କରୋନା ଟିକା ପୂର୍ବରୁ ଏବଂ ପରେ ରଖନ୍ତୁ ଏହି ସାବଧାନତା, ହେବ ନାହିଁ ଟିକାର ପାର୍ଶ୍ଵ ପ୍ରତିକ୍ରିୟା !

କରୋନା ଟିକା ପୂର୍ବରୁ ଏବଂ ପରେ ରଖନ୍ତୁ ଏହି ସାବଧାନତା, ହେବ ନାହିଁ ଟିକାର ପାର୍ଶ୍ଵ ପ୍ରତିକ୍ରିୟା !

କରୋନା ମହାମାରୀ ପ୍ରାୟତଃ ୧ ବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ କବଳରେ କବଳିତ କରିରଖିଛି । ଦୁନିଆଁ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଦେଖିଲା । ଏହି ମହାମାରୀର ଭୟର ଅନୁମାନ ଏହି କଥାରୁ କରାଯାଇପାରିବ କି ପୁଣିଥରେ ଅନେକ ଦେଶ ସମ୍ପୂର୍ଣ୍ଣ ଲକଡାଉନରେ ଚାଲିଯାଇଛି, ଯାହାଫଳରେ ମହାମାରୀକୁ କବଳିତ କରାଯାଇପାରିବ ।

ଏହି ଖବର ମଧ୍ୟରେ ଏକ ଆରାମଦାୟକ ଖବର ମଧ୍ୟ ଆସିଛି । ଖବର ଏହା ଯେ, ଭାରତ ସ୍ୱଦେଶୀ କରୋନା ଟିକା ଉପରେ କେବଳ ସଫଳ ପରୀକ୍ଷଣ କରିନାହିଁ ବରଂ ଏହା ଦେଶର ଜନସାଧାରଣଙ୍କୁ ଦେବାପାଇଁ ମଧ୍ୟ ଉପଲବ୍ଧ ହୋଇସାରିଛି । ଏହାସହିତ ଭାରତରେ ଦୁନିଆଁର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ମଧ୍ୟ ଆରମ୍ଭ ହୋଇସାରିଛି ।

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଟିକାକରଣ ସହ ଅନେକ ପ୍ରକାରର ଗୁଜବ ମଧ୍ୟ ଉଡିବାକୁ ଲାଗିଛି, ଯେଉଁଥିରେ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ କୁହାଯାଇଛି । ଟିକାକୁ କ୍ଷତିକାରକ ଏବଂ ଅନେକ ସ୍ଥାନରେ ଜୀବନ ପ୍ରତି ବିପଦ ବୋଲି ମଧ୍ୟ କୁହାଯାଉଛି ।

ଆମେ ଆପଣଙ୍କ ପାଇଁ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ନେଇ ଆସିଛୁ

ପ୍ରଶ୍ନ:- ଏହି ଟିକାର ୨୮ ଦିନ ପରେ ମଧ୍ୟ ସମାନ ଟିକା ଲାଗିବ ନା ଆଉ କିଛି ଅଲଗା ? କଣ ୨୮ ଦିନ ପରେ ଲାଗୁଥିବା ଟିକା ପୂର୍ବରୁ ହିଁ ସ୍ୱାସ୍ଥ୍ୟ ସେଣ୍ଟରରେ ରହିବ ?

ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଛି, ତେବେ ଏହାର ଉତ୍ତର ହଁ, ଉଭୟ ଟିକା ସମାନ ଭଳି ହେବ । ଯେଉଁ ବ୍ୟକ୍ତି ପ୍ରଥମ ଟିକା ନେଉଛନ୍ତି, ତାଙ୍କ ପାଇଁ ଦ୍ଵିତୀୟ ଡୋଜ୍ ମଧ୍ୟ ସେହି ଦିନରୁ ସୁରକ୍ଷିତ କରିଦିଆଯିବ ।

ପ୍ରଶ୍ନ:- କରୋନା ଟିକାର ଯୋଗାଣ ପାଇଁ ଦ୍ଵିତୀୟ ଡୋଜ୍ ରାଜ୍ୟକୁ କେବେ ଦିଆଯିବ ?

ଟିକାର ଦ୍ଵିତୀୟ ଡୋଜ୍ କେବେ କେଉଁ ରାଜ୍ୟକୁ ଦିଆଯିବ, ତାହା କେନ୍ଦ୍ର ଉପରେ ନିର୍ଭର ଅଟେ । ଏହା ସରକାର ହିଁ ନିର୍ଦ୍ଧାରିତ କରିବେ, କେତେ ଟିକା କେବେ କୁଆଡେ ଯିବ ।

ପ୍ରଶ୍ନ:- ଯେଉଁମାନଙ୍କୁ ପ୍ରଥମ ଟିକା ଦିଆଯାଇଛି, ସେମାନଙ୍କୁ ୨୮ ଦିନ ପରେ ଟିକା କିପରି ଦିଆଯିବ ? ସେମାନଙ୍କ ଉପରେ କେଉଁ ଭଳି ଭାବରେ ଦୃଷ୍ଟି ରଖାଯିବ ? କିଭଳି ନିର୍ଧାରିତ ହେବ ଯେ ସେମାନେ ଦ୍ଵିତୀୟ ଟିକା ପାଇଁ ଉପଲବ୍ଧ ଅଛନ୍ତି ?

ଏହାର ଉତ୍ତର ହେଉଛି, ପ୍ରଥମଥର ଟିକା ଦିଆଯିବା ପରେ ୨୮ତମ ଦିନରେ ଦ୍ୱିତୀୟ ଥର ମୋବାଇଲ ଦ୍ୱାରା ହିଁ ଟିକା ପଠାଯିବା ପାଇଁ ସନ୍ଦେଶ ପଠାଯିବ ।

ପ୍ରଶ୍ନ:- ଯଦି କେହି ହଠାତ୍ କୌଣସି କାର୍ଯ୍ୟ ଯୋଗୁଁ ୨୮ତମ ଦିନରେ ଟିକା ନ ନେଇପାରନ୍ତି, ତେବେ ?

ଏହାର ଉତ୍ତର ହେଉଛି, ଆପଣ ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କେବେ ମଧ୍ୟ ଦ୍ଵିତୀୟ ଟିକା ନେଇପାରିବେ ।

ପ୍ରଶ୍ନ:- କୋଭ୍ୟାକ୍ସିନ ଏବଂ କୋଭିଶିଲ୍ଡ ମଧ୍ୟରୁ କେଉଁ ଟିକା ଲାଗିବ ?

ଏହି ଉଭୟ ଟିକା ସରକାରଙ୍କୁ ଠାରୁ ଅନୁମୋଦନ ପାଇ ସାରିଛି । ଏହା ବିଭାଗ ଧାର୍ଯ୍ୟ କରୁଛି ଯେ, କେଉଁ ସେଣ୍ଟରରେ କେଉଁ ଟିକା ଜନସାଧାରଣଙ୍କୁ ଉପଲବ୍ଧ କରାଯିବ ।

ପ୍ରଶ୍ନ:- ଟିକା ନେବା ପରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ? କଣ ଟିକା ନେବା ଅତ୍ୟାବଶ୍ୟକ ଅଟେ, ଯଦି ମୁଁ ନେବି ନାହିଁ ?

ଯଦି ଆପଣଙ୍କୁ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଅନୁଭବ ହେଉଛି, ତେବେ ସଙ୍ଗେ ସଙ୍ଗେ ସମ୍ବନ୍ଧୀତ ଟିକା ସେଣ୍ଟର କିମ୍ବା ନିକଟସ୍ଥ କୌଣସି ସରକାରୀ ହସ୍ପିଟାଲ ସହ ସମ୍ପର୍କ କରନ୍ତୁ । ଏହାବ୍ୟତୀତ ଟିକା ନେବା ଆପଣଙ୍କ ଉପରେ ନିର୍ଭର କରିଥାଏ ।

ପ୍ରଶ୍ନ:- ସାଧାରଣ ଜନତା ପର୍ଯ୍ୟନ୍ତ ଟିକା କେବେ ପହଞ୍ଚିବ ?

ଏହା କେନ୍ଦ୍ର ସରକାର ନିର୍ଦ୍ଧାରିତ କରିବେ କି ସାଧାରଣ ଜନତାଙ୍କ ପାଇଁ ଟିକା କେବେ ଉପଲବ୍ଧ କରାଯିବ ।

ଏହାବ୍ୟତୀତ ଆପଣଙ୍କ ମନରେ ଯଦି ପ୍ରଶ୍ନ ରହିଛି, ତେବେ ଆପଣ ନିକଟସ୍ଥ ଟିକା ସେଣ୍ଟରକୁ ଯାଇ ସୂଚନା ପାଇପାରିବେ । ଏହି କଥାକୁ ମଧ୍ୟ ଧ୍ୟାନରେ ରଖିବେ ଯେ, ଟିକା ପରେ ମଧ୍ୟ କରୋନା ନିର୍ଦେଶାବଳୀକୁ ପାଳନ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *