ଜୟା ବଚ୍ଚନଙ୍କର ଏହି ରୋଗ କାରଣରୁ ଅମିତାଭ ବଚ୍ଚନଙ୍କୁ ରହିବାକୁ ପଡ଼ିଥାଏ ସତର୍କ ! ବର୍ତ୍ତମାନ ପର୍ଯ୍ୟନ୍ତ ଲୁଚାଇ ରଖିଛନ୍ତି ଦୁନିଆଁ ଠାରୁ…

ଜୟା ବଚ୍ଚନଙ୍କର ଏହି ରୋଗ କାରଣରୁ ଅମିତାଭ ବଚ୍ଚନଙ୍କୁ ରହିବାକୁ ପଡ଼ିଥାଏ ସତର୍କ ! ବର୍ତ୍ତମାନ ପର୍ଯ୍ୟନ୍ତ ଲୁଚାଇ ରଖିଛନ୍ତି ଦୁନିଆଁ ଠାରୁ…

ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କର ସାରା ଦୁନିଆଁରେ ପ୍ରସିଦ୍ଧ ଅଟେ । ଅମିତାଭ ବଚ୍ଚନ ପ୍ରତ୍ୟେକ ଅବସରରେ ଥଣ୍ଡା ମିଜାଜର ଦେଖା ଯାଉଥିବାବେଳେ ଜୟା ବଚ୍ଚନ ଅନେକଥର ଅତ୍ୟନ୍ତ କ୍ରୋଧିତ ଦେଖା ଯାଇଥାନ୍ତି । ଜୟା ଅଧିକାଂଶ ସମୟରେ ଗଣମାଧ୍ୟମ ଠାରୁ ମଧ୍ୟ ଦୁରେଇ ରହିଥାନ୍ତି ।

କୌଣସି ଫଟୋଗ୍ରାଫର ଯଦି ତାଙ୍କ ଇଚ୍ଛା ବିରୁଦ୍ଧରେ ଫୋଟ ଉଠାଇ ନିଅନ୍ତି, ତେବେ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଆନ୍ତି । ଜୟାଙ୍କୁ ଅନେକଥର ଗଣମାଧ୍ୟମ ଉପରେ କ୍ରୋଧିତ ହୋଇ ପାଟି କରୁଥିବାର ଦେଖାଯାଇଛି । କିଛି ଦିନ ପୂର୍ବରୁ ଜୟା ବଚ୍ଚନ ମୁମ୍ବାଇର ଏକ ଅଞ୍ଚଳରେ ଦାନ୍ତ କ୍ଲିନିକରେ ପହଞ୍ଚିଥିଲେ । ସେଠାରେ ଜୟାଙ୍କୁ ଦେଖି ଫଟୋଗ୍ରାଫର ମାନେ ମଧ୍ୟ ଅଟକି ଯାଇଥିଲେ ଏବଂ ତାଙ୍କ ଫୋଟ ଉଠାଇବାକୁ ଲାଗିଥିଲେ ।

ଏହାପରେ ଜୟା ସେହି ଫଟୋଗ୍ରାଫର ମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥିଲେ ଏବଂ ସେମାନଙ୍କୁ ଅନେକ କଥା ଶୁଣାଉଥିଲେ । ଯାହାପରେ ଫଟୋଗ୍ରାଫର ମାନଙ୍କୁ ଜୟାଙ୍କୁ କ୍ଷମା ମାଗିବାକୁ ପଡିଥିଲା । ଏହି କଥା ବହୁତ କମ୍ ଲୋକ ଜାଣିଥିବେ ଯେ, ଜୟା ବଚ୍ଚନ ଅତ୍ୟନ୍ତ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଏହି ରୋଗ କାରଣରୁ ତାଙ୍କୁ ଏତେ କ୍ରୋଧ ଆସିଥାଏ । ଏହି ରୋଗର ନାମ ‘କ୍ଲୋଷ୍ଟ୍ରଫୋବିଆ’ ଅଟେ ।

କ୍ଲୋଷ୍ଟ୍ରଫୋବିଆ କଣ:-

ଆପଣଙ୍କୁ କହିରଖୁଛୁ ଯେ, କ୍ଲୋଷ୍ଟ୍ରଫୋବିଆ ଏକ ପ୍ରକାରର ଭୟ ଅଟେ ଅର୍ଥାତ ଏକ ପ୍ରକାରର ବ୍ୟଗ୍ର ରୋଗ ଅଟେ, ଏହା ସାରା ବିଶ୍ୱର ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରେ । କ୍ଲୋଷ୍ଟ୍ରଫୋବିଆର ଉତ୍ପତ୍ତି ଏକ ‘ଗ୍ରୀକ’ ଶବ୍ଦରୁ ହୋଇଛି । ଏହି ଶବ୍ଦର ଅର୍ଥ ‘ଏକ ବନ୍ଦ ସ୍ଥାନ’, ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବନ୍ଦ ସ୍ଥାନକୁ ଯିବା ଦ୍ୱାରା ନିଃଶ୍ଵାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ଯେତେବେଳେ କୌଣସି ବ୍ୟକ୍ତି ଏହି ରୋଗରେ ପୀଡିତ ହୁଅନ୍ତି, ସେତେବେଳେ ତାଙ୍କୁ ବନ୍ଦ କଠୋରୀ, ଚେଞ୍ଜ ରୁମ୍, ଉଡାଜାହାଜ, ସ୍ୱୟଂଚାଳିତ କବାଟ ଲକର ବ୍ୟବହାର କରିବାକୁ ଡର ଲାଗିଥାଏ । ସୂଚନାଯୋଗ୍ୟ ଯେ, ଜୟା ବଚ୍ଚନଙ୍କର ଏହି ରୋଗ ବିଷୟରେ ତାଙ୍କ ପୁଅ ଏବଂ ଝିଅ ନିଜେ କହିଥିଲେ । ଶ୍ଵେତା ବଚ୍ଚନ ନନ୍ଦା ଏବଂ ଅଭିଷେକ ବଚ୍ଚନ, କରଣ ଜୋହରଙ୍କର ଶୋ’ରେ ଏହି କଥାର ଖୋଲାସା କରିଥିଲେ କି ଜୟା ବଚ୍ଚନଙ୍କୁ କ୍ଲୋଷ୍ଟ୍ରଫୋବିଆ ରହିଛି ।

ସୂଚନାଯୋଗ୍ୟ ଯେ, କ୍ଲୋଷ୍ଟ୍ରଫୋବିଆ ଏଭଳି ଏକ ମାନସିକ ସ୍ଥିତି ଅଟେ, ଯେଉଁଥିରେ ମଣିଷ ହଠାତ୍ ଭିଡ଼କୁ ଦେଖି ଭୟଭୀତ ହେବାକୁ ଲାଗିଥାଏ । ବଜାର, ଭିଡ଼ ଥିବା ସ୍ଥାନ ଏବଂ ଲିଫ୍ଟରେ ତାଙ୍କୁ ସମସ୍ୟା ହେବାକୁ ଲାଗିଥାଏ, ଯାହାଦ୍ୱାରା ତାଙ୍କୁ ଅନେକଥର କ୍ରୋଧ ମଧ୍ୟ ଆସିଥାଏ । ଏହି ରୋଗରେ ପୀଡିତ ଲୋକଙ୍କୁ କାହାକୁ ଛୁଇଁବା ଏବଂ କ୍ୟାମେରାର ଲାଇଟ୍ ଦ୍ୱାରା ମଧ୍ୟ ଭୟ ରହିଥାଏ ।

କହିରଖୁଛୁ ଯେ, ଅଭିନେତ୍ରୀ ଜୟା ବଚ୍ଚନ ୭୦ ଦଶକରେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ । ନିଜ ଡେବ୍ୟୁ ପରେ ପ୍ରାରମ୍ଭିକ ସମୟରେ ଜୟା ଅତ୍ୟନ୍ତ ନାମ କମାଇଥିଲେ । ତେବେ ପ୍ରାୟତଃ ବର୍ତ୍ତମାନ ସମୟରେ ଜୟା ବଚ୍ଚନ ଚଳଚ୍ଚିତ୍ର ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି । ଜୟା ବଚ୍ଚନ ନିଜ ବିବୃତ୍ତି ଏବଂ କ୍ରୋଧ ଯୋଗୁଁ ଗଣମାଧ୍ୟମରେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ।

ଜୟା ବଚ୍ଚନଙ୍କର ସଫଳ ଚଳଚ୍ଚିତ୍ର:-

ଜୟା ବଚ୍ଚନ ନିଜର ଛୋଟ ଚଳଚ୍ଚିତ୍ର ଯାତ୍ରାରେ ଅନେକ ଭଲ ଏବଂ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି, ଯେଉଁଥିରେ ଶୋଲେ, ଅନାମିକା, ସିଲସିଲା, ପରିଚୟ, ଜଞ୍ଜୀର, ଅଭିମାନ, କୋରା କାଗଜ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ରହିଛି । ଅମିତାଭ ଏବଂ ଜୟା ଏକାଠି ଆଠଟି ଚଳଚ୍ଚିତ୍ର କରିଛନ୍ତି, ଯାହା ଅତ୍ୟନ୍ତ ସଫଳ ରହିଛି । ୧୯୭୩ ମସିହାରେ ଅମିତାଭ ଏବଂ ଜୟା ପରସ୍ପରକୁ ବିବାହ କରିଥିଲେ ।

୨୦୦୭ ମସିହାରେ ଜୟା ବଚ୍ଚନଙ୍କୁ ଲାଇଫ ଟାଇମ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଭାରତ ସରକାରଙ୍କ ଦ୍ୱାରା ୧୯୯୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ମଧ୍ୟ ଦିଆ ଯାଇସାରିଛି ।

Leave a Reply

Your email address will not be published. Required fields are marked *