ବୋଲିଉଡ଼ ଏହି କଳାକାରମାନେ ନିଜର ପ୍ରାଇଭେଟ୍ ପାର୍ଟିର ଫୋଟ ସୋସିୟାଲ୍ ମିଡିୟାରେ ସେୟାର୍ କରନ୍ତି ନାହିଁ ! ଦେଖନ୍ତୁ କିଛି ଫୋଟ…

ବୋଲିଉଡ଼ ଏହି କଳାକାରମାନେ ନିଜର ପ୍ରାଇଭେଟ୍ ପାର୍ଟିର ଫୋଟ ସୋସିୟାଲ୍ ମିଡିୟାରେ ସେୟାର୍ କରନ୍ତି ନାହିଁ ! ଦେଖନ୍ତୁ କିଛି ଫୋଟ…

ବୋଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଆଜିକା ସମୟରେ ନା କେବଳ ନିଜ ଦେଶରେ ପ୍ରସିଦ୍ଧ ଅଟେ ବରଂ ବିଦେଶରେ ମଧ୍ୟ ଲୋକେ ବୋଲିଉଡ଼ ଫିଲ୍ମର ଦିୱାନା ଅଟନ୍ତି । ପୁଣି ସେହି ବୋଲିଉଡ଼ ଇଣ୍ଡଷ୍ଟ୍ରିର ଷ୍ଟାର୍ ମାନେ ଆଜିକା ସମୟରେ ସମଗ୍ର ଦୁନିଆରେ ନାମ କମାଉଛନ୍ତି ଏବଂ ସେହି ଫିଲ୍ମ ଜଗତର ଷ୍ଟାର୍ ମାନଙ୍କର ଲାଇଫଷ୍ଟାଇଲ୍ ମଧ୍ୟ ଅତ୍ୟନ୍ତ ଖାସ୍ ହୋଇଥାଏ । ଏହି ବୋଲିଉଡ଼ ଷ୍ଟାର୍ ମାନେ ପ୍ରାୟତଃ ନିଜର ଏକ ଖାସ୍ ଅବସରରେ ପାର୍ଟି କରୁଥିବାର ଦେଖା ଯାଇଥାନ୍ତି । ସେଥି ମଧ୍ୟରୁ କିଛି ପାର୍ଟି ପବ୍ଲିକ ହୋଇଥାଏ ଯାହାର ଫୋଟ ପ୍ରାୟତଃ ସୋସିଆଲ୍ ମିଡିଆରେ ଭାଇରଲ ହୋଇଥାଏ ଏବଂ ଆଉ କିଛି ତାଙ୍କର ପ୍ରାଇଭେଟ ପାର୍ଟି ଥାଏ ଯାହାକି ବ୍ୟକ୍ତିଗତ ହୋଇଥାଏ । ବୋଲିଉଡ଼ ଷ୍ଟାର୍ ମାନେ ନିଜର ଏହି ପ୍ରାଇଭେଟ ପାର୍ଟିର ଫୋଟ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତି ନାହିଁ କିନ୍ତୁ କେବେ ସେହି ପ୍ରାଇଭେଟ୍ ପାର୍ଟି ଫୋଟର ଝଲକ ଦେଖିବାକୁ ମିଳିଥାଏ ।

ନିଜର ଏହି ପ୍ରାଇଭେଟ୍ ପାର୍ଟିରେ ବୋଲିଉଡ଼ ଷ୍ଟାର୍ ମାନେ ବହୁତ ଉତ୍ସାହର ସହକାରେ ଅଂଶଗ୍ରହଣ କରନ୍ତି । ଆଜି ଆମେ ଆପଣଙ୍କୁ ଏହିପରି କିଛି ବୋଲିଉଡ଼ ଷ୍ଟାର୍ ମାନଙ୍କର ପାର୍ଟିର କିଛି ଫୋଟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେଉଁ ପ୍ରଥମ ଫୋଟ ସାମ୍ନାକୁ ଆସିଛି ସେମାନେ ବୋଲିଉଡ଼ର କିଛି ଜଣାଶୁଣା ଷ୍ଟାରଙ୍କ ପାର୍ଟିର ଫୋଟ ଅଟେ ଯେଉଁଥିରେ କଙ୍ଗନା ରନୌତ, ଋତିକ ରୋଶନ, ଅଲୀ ଜାଫର, ଅମୃତା ଅରୋଡ଼ା ନଜର ଆସିଛନ୍ତି । ଫୋଟ ସେହି ସମୟର ଅଟେ ଯେତେବେଳେ କଙ୍ଗନା ରନୌତ ଋତିକ ରୋଶନଙ୍କୁଡେଟ କରୁଥିଲେ । ଯେତେବେଳେ ଏହି ଫୋଟ ଭାଇରଲ ହୋଇଥିଲା ସେତେବେଳେ ଲୋକଙ୍କୁ କଙ୍ଗନା ଏବଂ ଋତିକଙ୍କ ସମ୍ପର୍କ ବିଷୟରେ ଜଣା ପଡ଼ିଥିଲା ।

ଏହି ଫୋଟରେ ଋତିକ ଏବଂ କଙ୍ଗନା ଖୁବ୍ ନିକଟତର ନଜର ଆସିଛନ୍ତି ଏବଂ ଫୋଟରୁ ଏହା ଜଣାପଡ଼ିଛି ଯେ ଦୁହେଁ ପରସ୍ପର ସହିତ କେତେ ଖୁସି ଥିଲେ ଏବଂ ଅମୃତା ଅରୋଡ଼ା ଅଲୀ ଜାଫର୍ ସମସ୍ତେ ମସ୍ତିରେ ନଜର ଆସିଛନ୍ତି ।

ଏହି ଫୋଟ ବୋଲିଉଡ଼ ଅଭିନେତ୍ରୀ ସୋନମ କପୂରଙ୍କ ପାର୍ଟିର ଅଟେ । ଯେଉଁଥିରେ ତାଙ୍କ ଭଉଣୀ ରିୟା କପୂର ମଧ୍ୟ ନଜର ଆସୁଛନ୍ତି ଏବଂ ଏହି ଫୋଟରେ ସୋନମ କପୂର ନିଜ ସାଙ୍ଗ ମାନଙ୍କ ସହିତ ନଜର ଆସୁଛନ୍ତି । ତାଙ୍କ ଭଉଣୀ ରିୟା ମଧ୍ୟ ଖୁବ୍ ମସ୍ତିରେ ନଜର ଆସୁଛନ୍ତି । କହିରଖୁଛୁ ଯେ ବୋଲିଉଡ଼ରେ ସୋନମ କପୂର ପ୍ରାୟ ନିଜର ସାଙ୍ଗ ମାନଙ୍କ ସହିତ ପାର୍ଟି କରୁଥିବାର ନଜର ଆସନ୍ତି ଏବଂ ସେହି ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ ।

ଏହି ଫୋଟ ବୋଲିଉଡ଼ର ନମ୍ବର 1 ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ପାର୍ଟିର ଅଟେ ଯେଉଁଥିରେ ସେ ନିଜ ସାଙ୍ଗ ଏବଂ ଫିଲ୍ମ ନିର୍ମାତା ହୋମୀ ଅଦାଜାନିୟାଙ୍କ ସହିତ କଥା ହେଉଥିବାର ନଜର ଆସିଛନ୍ତି । ଏହି ଫୋଟରେ ଦୀପିକା ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଏବଂ ଏହି ଫୋଟକୁ ଦେଖି ଏପରି ଜଣାଯାଉଛି ଯେ କୌଣସି କଥାକୁ ନେଇ ଦୀପିକାଙ୍କ ମୂଡ୍ ଟିକେ ଖରାପ ହୋଇ ଯାଇଛି ।

ଏହି ଫୋଟ କିଙ୍ଗ ଖାନଙ୍କ ଜନ୍ମଦିନ ସେଲିବ୍ରେସନର ଅଟେ ଯେଉଁଥିରେ କିଙ୍ଗ ଖାନ ସଞ୍ଜୟ ଦତ୍ତ ଏବଂ ତାଙ୍କର କିଛି ଅନ୍ତରଙ୍ଗ ସାଙ୍ଗ ମଧ୍ୟ ନଜର ଆସିଛନ୍ତି । ଏହି ଫୋଟରେ କିଙ୍ଗ ଖାନ ଫୋଟ ଉଠାଉ ଥିବାର ନଜର ଆସିଛନ୍ତି । କହିରଖୁଛୁ ଯେ କିଙ୍ଗ ଖାନ ଆମ ବୋଲିଉଡ଼ର ଜଣେ ସୁପରଷ୍ଟାର୍ ଅଟନ୍ତି ଏବଂ ତାଙ୍କ ଫ୍ୟାନ ମାନେ ତାଙ୍କ ଜନ୍ମଦିନର ଅପେକ୍ଷା କରିଥାନ୍ତି । ତାଙ୍କ ଜନ୍ମଦିନର ଫୋଟ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ମଧ୍ୟ ହୋଇଛି ।

ଏହି ଫୋଟଟି କରୀନା କପୂର ଖାନଙ୍କର ଅଟେ ଯେଉଁଥିରେ ସେ ନିଜର କୁକର ସହିୟା ମସ୍ତି ଅନ୍ଦାଜରେ ନଜର ଆସିଛନ୍ତି ।

‘କହୋ ନା ପ୍ୟାର ହେ’ ରୁ ରାତାରାତି ଷ୍ଟାର୍ ହୋଇଥିବା ଷ୍ଟାର୍ ଅମିଶା ପଟେଲଙ୍କ କ୍ୟାରିଅର ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରି ନଥିଲା । କିନ୍ତୁ ପ୍ରାୟ ବୋଲିଉଡ଼ ପାର୍ଟିରେ ସେ ଅଂଶଗ୍ରହଣ କରନ୍ତି ଏବଂ ଏହି ଫୋଟ ତାଙ୍କର ପ୍ରାଇଭେଟ୍ ପାର୍ଟିର ଅଟେ ।

Leave a Reply

Your email address will not be published. Required fields are marked *