୨୧ବର୍ଷ ବୟସରେ ହିଁ ଧନଷ୍ କରି ନେଇଥିଲେ ରଜନୀକାନ୍ତଙ୍କ ଝିଅଙ୍କ ସହିତ ବିବାହ ! ବହୁତ ହୃଦୟଙ୍ଗମ ଅଟେ ଏମାନଙ୍କ ପ୍ରେମ କାହାଣୀ…

୨୧ବର୍ଷ ବୟସରେ ହିଁ ଧନଷ୍ କରି ନେଇଥିଲେ ରଜନୀକାନ୍ତଙ୍କ ଝିଅଙ୍କ ସହିତ ବିବାହ ! ବହୁତ ହୃଦୟଙ୍ଗମ ଅଟେ ଏମାନଙ୍କ ପ୍ରେମ କାହାଣୀ…

ଅଭିନେତା ଧନଷ୍ ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜ୍ୱାଇଁ ଅଟନ୍ତି ଏବଂ ସେ ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟାଙ୍କୁ ୨୦୦୪ ମସିହାରେ ବିବାହ କରିଥିଲେ ।ଧନୁଷ ଓ ଐଶ୍ଚର୍ଯ୍ୟା ପ୍ରେମ ବିବାହ କରିଛନ୍ତି ଏବଂ ଦୁହିଁଙ୍କ ପ୍ରେମ କାହାଣୀ ବହୁତ ହୃଦୟଙ୍ଗମ ଅଟେ । କୁହାଯାଏ ଯେ ଧନୁଷଙ୍କ ସାକ୍ଷାତ ଐଶ୍ଚର୍ଯ୍ୟାଙ୍କ ସହିତ ଏକ ଉତ୍ସବ ସମୟରେ ହୋଇଥିଲା । ସେହି ସମୟରେ ସେମାନେ ପରସ୍ପରକୁ କେବଳ ହାଏ ହେଲୋ କହିଥିଲେ । ମାତ୍ର ପ୍ରଥମ ଦେଖାରେ ହିଁ ଐଶ୍ଚର୍ଯ୍ୟା ଧନୁଷଙ୍କୁ ପସନ୍ଦ କରି ନେଇଥିଲେ । ଯାହା ଫଳରେ ତା ପରଦିନ ଐଶ୍ଚର୍ଯ୍ୟା ଧନୁଷକୁ ଏକ ପୁସ୍ତକ ପଠାଇଥିଲେ ଓ ଏପରି ଭାବରେ ଏମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

ନିଜ ପ୍ରେମ କାହାଣୀ ବିଷୟରେ ବେଙ୍କେଟଶ ପ୍ରଭୁ କସ୍ତୁରୀ ରାଜା ଅର୍ଥାତ ଧନୁଷ ଏକ ଇଣ୍ଟରଭିୟୁରେ କହିଥିଲେ ଯେ କାଢ଼ାଲ କାଣ୍ଡେ ଚଳଚ୍ଚିତ୍ର ଦେଖିବା ପାଇଁ ସେ ନିଜ ପରିବାର ସହ ସିନେମା ହଲ୍ ଯାଇଥିଲେ । ସେଠାକୁ ଐଶ୍ଚର୍ଯ୍ୟା ମଧ୍ୟ ଆସିଥିଲେ । ଐଶ୍ଚର୍ଯ୍ୟାଙ୍କୁ ସେ ପ୍ରଥମଥର ପାଇଁ ଦେଖା କରିଥିଲେ । ସେହି ସମୟରେ ଆମ ମଧ୍ୟରେ ଅଧିକ କଥାବାର୍ତ୍ତା ହୋଇନଥିଲା । ସେପଟେ ଐଶ୍ଚର୍ଯ୍ୟା ଏହି ସାକ୍ଷାତର ଆଗାମୀ ଦିନ ମୋତେ ଏକ ପୁସ୍ତକ ପଠାଇଥିଲେ ଓ କହିଥିଲେ ଗୁଡ଼ ୱାର୍କ । ସେପଟେ ଐଶ୍ଚର୍ଯ୍ୟା ଧନୁଷଙ୍କ ଭଉଣୀଙ୍କ ବନ୍ଧୁ ମଧ୍ୟ ଥିଲେ । ଏଥିପାଇଁ ଏ ଦୁହିଁଙ୍କ ଦେଖା ହେବାକୁ ଲାଗିଲା । ଧୀରେ ଧୀରେ ଏ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେଲା ଏବଂ ପରେ ଏ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଦେଲେ । କିନ୍ତୁ ଏହାର ଖବର କାହାକୁ ମଧ୍ୟ ଜଣା ନଥିଲା ।

ଧନଷ୍ ଏକ ଅଭିନେତା ଭାବେ ନିଜ ନାମ ଅର୍ଜନ କରିବାରେ ଲାଗି ପଡ଼ିଥିଲେ । ଯେବେକି ଅନ୍ୟପଟେ ଐଶ୍ଚର୍ଯ୍ୟା ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଉଥିଲେ । ଏ ଦୁହେଁ ସର୍ବଦା ଖବରରେ ରହୁଥିଲେ । ଏବଂ ନିଜ ସମ୍ପର୍କକୁ ସ୍ୱୀକାର କରୁନଥିଲେ । କିନ୍ତୁ ଏମାନଙ୍କ ଅଫେୟାରର ଚର୍ଚ୍ଚା ମିଡ଼ିଆରେ ହେବାକୁ ଲାଗିଲା । ଏହିସବୁ ଖବରରୁ ଉଭୟ ପରିବାର ଖୁସି ନଥିଲେ । ଯାହା ଫଳରେ ଏହି ଦୁହିଁଙ୍କ ପରିବାର ଲୋକେ ଏମାନଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଲେ ଏବଂ ଏମାନେ ମଧ୍ୟ ହଁ କହିଦେଲେ । ତା’ପରେ ରଜନୀକାନ୍ତଙ୍କ ଘରେ ଧୁମଧାମରେ ୧୮ ନଭେମ୍ବର ୨୦୦୪ କୁ ଏମାନଙ୍କ ବିବାହ ସମ୍ପନ୍ନ ହେଲା ।

ଏହି ବିବାହ ତାମିଲ ରୀତିନୀତି ଅନୁସାରେ ସମ୍ପାଦିତ ହୋଇଥିଲା । ଯେଉଁ ସମୟରେ ଧନଷ୍ ବାହା ହୋଇଥିଲେ ସେତେବେଳେ ତାଙ୍କୁ ମାତ୍ର ୨୧ବର୍ଷ ହେଉଥିଲା । ଯେବେକି ଐଶ୍ଚର୍ଯ୍ୟାଙ୍କ ବୟସ ଥିଲା ୨୩ ବର୍ଷ । ଆଜି ଧନଷ୍ -ଐଶ୍ଚର୍ଯ୍ୟାଙ୍କ ବିବାହକୁ ୧୬ ବର୍ଷ ବିତିଯାଇଛି ଏବଂ ଏ ଦୁହିଁଙ୍କ ଦୁଇଟି ସନ୍ତାନ ଅଛନ୍ତି । ଯାହାଙ୍କ ନାମ ‘ୟାତ୍ରା ରାଜା’ ଓ ‘ଲିଙ୍ଗା ରାଜା’ ଅଟେ । ଏ ଦୁହେଁ ନିଜ ବିବାହରୁ ଖୁବ୍ ଆନନ୍ଦିତ ଅଛନ୍ତି । ଆଜି ଧନଷ୍ ଏକ ଲୋକପ୍ରିୟ ଅଭିନେତା ଭାବେ ପରିଚିତ । ଯେବେକି ଐଶ୍ଚର୍ଯ୍ୟା ମଧ୍ୟ ଏକ ନିର୍ଦ୍ଦେଶକ ଭାବେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ।

ହେବାକୁ ଚାହୁଁଥିଲେ ଏକ ସେଫ୍

ଧନୁଷଙ୍କ ପିତା କସ୍ତୁରୀ ରାଜା ନିର୍ଦ୍ଦେଶକ ଅଟନ୍ତି । ଅନେକ ଲୋକ ଜାଣନ୍ତି ଯେ ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ଧନଷ୍ ସେଫ୍ ହେବାକୁ ଚାହୁଁଥିଲେ, କିନ୍ତୁ ପିତାଙ୍କ କହିବା ପରେ ସେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ । ୨୦୦୨ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଆସିଥିଲା ଯାହାର ନାମ ‘ଥୁଲ୍ଲୁବାଧୋ ଇଲାମାଈ’ ଥିଲା । ଯେବେକି ଧନଷ୍ ହିନ୍ଦୀ ସାହିତ୍ୟରେ ମଧ୍ୟ ୨୦୧୩ରେ ଡେବ୍ୟୁ କରିଥିଲେ ଏବଂ ଏହି ଚଳଚ୍ଚିତ୍ରର ନାମ ଥିଲା ‘ରାଞ୍ଝନା’ । ସେପଟେ ଧନୁଷଙ୍କ ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଯାହାର ନାମ ହେଲା ‘ଅତରଙ୍ଗୀରେ’ । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ ।

ହିନ୍ଦୀ ଓ ତାମିଲ ଚଳଚ୍ଚିତ୍ର ବ୍ୟତୀତ ଧନଷ୍ ହଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ନିକଟରେ ତାଙ୍କୁ ଆଉ ଏକ ହଲିଉଡ଼ ଚଳଚ୍ଚିତ୍ର ଅଫର ହୋଇଥିଲା । ଯାହାର ଶୁଟିଂ ସେ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *