ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟଙ୍ଗାତ୍ମକ କରିବା ଭାରି ପଡିଲା ଏହି କମେଡ଼ିଆନଙ୍କୁ ! କମେଡ଼ିଆନଙ୍କ ନାମରେ ଦାଖଲ ହେଲା କୋର୍ଟ ମାମଲା…

ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟଙ୍ଗାତ୍ମକ କରିବା ଭାରି ପଡିଲା ଏହି କମେଡ଼ିଆନଙ୍କୁ ! କମେଡ଼ିଆନଙ୍କ ନାମରେ ଦାଖଲ ହେଲା କୋର୍ଟ ମାମଲା…

ବର୍ତ୍ତମାନ ସମୟରେ ଦେଶରେ ପେଟ୍ରୋଲର ମୂଲ୍ୟ ଆକାଶ ଛୁଇଁବାକୁ ଲାଗିଛି । ପେଟ୍ରୋଲର ମୂଲ୍ୟ ମଧ୍ୟ ଶହେ ଲାଗି ସାରିଛି । ଯେଉଁଠାରେ ଏହି ମାମଲାରେ ସରକାର ଜନତାଙ୍କୁ ଶାନ୍ତିର ସହ କାମ ନେବାପାଇଁ ପରାମର୍ଶ ଦେଉଛନ୍ତି ସେଠାରେ ଏହି ମାମଲାରେ ଏପର୍ଯ୍ୟନ୍ତ କମେଡିଆନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମିମିକ୍ରି କରିବା ଭାରି ପଡିବାର ନଜର ଆସୁଅଛି । ଏହି ମାମଲା କମେଡ଼ିଆନ୍ ଶ୍ୟାମ୍ ରଙ୍ଗିଲାଙ୍କ ସହ ହୋଇଛି ।

ବାସ୍ତବରେ, ଶ୍ୟାମ୍ ରଙ୍ଗିଲା ପେଟ୍ରୋଲର ମୂଲ୍ୟ ବଢିବା ଉପରେ ଏକ ଭିଡିଓ ଶୁଟିଂ କରିଛନ୍ତି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୈଳୀରେ କହିଛନ୍ତି ଯେ, ମୋର ପ୍ରିୟର ଦେଶବାସୀ, ରାଜସ୍ଥାନର ଶ୍ରୀଗଙ୍ଗାନଗରର ଜନତାଙ୍କର ଗର୍ବରେ ଛାଡି ଚଉଡା ହୋଇଯାଇଛି । ଏହି ସ୍ଥାନରେ ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ହୋଇଯାଇଛି । ଭାଇ ଏବଂ ଭଉଣୀମାନେ ଆଜାଦ ଭାରତର ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ସରକାର ଆସି ନାହାଁନ୍ତି, ଯିଏକି ପେଟ୍ରୋଲକୁ ତାର ପ୍ରକୃତ ମୂଲ୍ୟ ଦେଇପାରିବେ, ପେଟ୍ରୋଲକୁ ତାର ଅଧିକାର ମୁଁ ଦେଇଛି । ସୋସିଆଲ୍ ମିଡିଆରେ ତାଙ୍କର ଏହି ଭିଡିଓ ପୋଷ୍ଟ କରିବା ଦ୍ୱାରା ସମସ୍ୟା ବୃଦ୍ଧି ହୋଇଯାଇଛି ।

ଏହି ସମ୍ପୂର୍ଣ୍ଣ ମାମଲା ସେହି ସମୟରେ ହୋଇଥିଲା, ଯେତେବେଳେ ୧୭ ଫେବୃଆରୀ ଦିନ ସନ୍ଧ୍ୟା ୫.୩୦ ରୁ ୬.୦୦ଟା ମଧ୍ୟରେ କିଛି ଲୋକ ଗୋଟିଏ ପେଟ୍ରୋଲ୍ ପମ୍ପରେ ପହଞ୍ଚିଥିଲେ । ସେହି ପେଟ୍ରୋଲ୍ ପମ୍ପ ମାଲିକଙ୍କର କହିବା ଅନୁଯାୟୀ, ଶ୍ୟାମ୍ ରଙ୍ଗିଲା ତାଙ୍କୁ ଏକ ସାମ୍ବାଦିକ ହୋଇ ଫୋନ୍ କରିଥିଲେ । ସେ କେବଳ ଗୋଟିଏ ଫୋଟ ନେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ସେହି ଲୋକମାନେ ସେଠାରେ ଭିଡିଓ କରିନେଲେ । ମାଲିକଙ୍କର କହିବା ଅନୁଯାୟୀ, ସେହି ସମୟରେ ପମ୍ପରେ ବହୁତ ଭିଡ ଥିଲା ସେଥିପାଇଁ ତାଙ୍କ ଧ୍ୟାନ ସେ ଆଡ଼କୁ ଯାଇନଥିଲା ।

ଏଥିସହ ଏହି ମାମଲାରେ ଶ୍ୟାମ୍ ରଙ୍ଗିଲା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତାଙ୍କ ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ ପହଞ୍ଚାଇବା ନଥିଲା । କେବଳ କମେଡି ଆକାରରେ ସେ ଏହି ଭିଡିଓକୁ ଶୁଟିଂ କରିଥିଲେ । ଯଦି ତାଙ୍କର ଏହି ଭିଡିଓ କାହାକୁ ଆଘାତ ପହଞ୍ଚାଇଛି, ତେବେ ସେ କ୍ଷମା ମାଗିବାପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ତାଙ୍କର କହିବା ଅନୁଯାୟୀ, ସେ କେବଳ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଫଳରେ ସରକାର ପେଟ୍ରୋଲର ବୃଦ୍ଧି ହେଉଥିବା ମୂଲ୍ୟରେ ଛାଡ଼ ଦେବେ, ସେ କୌଣସି ଅପରାଧ କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *