ଆମ ବୋଲିଉଡ଼ ଅଭିନେତ୍ରୀ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ପ୍ରାୟ ଚର୍ଚ୍ଚାରେ ରହନ୍ତି ଏବଂ ଏହି ଅଭିନେତ୍ରୀ ମାନେ ପ୍ରାୟତଃ ନିଜର ପରିବାରର ଫୋଟ ସେୟାର୍ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଟିଭି ଜଗତର କେତେକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଦେଖିବାକୁ ସମ୍ପୂର୍ଣ୍ଣ ଏକାଭଳି ଏବଂ ତାଙ୍କୁ ଦେଖି ଏପରି ଲାଗିଥାଏ ଯେ ସେହି ଭଉଣୀ ମାନେ ପରସ୍ପରର କାର୍ବୋନ କୋପି ଅଟନ୍ତି ଏବଂ ଆସନ୍ତୁ ଦେଖିବା ଯେ ଏହି ଲିଷ୍ଟରେ କେଉଁ କେଉଁ ନାମ ସାମିଲ ଅଛି ।
ଭାରତୀ ସିଂହ :-
ଟିଭି ଇଣ୍ଡଷ୍ଟ୍ରିର ଲାଫ୍ଟର କ୍ୱିନ ବୋଲି କୁହାଯାଉଥିବା ଭାରତୀ ସିଂହ ଆଜିକା ସମୟର ସବୁଠାରୁ ଲୋକପ୍ରିୟ କମେଡିୟାନ ହୋଇ ସାରିଛନ୍ତି ଏବଂ ଭାରତୀ ସିଂହ ଟିଭିର ଅନେକ କମେଡି ଶୋ’ରେ କାମ କରିଛନ୍ତି ଏବଂ ନିଜର ଏକ ଅନନ୍ୟ ପରିଚୟ ବନାଇଛନ୍ତି । ପୁଣି ଯଦି ଆମେ କହିବୁ ତ ଭାରତୀ ସିଂହଙ୍କ ପରିବାର ବିଷୟରେ ତେବେ ତାଙ୍କ ଘରେ ତାଙ୍କ ମା’ ଏବଂ ବଡ଼ ଭଉଣୀ ଏବଂ ତାଙ୍କ ଭଉଣୀଙ୍କ ନାମ ପିଙ୍କି ସିଂହ ଅଟେ ଯିଏକି ଭାରତୀ ସିଂହଙ୍କ ଠାରୁ ବଡ଼ ଅଟନ୍ତି ଏବଂ ଦେଖିବାକୁ ପୁରାପୁରି ଭାରତୀ ସିଂହଙ୍କ ଭଳି ଦେଖା ଯାଆନ୍ତି । ପିଙ୍କି ନିଜକୁ କିନ୍ତୁ ଲାଇମଲାଇଟ୍ ଠାରୁ ଦୂରରେ ରହନ୍ତି ଏବଂ ସେ ନିଜ ଭଉଣୀ ଭାରତୀ ସିଂହଙ୍କ ସହିତ ପ୍ରାୟତଃ ଫୋଟ ସେୟାର୍ କରିଥାନ୍ତି ଯେଉଁଥିରେ ପିଙ୍କି ସିଂହ ଏବଂ ଭାରତୀ ସିଂହ ପରସ୍ପରର କାର୍ବୋନ କୋପି ଲାଗନ୍ତି ଏବଂ ସେମାନଙ୍କ ଫୋଟ ମଧ୍ୟ ଭାଇରଲ ହୋଇଥାଏ ।
ଶକ୍ତି ମୋହନ :-
ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଶକ୍ତି ମୋହନ ଏବଂ ତାଙ୍କ ଭଉଣୀ ମୁକ୍ତି ମୋହନ ଦୁହେଁ ଦୁହିଁଙ୍କର କାର୍ବୋନ କୋପି ଲାଗନ୍ତି । ଏବଂ ଯେତେବେଳେ ଏହି ଦୁଇଜଣ ଭଉଣୀ ଏକା ସାଥୀରେ ନଜର ଆସନ୍ତି ତେବେ ଦୁଇ ଜଣଙ୍କୁ ଚିହ୍ନିବା ଲୋକଙ୍କ ପକ୍ଷରେ କଷ୍ଟକର ହୋଇଯାଏ କାରଣ ଉଭୟ ଦେଖିବାକୁ ସମ୍ପୂର୍ଣ୍ଣ ଏକାଭଳି ଲାଗନ୍ତି । କହିରଖୁଛୁ ଯେ ଦୁଇଜଣ ଭଉଣୀ ଡାନ୍ସରେ ନିଜର କ୍ୟାରିଅର ବନାଇଛନ୍ତି ଏବଂ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହୋଇ ଯାଇଛନ୍ତି । ଏହି ଦୁଇ ଭଉଣୀ ପ୍ରାୟତଃ ନିଜର ସୁନ୍ଦର ଫୋଟ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି ।
ଶିବାଙ୍ଗି ଜୋଶୀ :-
ଷ୍ଟାର ପ୍ଲସର ଲୋକପ୍ରିୟ ଶୋ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ନାୟରା ଚରିତ୍ରରେ ଘରେ ଘରେ ଲୋକପ୍ରିୟ ହୋଇ ଯାଇଛନ୍ତି ଏବଂ ଶିବାଙ୍ଗି ଜୋଶିଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଶୀତଲ ଜୋଶି ଅଟେ ଏବଂ ଶୀତଲ ଦେଖିବାକୁ ପୁରାପୁରି ଶିବାଙ୍ଗି ଜୋଶିଙ୍କ ଭଳି ହିଁ ଲାଗନ୍ତି ଏବଂ ଏହି ଦୁଇ ଭଉଣୀଙ୍କ ମଧ୍ୟରେ ଖୁବ୍ ଭଲ ବୋଣ୍ଡିଙ୍ଗ ରହିଛି ଏବଂ ପ୍ରାୟତଃ ଏହି ଦୁଇ ଭଉଣୀ ଏକା ସାଥୀର ଫୋଟ ସେୟାର କରିଥାନ୍ତି ଏବଂ ତାହା ଭାଇରଲ୍ ମଧ୍ୟ ହୋଇଥାଏ । ଶୀତଲ ଜୋଶି ଏବଂ ଶିବାଙ୍ଗି ଜୋଶି ଦେଖିବାକୁ ଯାଆଁଳା ଭଉଣୀ ଭଳି ଲାଗନ୍ତି ଏବଂ ଦୁଇ ଭଉଣୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ମଧ୍ୟ ଲାଗନ୍ତି ।
ଦିବ୍ୟଙ୍କା ତ୍ରିପାଠୀ :-
ଟିଭି ଜଗତର ସବୁଠାରୁ ସୁନ୍ଦର ଏବଂ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଆଜିକା ସମୟରେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହୋଇ ଯାଇଛନ୍ତି । ଦିବ୍ୟଙ୍କାଙ୍କ ଭଉଣୀଙ୍କ ନାମ ପ୍ରିୟଙ୍କା ତ୍ରିପାଠୀ ଏବଂ ପ୍ରିୟଙ୍କାଙ୍କ ବ୍ୟକ୍ତିତ୍ୱ ପୁରାପୁରି ଦିବ୍ୟଙ୍କା ତ୍ରିପାଠୀଙ୍କ ଭଳି ଅଟେ ଏବଂ ଦୁଇ ଭଉଣୀ ଦେଖିବାକୁ ପରସ୍ପରର କାର୍ବୋନ କୋପି ଲାଗନ୍ତି । କହିରଖୁଛୁ ଯେ ପ୍ରିୟଙ୍କା ଦିବ୍ୟଙ୍କାଙ୍କ ଠାରୁ ବୟସରେ ବଡ଼ ଅଟନ୍ତି ଏବଂ ସେ ଭୋପାଲରେ ରହନ୍ତି ।
ସ୍ମୃତି ଖାନ୍ନା :-
ଟିଭି ଅଭିନେତ୍ରୀ ସ୍ମୃତି ଖାନ୍ନା ଟିଭିର ଅନେକ ଲୋକପ୍ରିୟ ଶୋ’ରେ କାମ କରିଛନ୍ତି ଏବଂ ଯଦି ଆମେ କହିବୁତାଙ୍କ ଭଉଣୀ ସ୍ମୃତିଙ୍କ ବିଷୟରେ ତେବେ ସେ ସମ୍ପୂର୍ଣ୍ଣ ଭାବରେ ନିଜ ଭଉଣୀ ସ୍ମୃତି ଖାନ୍ନାଙ୍କ ଭଳି ଦେଖିବାକୁ ଅଟନ୍ତି । ଏବଂ ଏହି ଦୁଇ ଭଉଣୀ ପରସ୍ପରର କାର୍ବୋନ କୋପି ଲାଗନ୍ତି ।