ଗୋଲାପ ଫୁଲ ପରି ସୁନ୍ଦର ଅଟନ୍ତି ଏହି କଳାକାରମାନଙ୍କ ୫ଟି ଝିଅ ! ଦେଖିବା ମାତ୍ରେ ଭଲପାଇ ବସନ୍ତି ଲୋକେ…

ଗୋଲାପ ଫୁଲ ପରି ସୁନ୍ଦର ଅଟନ୍ତି ଏହି କଳାକାରମାନଙ୍କ ୫ଟି ଝିଅ ! ଦେଖିବା ମାତ୍ରେ ଭଲପାଇ ବସନ୍ତି ଲୋକେ…

ବଲିଉଡ଼ ଆଗରୁ ସୁନ୍ଦର ଓ ଆକର୍ଷକ ଯୁବତୀମାନଙ୍କ ପାଇଁ ଜଣାଶୁଣା । ଏଠାକାର ଗ୍ଲେମର୍ ଓ ଚମକ ସମସ୍ତଙ୍କୁ ଆକର୍ଷିତ କରିଥାଏ । ବଲିଉଡ଼ରେ ମଧ୍ୟ ଅନେକଗୁଡ଼ିଏ ସୁନ୍ଦରୀ ଯୁବତୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ଏକ ଯୁଗର ପ୍ରସିଦ୍ଧ ଓ ଲୋକପ୍ରିୟ କଳାକାର ମାନଙ୍କ ଝିଅମାନେ ମଧ୍ୟ ଅଛନ୍ତି । ସାରା ଅଲି ଖାଁ, ଜାହ୍ନବୀ କପୂର ଓ ଅନନ୍ୟା ପାଣ୍ଡେ ଭଳି ଷ୍ଟାର୍ କିଡ୍ସଙ୍କୁ ତ ଆପଣମାନେ ଜାଣିଥିବେ । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡ଼ର ସେହି କଳାକାର ସୁନ୍ଦରୀ ଝିଅ ମାନଙ୍କ ସହ ପରିଚିତ କରାଇବୁ ଯାହାଙ୍କ ବିଷୟରେ ଲୋକେ ଖୁବ କମ୍ ଜାଣନ୍ତି । ସିନେ କଳାକାରମାନଙ୍କ ଝିଅମାନେ ଦେଖିବାକୁ ଏତେ ସୁନ୍ଦର ଯେ ତାଙ୍କୁ ଦେଖିବା ପରେ ଆପଣଙ୍କ ହୃଦୟ ମଧ୍ୟ ତାଙ୍କୁ ଦେଖି ମୁଗ୍ଧ ହୋଇଯିବ । ତେବେ ଚାଲନ୍ତୁ ବିଳମ୍ବ ନକରି ଏମାନଙ୍କ ବିଷୟରେ ଜାଣିବା । ହୋଇପାରେ ଭବିଷ୍ୟତରେ ଏମାନଙ୍କ ମଧ୍ୟରୁ କେହି ବଲିଉଡ଼ରେ ଡେବ୍ୟୁ କରିପାରନ୍ତି ଏବଂ ପରେ ଏକ ବଡ଼ କଳାକାର ମଧ୍ୟ ହୋଇପାରନ୍ତି ।

ଶନାୟା କପୂର

ଶନାୟା କପୂର ଅଭିନେତା ସଞ୍ଜୟ କପୂରଙ୍କ ଝିଅ ଅଟନ୍ତି । ଅନିଲ୍ କପୂର ଶନାୟାଙ୍କ ଚାଚା ଅଟନ୍ତି । ଶନାୟା ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ଼ରେ ଡେବ୍ୟୁ କରିନାହାଁନ୍ତି । ଯଦିଓ ସେ ଗଣମାଧ୍ୟମରେ ଛାଇ ରୁହନ୍ତି । ଶନାୟାଙ୍କ ସୁନ୍ଦରତାର ଯେତିକି ପ୍ରଶଂସା କରାଯିବ ତାହା କମ୍ ଅଟେ । ଆଗାମୀ ସମୟରେ ଶନାୟା ବଲିଉଡ଼ ଇଣ୍ଡଷ୍ଟ୍ରିରେ ରାଜ୍ କରିପାରନ୍ତି । କିଛି ନହେଲେ ସୁନ୍ଦରତା ମାମଲାରେ ତ ସେ ସମସ୍ତଙ୍କ ଆଗରେ ରହିବେ ।

ଦିଶାନୀ ଚକ୍ରବର୍ତ୍ତୀ

ଦିଶାନୀ ବଲିଉଡ଼ର ଡିସ୍କୋ ଡ୍ୟାନ୍ସର୍ ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ଅଟନ୍ତି । ଆପଣଙ୍କୁ ସୂଚିତ କରିଦେଉଛୁ ଯେ ସେ ମିଥୁନ୍ ଚକ୍ରବର୍ତ୍ତୀଙ୍କ ନିଜ ଝିଅ ନୁହଁନ୍ତି, ବରଂ ମିଥୁନ୍ ଦିଶାନୀଙ୍କୁ ଲାଳନପାଳନ କରିବା ପାଇଁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରିଥିଲେ । ଦିଶାନୀ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦରୀ ଅଟନ୍ତି । ଯଦିଓ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ ଭବିଷ୍ୟତରେ ବଲିଉଡ଼ରେ ନିଜର ଡେବ୍ୟୁ କରନ୍ତି କି ନୁହେଁ । ସେମିତିରେ ଦିଶାନୀ ମିଡ଼ିଆର ଲାଇମ୍ ଲାଇଟରୁ ମଧ୍ୟ ଦୂରେଇ ରୁହନ୍ତି । ଏହି କାରଣରୁ ଖୁବ୍ କମ୍ ଲୋକ ତାଙ୍କୁ ଜାଣନ୍ତି ।

ସନା ପଞ୍ଚୋଲି

ବଲିଉଡ଼ ଅଭିନେତା ଆଦିତ୍ୟ ପଞ୍ଚୋଲି ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସନା ତାଙ୍କର ସୁନ୍ଦରୀ ଝିଅ ଅଟନ୍ତି । ଲୁକ୍ ମାମଲାରେ ସନା ନିଜ ପିତା ଆଦିତ୍ୟଙ୍କ ଉପରେ ଯାଇଛନ୍ତି । ପିତାଙ୍କ ଭଳି ସେ ମଧ୍ୟ ବହୁତ ସୁନ୍ଦର ଦେଖାଯାନ୍ତି । ସନା ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରି ନାହାଁନ୍ତି । ଯଦିଓ ଭବିଷ୍ୟତରେ ସେ ଚଳଚ୍ଚିତ୍ର ଜଗତକୁ ଆସିବେ ନା ନାହିଁ ଏହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

ଟିନା ଆହୁଜା

ଟିନା ବଲିଉଡ଼ର ପ୍ରସିଦ୍ଧ ଓ ପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଝିଅ ଅଟନ୍ତି । ଗୋବିନ୍ଦା ନିଜ କ୍ୟାରିୟରେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ସେ ଇଣ୍ଡଷ୍ଟ୍ରିର ଏକ ବଡ଼ ନାମ ଅଟନ୍ତି । ତାଙ୍କ ଝିଅ ଟିନା କୌଣସି ବଲିଉଡ଼ ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି । ଯଦିଓ ଟିନା ମିଡ଼ିଆର ଲାଇମ୍ ଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ସେମିତିରେ ବେଳେବେଳେ ସେ ବଲିଉଡ଼ ଜଗତର କିଛି ଲୋକଙ୍କ ପାର୍ଟି ଗୁଡ଼ିକରେ ନଜର ଆସନ୍ତି । ଟିନା ମଧ୍ୟ ଖୁବଶୀଘ୍ର ବଲିଉଡ଼ରେ ଆଗମନ କରିପାରନ୍ତି ।

ନ୍ୟାସା ଦେବଗଣ

ନ୍ୟାସା ବଲିଉଡ଼ର ଏକ ଜଣାଶୁଣା ଅଭିନେତା ଅଜୟ ଦେବଗଣଙ୍କ ଝିଅ ଅଟନ୍ତି । ଗତ କିଛି ମାସରୁ ନ୍ୟାସା ସୋସିଆଲ୍ ମିଡ଼ିଆରେ ଛାଇ ରୁହନ୍ତି । ଆଶା କରାଯାଉଛି ଯେ ସେ ମଧ୍ୟ ନିଜ ମାତାପିତାଙ୍କ ଭଳି ଭବିଷ୍ୟତରେ ବଲିଉଡ଼କୁ ଆସି ପାରନ୍ତି ।

Leave a Reply

Your email address will not be published. Required fields are marked *