ସ୍ଵାସ୍ଥ୍ୟକୁ ନେଇ ଆମେ ସର୍ବଦା ଚିନ୍ତିତ ରହିଥାଉ ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବା ପାଇଁ ସମସ୍ତେ ସର୍ଵଦା ପ୍ରଯତ୍ନଶୀଳ ରହିବା ଉଚିତ୍ । ତଟକା ଫଳର ସେବନ ଆମ ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ ବୋଲି ବିବେଚନା କରାଯାଇଛି ଏବଂ ସର୍ଵଦା ଫଳ ଖାଇବା ଉଚିତ୍ । ଏହା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଡାଲିମ୍ବ ବିଷୟରେ କହିବାକୁ ଯାଉଛୁ । ଆଜ୍ଞା ହଁ, ଡାଳିମ୍ବ ହେଉଛି ଏହିପରି ଏକ ଫଳ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ଏବଂ ଏହାର ସେବନ କରିବା ଦ୍ୱାରା ଆମ ଶରୀରରେ ରକ୍ତ ଅଭାବ ଦେଖା ଦେଇ ନଥାଏ ଏବଂ ଶରୀର ସର୍ଵଦା ସୁସ୍ଥ ରହିଥାଏ ।
ସମସ୍ତେ ଡାଳିମ୍ବ ଖାଇ ପାରିବେ କି ? ଆପଣ କେବେ ଏହି ବିଷୟରେ ଭାବିଛନ୍ତି ନା ନାହିଁ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣଙ୍କୁ ମଧ୍ୟ ବହୁତ ଲାଭ ମିଳିପାରିବ । ତେବେ ଆସନ୍ତୁ ବିସ୍ତୃତ ଭାବରେ ଏହି ବିଷୟରେ ଜାଣିବା । ଡାଳିମ୍ବ ହେଉଛି ଏହିପରି ଏକ ଫଳ ଯେଉଁଥିରେ ପ୍ରଚୁର ମାତ୍ରାରେ ଫାଇବର ଥାଏ ଏବଂ ଏହା ଆମର ବୃଦ୍ଧି ହେଉଥିବା ଓଜନକୁ ନିୟନ୍ତ୍ରଣରେ କରିବାରେ ସକ୍ଷମ ହୋଇଥାଏ । ଡାଳିମ୍ବ ଖାଇବା ଦ୍ୱାରା ଅନେକ କିଛି ଲାଭ ମିଳିଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କିନ୍ତୁ ଏହା ପୂର୍ବରୁ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି କେଉଁ ବ୍ୟକ୍ତି ମାନଙ୍କୁ ଡାଳିମ୍ବ ସେବନ କରିବା ଉଚିତ୍ ନୁହେଁ କାରଣ ଏହା ସେମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ସେହି କାରଣ ଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ଆଲର୍ଜି ବୃଦ୍ଧି ହୋଇପାରେ
ଅଧିକାଂଶ ଲୋକମାନେ ଆଲର୍ଜିକୁ ନେଇ ଚିନ୍ତିତ ରହିଥାନ୍ତି ଏବଂ ଏହିପରି ଲୋକମାନେ ଡାଳିମ୍ବର ସେବନ କରିବା ଆଦୌ ଉଚିତ୍ ନୁହେଁ କାରଣ ଏହିପରି କରିବା ଦ୍ୱାରା ସେମାନଙ୍କର ସମସ୍ୟା ବହୁତ ବଢ଼ି ଯିବାର ସମ୍ଭାବନା ରହିଥାଏ ଏବଂ ଡାଲିମ୍ବର ସେବନ କରିବା ଦ୍ୱାରା ଆମ ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ ଏବଂ ଏହିପରି ପରିସ୍ଥିତିରେ ଯଦି ଆପଣ ଡାଳିମ୍ବର ସେବନ କରନ୍ତି ତେବେ ଆପଣଙ୍କ ଶରୀରରେ ଲାଲ ରଙ୍ଗର ଦାଗ ହୋଇପାରେ ।
ନିମ୍ନ ରକ୍ତଚାପରେ ପୀଡିତ ବ୍ୟକ୍ତି
ଅନେକ ଲୋକଙ୍କ ମଧ୍ୟରେ ନିମ୍ନ ରକ୍ତଚାପ ଦୃଷ୍ଟିଗୋଚର ହୋଇଥାଏ ଏବଂ ଏହିପରି ପରିସ୍ଥିତିରେ ଡାଳିମ୍ବ ଖାଇବା ଉଚିତ୍ ନୁହେଁ କାରଣ ଡାଳିମ୍ବର ଥଣ୍ଡା ହୋଇଥାଏ ଏବଂ ଏହିପରି ଥଣ୍ଡା ହେବା ହେତୁ ଆମ ଶରୀରରେ ହେଉଥିବା ରକ୍ତ ସଞ୍ଚାଳନ ମନ୍ଥର ହୋଇ ଯାଇଥାଏ ଏବଂ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତି ମାନେ ନିମ୍ନ ରକ୍ତଚାପରେ ପୀଡ଼ିତ ଅଛନ୍ତି ସେମାନେ ଡାଳିମ୍ବ ଖାଇବା ଉଚିତ୍ ନୁହେଁ ।
ଇନ୍ଫ୍ଲୁଏଞ୍ଜା ଏବଂ କାଶରେ ପୀଡିତ ବ୍ୟକ୍ତି ବିଶେଷ
ଯେତେବେଳେ ମଧ୍ୟ ଆପଣଙ୍କୁ କାଶ କିମ୍ବା ଥଣ୍ଡା ହୋଇଯାଏ ସେତେବେଳେ ଆପଣଙ୍କୁ ଡାଳିମ୍ବ ଖାଇବା ଉଚିତ୍ ନୁହେଁ କାରଣ ସେହି ସମୟରେ ଡାଳିମ୍ବ ସେବନ କରିବା ଦ୍ୱାରା ଆପଣଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିପାରେ ଏବଂ ଆପଣଙ୍କ ଥଣ୍ଡା ଶୀଘ୍ର ଭଲ ହେବ ନାହିଁ ଏବଂ ଆପଣଙ୍କୁ କୌଣସି ବଡ ରୋଗର ସଂକ୍ରମଣ ମଧ୍ୟ ହୋଇପାରେ ।
କୋଷ୍ଠକାଠିନ୍ୟ ଏବଂ ଗ୍ୟାଷ୍ଟ୍ରିକ ସମସ୍ୟା
କୋଷ୍ଠକାଠିନ୍ୟର ସମସ୍ୟା ଆଜିକାଲି ଏକ ସାଧାରଣ ଜିନିଷରେ ପରିଣତ ହୋଇଯାଇଛି ଏବଂ ଏହାକୁ ନେଇ ବର୍ତ୍ତମାନ ସମୟରେ ସମସ୍ତେ ବହୁତ ଚିନ୍ତିତ ଅଛନ୍ତି । ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଅଛି ତେବେ ଆପଣ ଡାଳିମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାକୁ ନଷ୍ଟ ହୋଇପାରେ । ତେଣୁ ଏହିପରି ବ୍ୟକ୍ତି ମାନେ ଡାଳିମ୍ବ ଖାଇବା ଉଚିତ ନୁହେଁ ।
ମାନସିକ ସମସ୍ୟା
ଯେଉଁ ବ୍ୟକ୍ତି ମାନଙ୍କର ମାନସିକ ସମସ୍ୟା ରହିଛି ସେମାନଙ୍କୁ ମଧ୍ୟ ଡାଳିମ୍ବ ସେବନ କରିବା ଉଚିତ୍ ନୁହେଁ କାରଣ ଯଦି ଆପଣ ଏହିପରି ପରିସ୍ଥିତିରେ ଡାଳିମ୍ବର ସେବନ କରନ୍ତି ତେବେ ଆପଣଙ୍କ ମସ୍ତିଷ୍କର ଶିରା ପ୍ରସିରା ଥଣ୍ଡା ହୋଇ ଯାଇପାରେ ଏବଂ ଆପଣ ଗୁରୁତର ରୋଗରେ ପୀଡିତ ହୋଇପାରନ୍ତି । ଯଦି ଆପଣ ଏହି ସକାଶେ କୌଣସି ଚିକିତ୍ସା କରୁଛନ୍ତି କିମ୍ବା କୌଣସି ଔଷଧ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରେ ।
ଡାଳିମ୍ବ ଖାଇବାର ଉପଯୁକ୍ତ ସମୟ
କେତେବେଳେ ଏବଂ କିପରି ଡାଳିମ୍ବର ସେବନ କରିବା ଉଚିତ୍ ସେହି ବିଷୟରେ ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣଙ୍କୁ କହିରଖୁଛୁ କି ପ୍ରାତଃ ସମୟରେ ଡାଳିମ୍ବ ଖାଇବା ଅତି ଉତ୍ତମ ବୋଲି ବିବେଚନା କରାଯାଏ ଏବଂ ଏହା ଆମକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଦିନସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ । ଆପଣଙ୍କ ଶରୀର ଫୁର୍ତ୍ତି ରହିବ । ଯଦି ଆପଣ ଏହାକୁ ଆପଣଙ୍କ ପ୍ରାତଃ ଜଳପାନରେ ସେବନ କରନ୍ତି ତେବେ ଏହା ଆପଣଙ୍କୁ ପାଇଁ ବହୁତ ଲାଭଦାୟକ ଅଟେ ।