‘ଏହି କାରଣରୁ ମୁଁ ଛାଡ଼ପତ୍ର ଦେଉଅଛି’ କହିବାକୁ ବାଧ୍ୟ ହୋଇଥିଲେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ନେଇ ମଧ୍ୟ ଅନେକ କିଛି କହିଥିଲେ…

‘ଏହି କାରଣରୁ ମୁଁ ଛାଡ଼ପତ୍ର ଦେଉଅଛି’ କହିବାକୁ ବାଧ୍ୟ ହୋଇଥିଲେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ନେଇ ମଧ୍ୟ ଅନେକ କିଛି କହିଥିଲେ…

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ବୋଲିଉଡ଼ର ଲୋକପ୍ରିୟ ଯୋଡ଼ି ଅଟନ୍ତି । ସେହି ଦୁହିଁଙ୍କ ଯୋଡ଼ି ଫ୍ୟାନ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଦୁହେଁ ୨୦ ଅପ୍ରେଲ ୨୦୦୭ରେ ବିବାହ କରିଥିଲେ ।

ଐଶ୍ୱର୍ଯ୍ୟା ବୟସରେ ଅଭିଷେକଙ୍କ ଠାରୁ ଦୁଇ ବର୍ଷର ବଡ଼ ଅଟନ୍ତି, କିନ୍ତୁ ଏହି ବୟସ ସେମାନଙ୍କୁ ଏକାଠି ହେବାରୁ ଅଟକାଇ ପାରି ନଥିଲା । କୁହାଯାଇଥାଏ ଯେ ଐଶ୍ୱର୍ଯ୍ୟା ମାଙ୍ଗଳିକ ମଧ୍ୟ ଥିଲେ, ଏହି ଜିନିଷକୁ ନେଇ ବିବାହରେ ବିଡମ୍ବନା ଦେଖା ଦେଉଥିଲା । କିନ୍ତୁ ପୂଜାପାଠ ଦ୍ୱାରା ସବୁ ଠିକ୍ କରି ଦିଆଯାଇଥିଲା ।

ଆଜି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହକୁ ୧୪ ବର୍ଷ ହୋଇ ଗଲାଣି । ଦୁହିଁଙ୍କର ଗୋଟିଏ ଝିଅ ଆରାଧ୍ୟା ମଧ୍ୟ ଅଛି । ଏମାନେ ସମସ୍ତେ ଏକ ସୁଖଦ ପରିବାର ଭଳି ସାଥୀରେ ଏକାଠି ରହନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଗୋଟିଏ ସମୟ ଏପରି ମଧ୍ୟ ଆସିଥିଲା ଯେତେବେଳେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ରର ଖବର ଭାଇରଲ୍ ହୋଇ ଯାଇଥିଲା । ସେତେବେଳେ ଚର୍ଚ୍ଚା ଏହା ଥିଲା ଯେ ଅଭିଷେକ ସୋସିଆଲ୍ ମିଡିଆରେ ଏହାବି ଲେଖି ଦେଇଥିଲେ ଯେ ‘ହଁ ମୁଁ ଛାଡ଼ପତ୍ର ଦେଉଛି’ ବାସ୍ତବରେ ଏହା ଏକ କଟାକ୍ଷ ଥିଲା ଯାହାକି ଅଭିଷେକ ବିରକ୍ତ ହୋଇ ମିଡିଆରେ କହିଥିଲେ । ଚାଲନ୍ତୁ ଆପଣଙ୍କୁ ଏହା ପଛରେ ଥିବା ସମ୍ପୂର୍ଣ୍ଣ କାହାଣୀ ଶୁଣାଇବୁ ।

ଘଟଣା ୨୦୧୬ର ଅଟେ । ସେତେବେଳେ ଐଶ୍ୱର୍ଯ୍ୟା ବ୍ଲକବସ୍ଟର ଫିଲ୍ମ ‘ସରବଜିତ’ର ପ୍ରମୋସନରେ ବ୍ୟସ୍ତ ଥିଲେ । ଏହି ସାମୟରେ ଏକ ଇଭେଣ୍ଟରେ ସେ ନିଜ ସ୍ୱାମୀ ଅଭିଷେକଙ୍କ ସହିତ ପହଞ୍ଚିଥିଲେ । ସେଠାରେ ମିଡ଼ିଆ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକାଠି ପୋଜ୍ ଦେବାକୁ କହିଥିଲେ । ଏଥିରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ଆଡ଼କୁ ଇସାରା କରି କ୍ରୋଧିତ ହୋଇ କହିଲେ ଯେ କେବଳ ‘ଐଶ୍ୱର୍ଯ୍ୟାଙ୍କ ଫୋଟ ହିଁ ଉଠାନ୍ତୁ’ । ଏମିତିରେ ଏହା ଏତେ ବଡ଼ କଥା ନଥିଲା । କିନ୍ତୁ ମିଡ଼ିଆ ଏହି କଥାକୁ ଚର୍ଚ୍ଚା କରିଥିଲା ଯେଉଁ କାରଣରୁ ଏହି ଛୋଟ କଥା ଅତି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥିଲା । ଏପରି ମଧ୍ୟ ଲେଖି ଦିଆଗଲା ଯେ ଦୁହେଁ ଖୁବଶୀଘ୍ର ଛାଡ଼ପତ୍ର ଦେଉଛନ୍ତି ବୋଲି ।

ଯେତେବେଳେ ଏହି ଚର୍ଚ୍ଚା ଥମିବାକୁ ନାମ ନେଉନଥିଲା ସେତେବେଳେ ଅଭିଷେକ ନିଜର କ୍ରୋଧକୁ ଜଣାଇବା ପାଇଁ ଟ୍ୱିଟରର ସହାରା ନେଇଥିଲେ । ସେ ଟ୍ୱିଟ କରି ଲେଖିଲେ ଯେ – ‘ମୁଁ ଛାଡ଼ପତ୍ର ନେଉଛି । ମୋତେ କହିବା ପାଇଁ ଧନ୍ୟବାଦ । କଣ ଆପଣ ମାନେ କହିବେ କି ମୁଁ କେବେ ଦ୍ୱିତୀୟ ବିବାହ କରୁଛି ?’

ଏହି ଟ୍ୱିଟ ପରେ ଅଭିଷେକ ଏହି ସମ୍ବନ୍ଧରେ ଏକ ଇଣ୍ଟରଭିଉରେ କହିଥିଲେ । ସେ କହିଥିଲେ ଯେ ‘ମୋତେ ଜଣାଅଛି ଯେ ସତ କଣ, ମିଡ଼ିଆର କଥାକୁ କେତେ ଗୁରୁତ୍ୱ ଦେବା ଉଚିତ୍ । ଏବେ କୌଣସି ଅନ୍ୟ ପାର୍ଟିକୁ ଏହା ଜଣାଇବାର ଆବଶ୍ୟକତା ନାହିଁ । ମୋତେ ଏବଂ ଐଶ୍ୱର୍ଯ୍ୟାଙ୍କୁ ସମ୍ପର୍କ କିପରି ତୁଲାଇବା ଉଚିତ୍ ତାହା ଭଲ ଭାବରେ ଜଣାଅଛି । ଏଶ ଭଲ ଭାବରେ ଜାଣିଛନ୍ତି ଯେ ମୁଁ ତାଙ୍କୁ କେତେ ଭଲ ପାଏ । ଏବଂ ମୁଁ ମଧ୍ୟ ଭଲ ଭାବରେ ଜାଣିଛି ଯେ ମୁଁ ତାଙ୍କୁ କେତେ ଭଲ ପାଏ ।

Leave a Reply

Your email address will not be published. Required fields are marked *