଅଟେ । ସରକାର ଏହା ନିଷ୍ପତ୍ତି ନିଅନ୍ତି ଯେ କେତେ ସବସିଡ଼ି ଜମା କରିବାର ଅଛି । ସେହି ଆଧାରରେ, ରାଶି ଉପଭୋକ୍ତାଙ୍କ ଖାତାକୁ ପଠାଇ ଦିଆଯାଏ । ସବସିଡ଼ି ରାଶିରେ ନ୍ୟୁନତା କାହିଁକି ଆସିଛି, ତାହା ଏବେ ସୁଦ୍ଧା ଜ୍ଞାତ ନାହିଁ ।

୪ ବର୍ଷ ମଧ୍ୟରେ ଏପରି ବଦଳିଲା ପରିସ୍ଥିତି :-

୨୦୧୫ରେ, କେନ୍ଦ୍ର ସରକାର କଳା ବଜାରୀ କୁ ରୋକିବା ପାଇଁ ବଜାର ମୂଲ୍ୟରେ ସିଲିଣ୍ଡର୍ ଦେବା ଆରମ୍ଭ କରିଲେ ଏବଂ ଉପଭୋକ୍ତାଙ୍କ ଖାତାରେ ସବସିଡ଼ି ପଠାଇ ଦିଆଗଲା । ସେତେବେଳେ ଘରୋଇ ସିଲିଣ୍ଡରର ମୂଲ୍ୟ ୯୯୮ ଟଙ୍କା ଥିଲା । ଅର୍ଥାତ ଉପଭୋକ୍ତାଙ୍କ ଖାତାରେ ୫୬୮ ଟଙ୍କା ସବସିଡ଼ି ଜମା କରାଯାଇଥିଲା ଏବଂ ସିଲିଣ୍ଡରର ମୂଲ୍ୟ ୪୩୦ ଟଙ୍କା ଥିଲା । ଏହା ପରେ ବି ମୁଲ୍ୟରେ ଉତ୍ଥାନପତନ ଦେଖା ଦେଇଥିଲା । କୋରନା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୦୨୦ରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୭୮.୭୫ ଟଙ୍କା ଥିଲା । ଉପଭୋକ୍ତା ମାନଙ୍କ ବ୍ୟାଙ୍କ ଖାତାରେ ୩୧୧.୯୫ ଟଙ୍କା ଗ୍ୟାସ ସବସିଡ଼ି ଆସିଥିଲା । ଏପ୍ରିଲ ୨୦୨୦ରେ ସବସିଡ଼ି ରାଶିକୁ ଧୀରେ ଧୀରେ କମ୍ କରାଯାଇ ୧୮୨.୯୦ ଟଙ୍କା କରି ଦିଆଯାଇଥିଲା । ମଇରେ ସିଲିଣ୍ଡରର ମୁଲ୍ୟ ୫୮୦ ଟଙ୍କା ଏବଂ ସବସିଡ଼ିକୁ କମ୍ କରି ଶୁନ୍ୟ କରି ଦିଆଗଲା ।

ସିଲିଣ୍ଡରର ମୂଲ୍ୟ ବଢ଼ିଲା କିନ୍ତୁ ସବସିଡ଼ି ଦିଆଗଲା ନାହିଁ :-

ଜୁନ ୨୦୨୦ରେ ପେଟ୍ରୋଲିୟମ କମ୍ପାନୀ ସିଲିଣ୍ଡରର ମୂଲ୍ୟ ୫୮୦ ଟଙ୍କାରୁ ବଢ଼ାଇ ୬୧୫.୫୦ ଟଙ୍କା କରିଥିଲା । ଏହାପରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଗ୍ୟାସର ମୂଲ୍ୟ ଏବଂ ସବସିଡ଼ି ରାଶିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏହାପରେ ନଭେମ୍ବର ୧, ୨୦୨୦ରେ ଗ୍ୟାସର ମୂଲ୍ୟ ପୁଣିଥରେ ବଢ଼ାଇ ଦିଆଗଲା । ଏବେ ୧୪କିଲୋ ସିଲିଣ୍ଡର ୬୬୫.୫୦ ଟଙ୍କା ଏବଂ ସବସିଡ଼ି ୧୯.୯୦ ଟଙ୍କା ହୋଇଯାଇଛି । ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ ଡିସେମ୍ବର ୧୫ରେ ଗ୍ୟାସର ମୂଲ୍ୟ ୭୧୫.୫୦ ଟଙ୍କା ପ୍ରତି ସିଲିଣ୍ଡର ପିଛା ବଢ଼ାଇ ଦେଇଛନ୍ତି । ଏଥର ମଧ୍ୟ ସବସିଡ଼ି ୧୯.୯୦ ଟଙ୍କା ରହିଛି ।

ମାସିକ ମୂଲ୍ୟ ସବସିଡ଼ି :-

ମାର୍ଚ୍ଚ ୨୦୨୦- ୮୭୮.୭୫- ୩୧୧.୯୫ ଟଙ୍କା
ଏପ୍ରିଲ ୨୦୨୦- ୬୭୩.୦୦- ୧୮୨.୯୦ ଟଙ୍କା
ଜୁନ ୨୦୨୦- ୬୧୫.୫୦- ୧୯.୯୦ ଟଙ୍କା
ନଭେମ୍ବର ୨୦୨୦- ୬୬୫.୫୦- ୧୯.୯୦ ଟଙ୍କା
ଡିସେମ୍ବର ୨୦୨୦- ୭୧୫.୫୦- ୧୯.୯୦ ଟଙ୍କା

Leave a Reply

Your email address will not be published. Required fields are marked *