ପ୍ରିୟଙ୍କା ଚୋପଡ଼ା କଲେ ଖୁଲାସା, ବଡ଼ ଚତୁରତାର ସହ ଜିଣିଥିଲେ ବିଶ୍ୱ ସୁନ୍ଦରୀ ପଦ ! ଅଭିନେତ୍ରୀ କହିଲେ ସତ…

ପ୍ରିୟଙ୍କା ଚୋପଡ଼ା କଲେ ଖୁଲାସା, ବଡ଼ ଚତୁରତାର ସହ ଜିଣିଥିଲେ ବିଶ୍ୱ ସୁନ୍ଦରୀ ପଦ ! ଅଭିନେତ୍ରୀ କହିଲେ ସତ…

ସାରା ବିଶ୍ୱର ସଫଳ ଅଭିନେତ୍ରୀ ମଧ୍ୟରୁ ଏକ ନାମ ପ୍ରିୟଙ୍କା ଚୋପଡ଼ାଙ୍କ ଅଟେ । ସେ ନିଜ ପରିଶ୍ରମ ବଳରେ ଏକ ଭଲ ସ୍ଥାନ ହାସଲ କରିଛନ୍ତି । ପ୍ରିୟଙ୍କା ଚୋପଡ଼ା ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ ବଲିଉଡ଼ ଚଳଚ୍ଚିତ୍ରରୁ କରିଥିଲେ ଏବଂ ଧୀରେ ଧୀରେ ସେ ହଲିଉଡ଼ ଚଳଚ୍ଚିତ୍ରରେ ମଧ୍ୟ କାମ କରିବା ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନର ସମୟରେ ପ୍ରିୟଙ୍କା ଚୋପଡ଼ା ଏପରି ଏକ ଭାରତୀୟ ଅଭିନେତ୍ରୀ ଅଟନ୍ତି ଯିଏ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସଫଳତା ପାଇବାରେ ସକ୍ଷମ ହୋଇଛନ୍ତି । ବଲିଉଡ଼ ସଙ୍ଗେ ସଙ୍ଗେ ହଲିଉଡ଼ରେ ମଧ୍ୟ ସେ ନିଜ ଅଭିନୟ ଦର୍ଶାଇଛନ୍ତି । ବଲିଉଡ଼ରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ ।

ପ୍ରିୟଙ୍କା ଚୋପଡ଼ା ନିଜ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରରେ ଛାଇ ରହିଥିଲେ । ଏଥିମଧ୍ୟରେ ପ୍ରିୟଙ୍କା ଚୋପଡ଼ା ବହୁତ ଖବରରେ ଛାଇ ରହିଛନ୍ତି । ନିକଟରେ ତାଙ୍କ ବାୟୋଗ୍ରାଫି ପୁସ୍ତକ ‘ଅନଫିନିଷଡ଼’ ପ୍ରକାଶିତ ହୋଇଛି, ଯେଉଁଥିରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ ବଡ଼ବଡ଼ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକଗୁଡ଼ିଏ କଥା ସେୟାର୍ କରିଥିଲେ । ଏଥିମଧ୍ୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ବିଶ୍ୱ ସୁନ୍ଦରୀ ପଦ ଜିତିବା ଆଗରୁ ନିଜ ସହିତ ହୋଇଥିବା ଏକ ଦୁର୍ଘଟଣାର ବିଷୟରେ ଖୁଲାସା କରିଛନ୍ତି ।

ପ୍ରିୟଙ୍କା ଚୋପଡ଼ା ୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ପଦ ଲାଭ କରି ଇତିହାସ ରଚନା କରିଥିଲେ କିନ୍ତୁ ପ୍ରିୟଙ୍କା ଚୋପଡ଼ା ଏହି ଖୁଲାସା କରିଛନ୍ତି ଯେ ଏହି ପଦ ହାସଲ କରିବା ପୂର୍ବରୁ ତାଙ୍କ ସହିତ ଏକ ଦୁର୍ଘଟଣା ଘଟିଥିଲା ଓ ସେହି ଦୁର୍ଘଟଣାରେ ତାଙ୍କୁ ଆଘାତ ଲାଗିଯାଇଥିଲା । ଯାହାକୁ ସେ ବଡ଼ ଯତ୍ନକରି ଲୁଚାଇ ଥିଲେ । ପ୍ରିୟଙ୍କା ଚୋପଡ଼ା ବିଶ୍ୱ ସୁନ୍ଦରୀ ସମ୍ମାନ ବିଷୟରେ କହିଛନ୍ତି ଯେ କିପରି ଭାବରେ ସେ ଏହି ସମ୍ମାନ ଲାଭ କରିଛନ୍ତି ।

ପ୍ରିୟଙ୍କା ଏକ ବ୍ୟକ୍ତିଗତ ଶୋ’ ସମୟରେ କହିଥିଲେ ଯେ, “ଷ୍ଟେଜକୁ ଯିବା ପୂର୍ବରୁ ସେ ନିଜ କୁଞ୍ଚିତ କରିବା ପାଇଁ ଚେଷ୍ଟା କରୁଥିଲେ । ସେପଟେ ପାଖାପାଖି ୯୦ଜଣ ଝିଅ ଥିଲେ । ଯେଉଁମାନେ ମଞ୍ଚ ପଛରେ ଏଠାକୁ ସେଠାକୁ ବୁଲୁଥିଲେ ଏବଂ ନିଜ କେଶ ସଜାଉଥିଲେ ଓ ମେକଅପ୍ କରୁଥିଲେ । ମୁଁ ମୋ କେଶକୁ କୁଞ୍ଚନ କରିବା ପାଇଁ ଚେଷ୍ଟା କରୁଥିଲି ଏବଂ ଏହି ସମୟରେ କେହି ଜଣେ ମୋତେ ଧକ୍କା ଦେଇଦେଲେ । ଏଥିପାଇଁ ମୁଁ ନିଜକୁ ଜଳେଇ ଦେଲି ଏବଂ ମୁଁ ତ୍ୱଚାରେ ଆଘାତ ଲାଗିଯାଇଥିଲା ।’

ପ୍ରିୟଙ୍କା ଚୋପଡ଼ା ଆଗକୁ ଖୁଲାସା କରି କହିଛନ୍ତି ଯେ, “ସେହି ଦୁର୍ଘଟଣାରେ ତାଙ୍କ ତ୍ୱଚାରେ ଏକ ବଡ଼ ଦାଗ ଆସିଯାଇଥିଲା ।” ସେ କହିଛନ୍ତି ଯେ, “ମୁଁ ମୋ ଦାଗକୁ କନ୍ସିଲର୍ ଓ କେଶରେ ଲୁଚାଇଲି ।” ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ାଙ୍କ ଏହି କଥା ଶୁଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ଚକିତ ରହିଗଲେ ଏତିକି ନୁହେଁ ବରଂ ଅଭିନେତ୍ରୀଙ୍କ ଏହି ଯତ୍ନକୁ ଖୁବ୍ ପ୍ରଶଂସା ମଧ୍ୟ କଲେ ।

ଯଦିଓ ଏହା ପ୍ରଥମଥର ପାଇଁ ନୁହେଁ ଯେତେବେଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଖୁଲାସା କରିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀ ଅନେକ ବଡ଼ ବଡ଼ ଖୁଲାସା କରିଛନ୍ତି । ପ୍ରଥମେ ଅଭିନେତ୍ରୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ସମୟରେ ହୋଇଥିବା ୱାର୍ଡରୋବ୍ ମାଲ୍ ଫଙ୍ଗସନର ମଧ୍ୟ ଖୁଲାସା କରିଥିଲେ । ଅଭିନେତ୍ରୀ ଏହା କହିଥିଲେ ଯେ ସେ କିପରି ବଡ଼ ଚତୁରତାର ସହ ଏହାକୁ ଲୁଚାଇଥିଲେ । ଲୋକଙ୍କୁ ଲାଗୁଥିଲା ଯେ ସେ ନମସ୍କାର କରୁଛନ୍ତି । କିନ୍ତୁ ସେ ନିଜ ଡ୍ରେସକୁ ଧରି ତାକୁ ସମ୍ଭାଳୁ ଥିଲେ ।

Leave a Reply

Your email address will not be published. Required fields are marked *